ପ୍ରମୂଖ ଖବର
  • କଟକ : ବୋଲେରୋ ଧକ୍କାରେ ସ୍ୱାମୀ ମୃତ, ସ୍ତ୍ରୀ ଓ ଝିଅ ଗୁରୁତର
  • ||
  • ଆଫ୍ରିକାରେ ୩ ଭାରତୀୟଙ୍କୁ ଅପହରଣ କରିନେଲେ ଅଲ୍ କାଏଦା ଆତଙ୍କୀ, ସୁରକ୍ଷିତ ଉଦ୍ଧାର ପାଇଁ ଭାରତର ପ୍ରକ୍ରିୟା
  • ||
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

ଲଜ୍ଜ୍ୟା; ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ, ୪ ମାସର ଗର୍ଭବତୀ

Published By : Ankita S | March 4, 2025 1:43 PM

ବାଲେଶ୍ୱର,୦୪/୦୩: ପୁଣି ଲଜ୍ଜ୍ୟା । ବାଲେଶ୍ବରରେ ଜଣେ ଦଶମ ଶ୍ରେଣୀ ଛାତ୍ରୀ ଗଣଦୁଷ୍କର୍ମର ଶିକାର ହୋଇଛନ୍ତି । ପୀଡିତା ଜଣକ ଏବେ ୪ ମାସର ଗର୍ଭବତୀ ଥିବା ଜଣାପଡିଛି । ସେ ମାଟ୍ରିକ ବୋର୍ଡ ପରୀକ୍ଷା ଦେଉଛନ୍ତି । ବାଲିଆପାଳ ବ୍ଲକରେ ଘଟିଥିବା ଏହି ଘଟଣା ଲୋକଲୋଚନକୁ ଆସିବା ପରେ ଜିଲ୍ଲାରେ ଚର୍ଚ୍ଚା ଜୋର ଧରିଛି । କିଛି ଦିନ ତଳେ ଚିତ୍ରକୋଣ୍ଡା ଓ ଯାଜପୁର ଅଞ୍ଚଳରେ ଦଶମ ଶ୍ରେଣୀ ଛାତ୍ରୀ ମା'  ହେବା ଘଟଣା ପରେ ଏହି ଘଟଣା ଆଲୋଡନ ସୃଷ୍ଟି କରିଛି । 

ସୂଚନା ମୁତାବକ, ପ୍ରାୟ ୪ ମାସ ପୂର୍ବରୁ ପୀଡିତା ନିଜ ସମ୍ପର୍କୀୟ ଭାଇଙ୍କ ସହ ଗଡ଼ରା ବୁଲିବାକୁ ଯାଇଥିଲେ । ସେଠାରେ ପୂର୍ବରୁ ପରିଚୟ ଥିବା କିଛି ଯୁବକଙ୍କ ସହ ସେମାନଙ୍କର ଦେଖା ହୋଇଥିଲା । ସେମାନେ ଏକ ହୋଟେଲକୁ ଯାଇଥିଲେ । ପୂର୍ବ ଯୋଜନା ମୁତାବକ ସେମାନେ ପୀଡିତାଙ୍କୁ ମୃଦୁ ପାନୀୟରେ ନିଶା ଦେଇ ଦୁଷ୍କର୍ମ କରିଥିଲେ । ଏ ଘଟଣା ବାବଦରେ କାହାକୁ କିଛି  ନ କହିବାକୁ ଚେତାବନୀ ଦେଇଥିଲେ। କଥା ପ୍ରଘଟ କଲେ ପରିବାର ଲୋକଙ୍କୁ ହତ୍ୟା କରିବେ ବୋଲି ମଧ୍ୟ ଧମକ ମଧ୍ୟ ଦେଇଥିଲେ । 

ଅଧିକ ପଢନ୍ତୁ...ଚିତ୍ରକୋଣ୍ଡା ପରେ ଯାଜପୁରରେ ଲଜ୍ଜ୍ୟା, ମା' ହେଲେ ଦଶମ ଶ୍ରେଣୀ ଛାତ୍ରୀ

କିଛି ଦିନ ତଳେ ପୀଡିତା ପେଟରେ ଯନ୍ତ୍ରଣା ଅନୁଭବ କରିଥିଲେ । ପରିବାର ଲୋକେ ନିକଟସ୍ଥ ହସ୍ପିଟାଲ ନେଇଥିଲେ । ସେଠାରେ ସେ ୪ ମାସର ଗର୍ଭବତୀ ଥିବା ଜଣାପଡିଥିଲା । ପରେ ପୀଡିତା ଜଣକ ସବୁ ଘଟଣା ଘର ଲୋକଙ୍କୁ କହିଥିଲେ । ଏନେଇ ପରିବାର ଲୋକ ବାଲିଆପାଳ ଥାନା ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ ତଦନ୍ତ ଆରମ୍ଭ କରିଛି । ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ବାଲେଶ୍ୱର ଗସ୍ତର ଠିକ ପୂର୍ବରୁ ଏହି ଘଟଣା ଲୋକଲୋଚନକୁ ଆସିବା ପରେ ଆଲୋଚନା ଜୋର ଧରିଛି । ଛାତ୍ରୀ ଜଣଙ୍କ ଦଶମ ବୋର୍ଡ ପରୀକ୍ଷା ଦେଉଥିବାରୁ ପରିବାର ଲୋକ ଗର୍ଭପାତ କରିବାକୁ ଆବେଦନ କରିଛନ୍ତି ।

କହି ରଖୁଛୁ କି, କିଛି ତଳେ ଦୁଇ ଦଶମ ଶ୍ରେଣୀ ଛାତ୍ରୀ ମା'  ହେବା ଘଟଣା ସାମ୍ନାକୁ ଆସିଥିଲା ।  ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକରେ ମଙ୍ଗଳ ବିଭାଗର ଏକ ହାଇସ୍କୁଲରେ ଜଣେ ଦଶମ ଶ୍ରେଣୀ ଛାତ୍ରୀ ମାଟ୍ରିକ ପରୀକ୍ଷା ଦେବାକୁ ଯାଇ ସନ୍ତାନ ପ୍ରସବ କରିଥିଲେ । ଏହାର କିଛି ଦିନ ପରେ ଯାଜପୁର ବରୀ  ଅଞ୍ଚଳର ଜଣେ ଦଶମ ଶ୍ରେଣୀ ଛାତ୍ରୀ ଏକ ଶିଶୁକନ୍ୟା ଜନ୍ମ ଦେଇଥିଲେ ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.