ନୂଆଦିଲ୍ଲୀ,୨୩।୧୧: ‘ଅପରେସନ୍ ସିନ୍ଦୂର’ ବେଳେ ପାକିସ୍ତାନ ରାଫେଲ ଖସାଇବା ନେଇ ଦାବି କରିଥିଲା। ଏବେ ଏଭଳି ଦାବି ତାକୁ ଭାରି ପଡିଛି। ଏଥର ଫ୍ରାନ୍ସ ନୌସେନା ପାକିସ୍ତାନ ଗଣମାଧ୍ୟମର ଦାବିକୁ ସମ୍ପୂର୍ଣ୍ଣ ଭାବରେ ଖଣ୍ଡନ କରିଛି। ଫ୍ରାନ୍ସ ନୌସେନା ରବିବାର ଏବିଷୟରେ ବୟାନ ମଧ୍ୟ ଜାରି କରିଛି। ଏଥିରେ କୁହାଯାଇଛି, ପାକିସ୍ତାନ ଗଣମାଧ୍ୟମ ଦାବି କରିଛି ଯେ, ଫ୍ରେଞ୍ଚ କମାଣ୍ଡର ‘ଅପରେସନ୍ ସିନ୍ଦୂର’ ବେଳେ ରାଫେଲ ଜେଟସ୍ ନଷ୍ଟ କରିଥିବା ଦାବି କରିଥିଲା, ଯାହାକି ସମ୍ପୂର୍ଣ୍ଣ ଭାବରେ ଭୁଲ। ଫ୍ରେଞ୍ଚ ନୌସେନାର ଏହି ରିପୋର୍ଟ ସମ୍ପୂର୍ଣ୍ଣ ଭାବରେ ଭୁଲ୍ ।
ଉଲ୍ଲେଖନୀୟ ଯେ, ପାକିସ୍ତାନର ଜିଓ ଟିଭି ଏକ ଆର୍ଟିକିଲ ପବ୍ଲିସ୍ କରିଥିଲା। ଏଥିରେ ଦାବି କରାଯାଇଥିଲା ଫ୍ରାନ୍ସ କମାଣ୍ଡର କ୍ୟାପଟେନ୍ ଜୋକିଭ୍ସ ଲାନେ ‘ଅପରେସନ୍ ସିନ୍ଦୂର’ ବେଳେ ପାକିସ୍ତାନର ଦବଦବାକୁ ସ୍ବୀକାର କରିଛନ୍ତି। ଏଥିରେ ଏହା ମଧ୍ୟ ଦାବି କରାଯାଇଥିଲା ଯେ, ପାକିସ୍ତାନ ଏୟାରଫୋର୍ସ ଭଲ ଭାବରେ ପ୍ରସ୍ତୁତି କରିଥିଲା। ଏହା ସହ ରାଫେଲ ଫାଇଟର୍ସକୁ ମାରି ନଷ୍ଟ କରିଦେଇଥିଲା, କାରଣ ଚୀନ୍ ଫାଇଟର ଜେଟ୍ ଜେ-୧୦ ସି ଟେକ୍ନୋଲୋଜିରେ ଅଧିକ ସକ୍ଷମ।
ଏବେ ଫ୍ରାନ୍ସ ନୌସେନା ଏହି ଦାବିକୁ ଖଣ୍ଡନ କରିଛି। ଫ୍ରାନ୍ସ ନୌସେନା କହିଛି ଏହା ଫେକ୍ ନ୍ୟୁଜ। କ୍ୟାପଟେନ୍ ଲନେ କେବେ ବି ଏଭଳି ପ୍ରକାର ଆର୍ଟିକିଲକୁ ଅନୁମତି ଦେବେନି। ଏହି ଆର୍ଟିକିଲ୍ରେ କରାଯାଇଥିବା ଦାବି ଭୁଲ ଓ ମିଛ। ପାକିସ୍ତାନର ଦାବିକୁ ମଧ୍ୟ ଖୁବ୍ ସମାଲୋଚନା କରାଯାଉଛି। ଭାରତ ବିରୋଧି ପ୍ରୋପାଗଣ୍ଡାର ଖବର ଉପରେ ସବୁ ଲୋକ ପାକିସ୍ତାନ ଗଣମାଧ୍ୟମକୁ କଡା ସମାଲୋଚନା କରିଛନ୍ତି। ଏହାକୁ ନେଇ ବିଜେପି ଆଇଟି ସେଲ୍ ମୁଖ୍ୟ ଅମିତ ମାଲବୀୟ ମଧ୍ୟ ଏକ୍ସରେ ପୋଷ୍ଟ କରିଛନ୍ତି। ସେ ଏହାକୁ ପାକିସ୍ତାନର ମିଛ ମେସିନାରୀ ବିରୋଧରେ ପ୍ରମାଣ ବୋଲି କହିଛନ୍ତି। ସେ ଲେଖିଛନ୍ତି, ଫ୍ରାନ୍ସ ନୌସେନା ପାକିସ୍ତାନ ଜିଓ ଟିଭି ଓ ତାଙ୍କ ସମ୍ବାଦ ଦାତା ହାମିର ମୀରଙ୍କ ଭୁଲ ସୂଚନାକୁ ପର୍ଦ୍ଦାଫାସ କରିଛି।