ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ ଏବେ ଅପରାଧ ଘଟଣା ଗୁଡିକ ଦୈନନ୍ଦିନ ବୃଦ୍ଧି ପାଇବାରେ ଲାଗିଛି । ରାଜଧାନୀରେ ଚୋରି, ହତ୍ୟା ଏବଂ ଡକାୟତି ଘଟଣା ଗୁଡିକ ବାରମ୍ବାର ସାମ୍ନାକୁ ଆସୁଛି । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଘଟଣା ଗୁଡିକ ସାଧାରଣ ଲୋକଙ୍କ ସହ ଘଟୁଥିବା ନେଇ ଖବର ଆସୁଥିଲା । ହେଲେ ଏବେ ଆଶ୍ଚର୍ଯ୍ୟଜନକ କଥା ହେଉଛି ଫ୍ରାନ୍ସର ରାଷ୍ଟ୍ରଦୂତ ମଧ୍ୟ ଦେଶର ରାଜଧାନୀରେ ସୁରକ୍ଷିତ ନୁହଁନ୍ତି। ଦିଲ୍ଲୀର ଚାନ୍ଦନୀ ଚୌକ ପରି ଏକ ଜଣାଶୁଣା ଅଞ୍ଚଳରେ ଫ୍ରାନ୍ସ ରାଷ୍ଟ୍ରଦୂତଙ୍କ ମୋବାଇଲ୍ ଫୋନ୍ ଚୋରି ହୋଇଛି।




ସୂଚନାଥାଉକି, ଭାରତରେ ଫ୍ରାନ୍ସର ରାଷ୍ଟ୍ରଦୂତ ଡା.ଥିଏରି ମାଥୌ ଗତ ଅକ୍ଟୋବର ୨୦ ରେ ଏକ ଇ-ଅଭିଯୋଗ ଦାଖଲ କରିଛନ୍ତି ।ଏହି ଅଭିଯୋଗରେ ସେ କହିଛନ୍ତି ଯେ ଦିଲ୍ଲୀର ଚାନ୍ଦନୀ ଚୌକ ଅଞ୍ଚଳରେ ଥିବା ଜୈନ ମନ୍ଦିର ନିକଟରେ ତାଙ୍କ ମୋବାଇଲ୍ ଚୋରି ହୋଇଛି । ଏହି ମାମଲାରେ ଦିଲ୍ଲୀ ପୋଲିସ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ୪ ଜଣଙ୍କୁ ଗିରଫ କରିଛି । ତେବେ ମୋବାଇଲ୍ ଫୋନ୍ ଉଦ୍ଧାର କରାଯାଇଛି ବୋଲି ଦିଲ୍ଲୀ ପୋଲିସ କହିଛି।