ନୂଆଦିଲ୍ଲୀ : ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ପାଇଁ ଆମେରିକାରୁ ଆସିଛି ଖରାପ ଖବର। ଆମେରିକା ଲରେନ୍ସ ବିଷ୍ଣୋଇର ସାନ ଭାଇକୁ ଅନମୋଲ ବିଷ୍ଣୋଇକୁ ଭାରତ ଡିପୋର୍ଟ କରି ଦେଇଛି। କୁହାଯାଉଛି ଯେ, ମଙ୍ଗଳବାର ରାତିରେ ତାକୁ ଡିପୋର୍ଟ କରିଛି। କହି ରଖୁଛୁ କି , ଅନମୋଲ ବିଷ୍ଣୋଇ ମହାରାଷ୍ଟ୍ରର ବିଧାୟକ ତଥା ଏନସିପି ନେତା ବାବା ସିଦ୍ଦିକୀଙ୍କ ହତ୍ୟାକାଣ୍ଡର ମୁଖ୍ୟ ମାଷ୍ଟରମାଇଣ୍ଡ କୁହାଯାଉଛି।

କୁହାଯାଉଛି ଯେ, ଅନମୋଲ ବିଷ୍ଣୋଇ ଅନେକ ହାଇ-ପ୍ରୋଫାଇଲ ମାମଲାରେ ୱାଣ୍ଟେଡ୍ ଅଛି, ଯେଉଁଥିରେ ବାବା ସିଦ୍ଦିକୀଙ୍କର ହତ୍ୟା ବ୍ୟତୀତ ବଲିଉଡ୍ ଅଭିନେତା ସଲମାନ ଖାନଙ୍କ ଘର ବାହାରେ ହୋଇଥିବା ଫାୟାରିଂର ଷଡ଼ଯନ୍ତ୍ର ମଧ୍ୟ ସାମିଲ ଅଛି। ମିଡ଼ିଆ ରିପୋର୍ଟ ମୁତାବିକ, ଅନମୋଲ ବିଷ୍ଣୋଇକୁ ଗତ ବର୍ଷ ନଭେମ୍ୱରରେ ଆମେରିକୀୟ ଅଧିକାରୀମାନେ ହେପାଜତକୁ ନେଇ ଥିଲେ।

ଅନମୋଲ ବିଷ୍ଣୋଇକୁ ଭାରତ ଆଣିବା ଭାରତୀୟ ଯାଞ୍ଚ ଏଜେନ୍ସି ପାଇଁ ବଡ଼ ସଫଳତା ବୋଲି କୁହାଯାଉଛି। କୁହାଯାଉଛି ଯେ,ତାଙ୍କର ଗିରଫଦାରୀରେ ଦେଶରେ ହୋଇଥିବା ଅନେକ ବଡ଼ ବଡ଼ ଅପରାଧର ଯାଞ୍ଚକୁ ନେଇ ନୂଆ ଦିଗ ଆହୁରି ମିଳିବ। ଅନମୋଲ ବିଷ୍ଣୋଇ ଉପରେ ସଲମାନ ଖାନଙ୍କ ଘରେ ଫାୟାରିଂର ଷଡ଼ଯନ୍ତ୍ର ରଚିବାକୁ ମଧ୍ୟ ଗୁରୁତର ଅଭିଯୋଗ ଅଛି। ଏହି ଘଟଣା ପରେ ସେ ଚର୍ଚ୍ଚାକୁ ଆସି ଥିଲା। ଭାରତ ଅଣାଯିବା ପରେ ଯାଞ୍ଚ ଏଜେନ୍ସି ତାକୁ ଜୋରଦାର ପଚରାପଚରି କରିବ ଏବଂ ସବୁ ସମ୍ୱନ୍ଧିତ ମାମଲାର ପ୍ରମାଣକୁ ଯାଞ୍ଚ କରିବ।

ଉଲ୍ଲେଖନୀୟ ଯେ, ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କର ହତ୍ୟା ପରେ ଅନମୋଲ ବିଷ୍ଣୋଇ ଭାରତରୁ ଫେରାର ହୋଇ ଯାଇ ଥିଲା। ଏହାପରେ ଯାଞ୍ଚ ଏଜେନ୍ସି ଗୁଡ଼ିକୁ ଏହାର ଲୋକେସନ ଆମେରିକାରେ ଥିବାର ମିଳିଥିଲା। ସେଠାରୁ ବସି ସେ ଭାରତରେ ନିଜର ରାକେଟ୍ ଚଲାଉ ଥିଲା ଏବଂ ଏକ୍ସଟାର୍ସନ ସମେତ ଅନେକ ବଡ଼ ବଡ଼ କ୍ରାଇମ୍ ସବୁ କରୁଥିଲା।