ନୂଆଦିଲ୍ଲୀ,୨୦।୧୧:  ବ୍ରାଜିଲରେ ଦୁଇ ଦିନ ପର୍ଯ୍ୟନ୍ତ ଚାଲିଥିବା ଜି-୨୦ ସମ୍ମିଳନୀ ପାଇଁ ସଦସ୍ୟ ରାଷ୍ଟ୍ରର ରାଷ୍ଟ୍ରାଧ୍ୟକ୍ଷ ଏକାଠି ହୋଇଛନ୍ତି। ଏହି ସମୟରେ ସେମାନେ ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ଚର୍ଚ୍ଚା କରିଛନ୍ତି। କିନ୍ତୁ ଏହି ସମୟରେ ସଦସ୍ୟ ରାଷ୍ଟ୍ରର ମୁଖ୍ୟଙ୍କ ଗ୍ରୁପ୍‌ ଫଟୋ ଖୁବ୍ ଚର୍ଚ୍ଚା ରହିଛି। ଏଥର ଥରେ ନୁହେଁ ବଂର ଦୁଇ ଥର ଗ୍ରୁପ୍ ଫଟୋ ନିଆଯାଇଛି। ଏହାର କାରଣ କ’ଣ ଥିଲା  ? ତେବେ କାରଣ କିନ୍ତୁ ନିଶ୍ଚିତ ଭାବରେ ବଡ଼।

ସବୁ ଛୋଟ କିମ୍ବା ବଡ ସମ୍ମିଳନୀ ଶେଷ ହେବାପରେ ଏକ ଫଟୋ ସେସନ୍ ହୋଇଥାଏ। ଯେଉଁଥିରେ ସଦସ୍ୟ ରାଷ୍ଟ୍ରାଧ୍ୟକ୍ଷଙ୍କ ଗ୍ରୁପ ଫଟୋ ନିଆଯାଏ। କିନ୍ତୁ ଏଥର ଗ୍ରୁପ୍ ଫଟୋ ତ ନିଆଗଲା, କିନ୍ତୁ ଏଥିରେ ରାଷ୍ଟ୍ରପତି ଜୋ ବାଇଡନ୍ ନଥିଲେ। ତା ପରେ ବାଇଡେନ୍‌ଙ୍କୁ ଏହି ଗ୍ରୁପ୍  ଫଟୋରେ ପୁଣିଥରେ ନିଆଯାଇଥିଲା। 

ସବୁଠାରୁ ଆଶ୍ଚର୍ଯ୍ୟର କଥା ଯେ, କେବଳ ବାଇଡେନ୍ ନୁହନ୍ତି ବଂର କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ ଓ ଇଟାଲିର ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲାନି ମଧ୍ୟ ଏହି ଫଟୋରେ ନଥିଲେ। ଅନ୍ୟପଟେ ଯେଉଁ ଫଟୋ ନେଇଥିଲେ ସବୁ ସଦସ୍ୟ ଦେଶର ପ୍ରମୁଖ ଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଫଟୋର ପ୍ରଥମ ଲାଇନ୍‌ର ପୁରା ସେଣ୍ଟରରେ ହିଁ ଦେଖାଯାଉଛନ୍ତି। ତାଙ୍କର ଗୋଟିଏ ପଟେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ସେଭଳି ଅନ୍ୟପଟେ ବ୍ରାଜିଲର ରାଷ୍ଟ୍ରପତି ଲୁଲା ଡି ସିଲଭା ରହିଛନ୍ତି। ସେଭଳି ସାଇଡ୍‌ରେ ଅଛନ୍ତି କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ। 

ଜି-୨୦ର ଅନ୍ୟ ଏକ ଫଟୋ ମଧ୍ୟ ଖୁବ୍ ସଶକ୍ତ ରହିଛି, ଯେଉଁଥିରେ ପିଏମ୍ ମୋଦି ଆମେରିକା ରାଷ୍ଟ୍ରପତି ବାଇଡେନ୍‌ଙ୍କ ହାତ ଧରିଛନ୍ତି ଓ ବାଇଡେନ୍‌ଙ୍କ ପାଖରେ ଟ୍ରୁଡୋ ଠିଆ ହୋଇଛନ୍ତି। ସେ ବାଇଡେନ୍‌ଙ୍କ ସହ କଥା ହେଉଛନ୍ତି। ଏହି ସମୟରେ ବାଇଡେନ୍‌ଙ୍କ ହାତ ପିଏମ୍‌ ମୋଦିଙ୍କ କାନ୍ଧରେ ରହିଛି, ଯାହାକି ଦୁଇ ନେତାଙ୍କ ବନ୍ଧୁତ୍ବକୁ ଦର୍ଶାଉଛି। ଏଭଳି ଭାବରେ ଏହି ଦୁଇଟି ଫଟୋରୁ ବିଶ୍ବସ୍ତରରେ ଭାରତର କ୍ଷମତା ଓ ମୋଦିଙ୍କ ପ୍ରଭାବ ସ୍ପଷ୍ଟ ଭାବରେ ଦେଖିବାକୁ ମିଳୁଛି। ଉଲ୍ଲେଖନୀୟ ଯେ, ପ୍ରଧାନମନ୍ତ୍ରୀ ମୋଦି ଏହା ପୂର୍ବରୁ ଜି-୨୦ ସମ୍ମିଳନୀକୁ ସମ୍ବୋଧିତ କରି କହିଛନ୍ତି ବିଶ୍ବ ସଂଘର୍ଷ କାରଣରୁ ଭୋଜନ, ଇନ୍ଧନ ଓ ଉର୍ବର ସଙ୍କଟ ସୃଷ୍ଟି ହୋଇଛି। ଫଳରେ ଗ୍ଲୋବାଲ ସାଉଥ୍ ଦେଶ ସମ୍ପୂର୍ଣ୍ଣ ଭାବରେ ପ୍ରଭାବିତ ହୋଇଛି।’