ମେଷ : ଦଶମଚନ୍ଦ୍ର ଯୋଗୁ କର୍ମକ୍ଷେତ୍ରରେ ଉନ୍ନତି ହେବ,କାର୍ଯ୍ୟରେ ସଫଳତାପ୍ରାପ୍ତି,ମନରେ ଶାନ୍ତି ରହିବ,ବ୍ୟବସାୟରେ ଲାଭ ମିଳିପାରେ,ଗୃହେ ଆନନ୍ଦ,ମାତାପିତାଙ୍କ ସ୍ୱାସ୍ଥ୍ୟପ୍ରତି ସତର୍କ ରହିବେ,ମାନ,ସମ୍ମାନ ବୃଦ୍ଧି ପାଇବ,ଛାତ୍ରଛାତ୍ରୀମାନେ ଉପକୃତ ହେବେ,ଶରୀର ସୁସ୍ଥ ରହିବ,ଅଟକି ରହିଥିବା କାର୍ଯ୍ୟ ପୂରଣ ହେବ,ଧାର୍ମିକ କାର୍ଯ୍ୟରେ ଯୋଗଦାନ ଦେବେ ।

ଶୁଭରଙ୍ଗ : ଗୋଲାପି ଓ ଧଳା

ବୃଷ : ନବମ ଚନ୍ଦ୍ରଯୋଗୁ ଅଟକି ରହିଥିବା କାର୍ଯ୍ୟ ପୂରଣ ହେବ,ଉଚ୍ଚ ପଦସ୍ଥ ଅଧିକାରୀଙ୍କଠାରୁ ସାହାଯ୍ୟପ୍ରାପ୍ତି,ଧାର୍ମିକ କର୍ମରେ ଯୋଗଦାନ ଦେବେ,ଦୂର ଯାତ୍ରା କରିପାରନ୍ତି,ମନରେ ସାମାନ୍ୟ ଦ୍ୱନ୍ଦ ରହିପାରେ,ଯାନବାହନ କ୍ରୟ କରିପାରନ୍ତି,ବନ୍ଧୁଙ୍କ ସାହାଯ୍ୟପ୍ରାପ୍ତି,ସ୍ୱାଦିଷ୍ଟ ଭୋଜନ,ଆର୍ଥିକ ଉନ୍ନତି ପରିଲକ୍ଷିତ ହେବ ।

ଶୁଭରଙ୍ଗ : ସବୁଜ ଓ ନୀଳ

ମିଥୁନ : ଅଷ୍ଟମଚନ୍ଦ୍ରଯୋଗୁ ଶରୀର ପ୍ରତି ସତର୍କ ରହିବେ,ପେଟଜନିତ ସମସ୍ୟା ଦେଖା ଦେଇପାରେ,ମାନସିକ ଅଶାନ୍ତି,ଦୂର ଯାତ୍ରା କରନ୍ତୁ ନାହିଁ । ବାଦବିବାଦ ହେବାରସମ୍ଭାବନା ଅଛି,ମାନ,ସମ୍ମାନ ହାନି ହୋଇପାରେ,ନିଜ କଥାବାର୍ତ୍ତା ଉପରେ ନିୟନ୍ତ୍ରଣ ରଖିବେ,ଟଙ୍କା ନବା ଦବାବେଳେ ସତର୍କ ରହିବେ ଓ ଧର୍ଯ୍ୟ ରଖିବେ ।

ଶୁଭରଙ୍ଗ : ସବୁଜ,କ୍ରିମ୍

କର୍କଟ : ସପ୍ତମଚନ୍ଦ୍ର ଯୋଗୁ ଗୃହେ ଆନନ୍ଦ,ନିବେଶରେ ଲାଭ,ସମାଜରେ ସମ୍ମାନ ବୃଦ୍ଧି,ମନ ପ୍ରସନ୍ନ ରହିବ,ଆତ୍ମବିଶ୍ୱାସ ବୃଦ୍ଧିହେବ,କାର୍ଯ୍ୟକ୍ଷେତ୍ରରେ ଉନ୍ନତି,ଚାକିରୀ କ୍ଷେତ୍ରରେ ପ୍ରମୋଶନ ଯୋଗ,ବନ୍ଧୁମିଳନ,ଯାନବାହନ କ୍ରୟ କରିପାରନ୍ତି,ଶରୀର ସୁସ୍ଥ ରହିବ,ରାଜନୀତି କ୍ଷେତ୍ରରେ ଉନ୍ନତି,ବିଦ୍ୟାର୍ଥୀ ଓ କ୍ରୀଡ଼ାବିତ୍ ମାନେ ଉପକୃତ ହେବେ ।

ଶୁଭରଙ୍ଗ : ଧଳା ଓ ଆକାଶୀ ନୀଳ

ସିଂହ : ଷଷ୍ଠଚନ୍ଦ୍ର ଯୋଗୁ କୋଟକଚେରୀ ମାମଲାରେ ଜୟଯୁକ୍ତ,ଅଟକି ରହିଥିବା କାର୍ଯ୍ୟ ଶୀଘ୍ର ସମ୍ପନ୍ନ ହେବ । ରୋଗରୁ ମୁକ୍ତି ପାଇପାରନ୍ତି,ଆର୍ଥିକଲାଭ ହେବ,ଆୟ ବୃଦ୍ଧି ପାଇବ,ଶରୀର ସୁସ୍ଥ ରହିବ କିନ୍ତୁ ସାମାନ୍ୟ ସତର୍କ ରୁହନ୍ତୁ । ନିବେଶ କରିପାରନ୍ତି,ପରିବାରରେ ମନୋମାଳିନ୍ୟ ହୋଇପାରେ ।

ଶୁଭରଙ୍ଗ : ଲାଲ ଓ କେଶରୀ

କନ୍ୟା : ପଞ୍ଚମ ଚନ୍ଦ୍ରଯୋଗୁ ଶୁଭ ଖବର ମିଳିପାରେ,ନିବେଶ କରିପାରିବେ,କାର୍ଯ୍ୟକ୍ଷେତ୍ରରେ ସଫଳତା ପ୍ରାପ୍ତି,ଚାକିରୀ କ୍ଷେତ୍ରରେ ଉନ୍ନତି,ନୂତନ ଦ୍ରବ୍ୟ କ୍ରୟ କରିପାରନ୍ତି,ଯାନବାହନ କ୍ରୟ କରିପାରନ୍ତି,ରାଜନୀତି କ୍ଷେତ୍ରରେ ଉନ୍ନତି,ଆର୍ଥିକଲାଭ,ଗୃହେ ଆନନ୍ଦ,ମନରେ ସାମାନ୍ୟ ଚିନ୍ତା ଲାଗି ରହିବ ।

ଶୁଭରଙ୍ଗ : ସବୁଜ ଓ ଧଳା

ତୁଳା: ଚତୁର୍ଥଚନ୍ଦ୍ର ଯୋଗୁ ମନରେ ସାମାନ୍ୟ ଚିନ୍ତା ଲାଗି ରହିବ,ନିଜ ଶରୀର ପ୍ରତି ସତର୍କ ରହିବେ,ଶ୍ୱାସ କଷ୍ଟ ଦେଖା ଦେଇପାରେ,ଯାନବାହନ କ୍ରୟ କରିପାରନ୍ତି,ଆତ୍ମବିଶ୍ୱାସ ବୃଦ୍ଧି ପାଇବ,ସହକର୍ମୀଙ୍କ ସହଯୋଗ ମିଳିବ,କାର୍ଯ୍ୟକ୍ଷେତ୍ରରେ ସଫଳତାପ୍ରାପ୍ତି,ଜମିବାଡ଼ି କ୍ରୟ କରିପାରନ୍ତି,କାର୍ଯ୍ୟକ୍ଷେତ୍ରରେ ସାମାନ୍ୟ ବାଧା ଘଟିପାରେ,ସତର୍କ ରହିବେ ।

ଶୁଭରଙ୍ଗ : ଧଳା ଓ ସିଲ୍ଭର

ବିଛା: ତୃତୀୟଚନ୍ଦ୍ର,ଘାତବାର ଯୋଗୁ ଅଯଥା ଯୁକ୍ତିତର୍କ କରନ୍ତୁ ନାହିଁ,ଶତ୍ରୁ ବୃଦ୍ଧି ହୋଇପାରନ୍ତି,ଦୂରଯାତ୍ରା କରିବେ ନାହିଁ । ନୂତନ କାର୍ଯ୍ୟ କିମ୍ବା ଯୋଜନା ଆରମ୍ଭ କରିବେ ନାହିଁ । ଯାନବାହନ ପ୍ରତି ସତର୍କ ରହିବେ,ପରିବାରଠାରୁ ସାହାଯ୍ୟପ୍ରାପ୍ତି,ନିଜବାଣୀ ଉପରେ ନିୟନ୍ତ୍ରଣ ରଖିବେ,ଶରୀର ପ୍ରତି ସତର୍କ ରହିବେ ।

ଶୁଭରଙ୍ଗ : ଲାଲ ଓ କେଶରୀ

ଧନୁ : ଦ୍ୱିତୀୟଚନ୍ଦ୍ର,ଘାତବାର ଯୋଗୁ ଅଯଥା ଖର୍ଚ୍ଚଯୋଗ,ବ୍ୟୟବୃଦ୍ଧି,ଦୂର ଯାତ୍ରା ନିଷେଧ,ଅଙ୍ଗେ ଆଘାତ ହୋଇପାରେ । ଆର୍ଥିକହାନି,ବାଦବିବାଦ ହେବାର ସମ୍ଭାବନା ଅଛି,ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ,ପରିବାର ସହ ମନୋମାଳିନ୍ୟ ହୋଇପାରେ ।

ଶୁଭରଙ୍ଗ : ଧଳା ଓ କ୍ରୀମ୍

ମକର: ଶ୍ରୀଚନ୍ଦ୍ର ବା ଜନ୍ମଚନ୍ଦ୍ରଯୋଗୁ ମନ ଅତ୍ୟନ୍ତ ପ୍ରସନ୍ନ ରହିବ,ଆତ୍ମବିଶ୍ୱାସ ବୃଦ୍ଧି ପାଇବ,ଶରୀର ଉତ୍ତମ ରହିବ,କାର୍ଯ୍ୟକ୍ଷେତ୍ରରେ ସଫଳତାପ୍ରାପ୍ତି,ଅଟକି ରହିଥିବା କାମ ପୂରଣ ହେବ,ଶୁଭସମ୍ବାଦ ମିଳିପାରେ,ପ୍ରମୋଶନ ଯୋଗ,ଚାକିରୀକ୍ଷେତ୍ରରେ ଉନ୍ନତି,ବିଦ୍ୟାର୍ଥୀ ଓ କ୍ରୀଡ଼ାବିତ୍ ମାନେ ଉପକୃତ ହେବେ,ବିନିଯୋଗ କରିପାରନ୍ତି ।

ଶୁଭରଙ୍ଗ : ଧଳା ଓ ନୀଳ

କୁମ୍ଭ : ଦ୍ୱାଦଶଚନ୍ଦ୍ର ଯୋଗୁ ଅର୍ଥ ହାନି,ଅଯଥା ଖର୍ଚ୍ଚଯୋଗ,ମନରେ ଅସ୍ଥିରତା,କାର୍ଯ୍ୟକ୍ଷେତ୍ରରେ କଠିନ ପରିଶ୍ରମ କରିବେ,ଦୂର ଯାତ୍ରାଯୋଗ,ଋଣ ନବା ଦବାରେ ସତର୍କ ରହିବେ,ଅଯଥା ଯୁକ୍ତତର୍କରୁ ଦୂରେଇ ରହିବେ,ଯାନବାହନ ପ୍ରତି ସତର୍କ ରହିବେ,ବାଦବିବାଦ ହେବାର ସମ୍ଭାବନା ଅଛି ।

ଶୁଭରଙ୍ଗ : କଳା ଓ ନୀଳ

ମୀନ : ଏକାଦଶଚନ୍ଦ୍ର,ଘାତବାର ଯୋଗୁ ଆର୍ଥିକ ଲାଭ,ଦୂର ଯାତ୍ରା ନିଷେଧ,ନିଜରବାଣୀ ଓ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ । ପରିବାର ସହିତ ମନୋମାଳିନ୍ୟ ହୋଇପାରେ,ଶରୀର ସୁସ୍ଥ ପ୍ରତି ସତର୍କ ରହିବେ,ମୁଣ୍ଡବିନ୍ଧା କିମ୍ବା ରକ୍ତଚାପ ସମସ୍ୟା ଦେଖା ଦେଇପାରେ । ଯାନବାହନ ପ୍ରତି ସତର୍କରହିବେ,ଧାର୍ମିକ କାର୍ଯ୍ୟରେ ଯୋଗଦାନ ଦେବେ ।

ଶୁଭରଙ୍ଗ : ହଳଦିଆ ଓ ସୁନେଲି

ଜ୍ୟୋତିର୍ବିଦ୍: ଅନାମିକା

ଫୋନ୍:୯୭୭୭୭୧୧୭୩୩