ପ୍ରମୂଖ ଖବର
  • IPL 2025: ଆଜି ବେଙ୍ଗାଲୁରୁକୁ ଭେଟିବ ରାଜସ୍ଥାନ, ଘରୋଇ ଗ୍ରାଉଣ୍ଡରେ ଆରସିବିର ପ୍ରଥମ ବିଜୟ ଲକ୍ଷ୍ୟ
  • ||
  • ଢେଙ୍କାନାଳ : କୁଖ୍ୟାତ ଅପରାଧୀ ହୁଣ୍ଡକୁ ଏନକାଉଣ୍ଟର୍‌, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ଗୁରୁବାର ଜାତୀୟ ପଞ୍ଚାୟତିରାଜ ଦିବସ: ସବୁ ପଞ୍ଚାୟତରେ ହେବ ସ୍ୱତନ୍ତ୍ର ଗ୍ରାମସଭା, ଆଭାସୀ ମାଧ୍ୟମରେ ଯୋଗଦେବେ ପ୍ରଧାନମନ୍ତ୍ରୀ
  • ||
  • ଗୁରୁବାର ଭୀଷଣ ଗ୍ରୀଷ୍ମ ପ୍ରକୋପ, ୨୬ ଯାଏ ଆକାଶରୁ ଅଗ୍ନିବର୍ଷା: ଉପକୂଳରେ ଅସହ୍ୟ ହେବ ତାତି, ଗୁଳୁଗୁଳି
  • ||

ହାଟରେ ଚାଲିଛି ବେଧଡ଼କ ଜୁଆ ଖେଳ

Published By : Prameya | March 30, 2025 11:29 PM

ତେଲକୋଇ, ୩୦ା୩(ଆପ୍ର): ତେଲକୋଇ ଥାନା ଅନ୍ତର୍ଗତ ବିଭିନ୍ନ ସାପ୍ତାହିକ ହାଟରେ ବେଧଡ଼କ ଜୁଆଖେଳ ଚାଲିଛି । ଏଥିରେ ଲୋକେ ଲକ୍ଷ ଲକ୍ଷ ଟଙ୍କା ବିନିଯୋଗ କରୁଥିବା ଜଣାପଡିଛି । ଟଙ୍କା ଜିତିବା ହାରିବାକୁ ନେଇ ଉଜୁଡ଼ି ଯାଉଛି ଶହ ଶହ ପରିବାର । ଜୁଆଖେଳ ଏବେ ତେଲକାଇ ଅଞ୍ଚଳରେ ନିଶା ପାଲଟି ଯାଇଛି । ଜୁଆର ରିଙ୍ଗ ମାଷ୍ଟର ଭେଳିକି ଦେଖେଇ ଜୁଆ ଖେଳାଳିଙ୍କ ଠାରୁ ଟଙ୍କା ଲୁଟ୍‌ କରୁଥିବାର ଦୃଶ୍ୟ ସାମ୍ନାକୁ ଆସିଛି । 

ତେଲକୋଇ ଥାନା ଅନ୍ତର୍ଗତ ସରୁଆଳି ହାଟ, ଆକୁଳ ହାଟ, ବିମଳା ହାଟ, ଦାବଲାପାଳ ଗାଁ ସହିତ ତେଲକୋଇ ହାଟରେ ମଧ୍ୟ ଜୁଆଖେଳର ଆସର ଦେଖିବାକୁ ମିଳିଛି । ହାଟରେ କୁକୁଡ଼ା ଲଢେଇରେ ଲୋକେ ବାଜି ଲଗାଉଥିବା ବେଳେ ଧୁଣ୍ଡିପାଲି(ଘୁଡ ଘୁଡ଼ି )ମାଧ୍ୟମରେ ମଧ୍ୟ ଟଙ୍କା ଲୁଟ୍‌ କରୁଛନ୍ତି ଜୁଆଖେଳର ରିଙ୍ଗ ମାଷ୍ଟର । ଦାବଲାପାଳରେ ସାପ୍ତାହିକ ହାଟ ହେଉ ନ ଥିବା ବେଳେ କିନ୍ତୁ ଗାଁ ରେ ପ୍ରତ୍ୟେକ ସପ୍ତାହର ଶନିବାର ଓ ମଙ୍ଗଳବାର ଦିନ ଜୁଆଖେଳ ଚାଲୁଥିବା ବେଳେ ଶୁକ୍ରବାର ଦିନ ତେଲକୋଇ ହାଟରେ ଜୁଆଖେଳର ଆସର ଜମୁଛି । ପୁଲିସ ପ୍ରଶାସନର ନାକ ତଳେ ଏଭଳି ବେଆଇନ କାର୍ଯ୍ୟ ଚାଲିଥିଲେ ମଧ୍ୟ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ । ଫଳରେ ଦିନକୁ ଦିନ ଜୁଆଖେଳର ରିଙ୍ଗ ମାଷ୍ଟରଙ୍କ ପ୍ରାର୍ଦୁଭାବ ବଢ଼ିଚାଲିଛି । ଏହାକୁ ଆଗାମୀ ଦିନରେ ରୋକା ନଗଲେ ଆଗକୁ ବହୁ ପରିବାର ସର୍ବସ୍ୱାନ୍ତ ହେବା ନିଶ୍ଚିତ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.