ବଲାଙ୍ଗିର,୧୭/୧୧: ପ୍ରାୟ ୫ମାସ ପରେ ଡି- ବ୍ରଦର୍ସ ଗ୍ୟାଙ୍ଗର ମୁଖ୍ୟ ତଥା ଗ୍ୟାଙ୍ଗଷ୍ଟାର ସୁଶାନ୍ତ ଧଳସାମନ୍ତ ବଲାଙ୍ଗିର ଫେରିଛି । ଗତ ପ୍ରାୟ ସପ୍ତାହେ ତଳେ ତାକୁ କଟକ ଚୌଦ୍ୱାର ଜେଲରୁ ବଲାଙ୍ଗିର ଜେଲକୁ ବଦଳି କରାଯାଇଛି । କଡ଼ା ସୁରକ୍ଷା ବଳୟ ଭିତରେ ତାକୁ ବଲାଙ୍ଗିର ଅଣାଯିବା ପରେ ନିର୍ଦ୍ଧାରିତ ବ୍ୟବସ୍ଥାରେ ତାକୁ ବଲାଙ୍ଗିର ଜେଲରେ ରହିଛି । ସେତେବେଳେ ଧଳସାମନ୍ତର ରୀତିମତ କୋର୍ଟ ଟ୍ରାୟଲ ଚାଲୁଥିବାରୁ ସୁରକ୍ଷା ଦୃଷ୍ଟିକୋଣରୁ ତାକୁ ଚୌଦ୍ୱାର ନିଆଯାଇଥିବା ଜଣେ ବରିଷ୍ଠ ଅଧିକାରୀଙ୍କଠାରୁ ପ୍ରକାଶ।
ସୂଚନାଯୋଗ୍ୟ ଯେ, ୨୦୧୮ ମସିହା ମାର୍ଚ୍ଚମାସରେ ଭୁବନେଶ୍ୱର ଜେଲରେ ଥିବା ସୁଶାନ୍ତ ଧଳସାମନ୍ତକୁ ବଲାଙ୍ଗିର ଜେଲକୁ ଅଣାଯାଇଥିଲା । ଯାହାପରେ ବଲାଙ୍ଗିର ଜେଲ ଭିତରେ ମଧ୍ୟ ତା’ ନେତୃତ୍ୱରେ ଗ୍ୟାଙ୍ଗ ତିଆରି ହେଉଥିବା ଅଭିଯୋଗ ଉଠିଥିଲା। ସେହିପରି ୨୦୨୦ ମସିହାରେ ଯେତେବେଳେ ଡି ବ୍ରଦର୍ସଙ୍କ ଘରେ କମିଶନରେଟ ପୁଲିସ ଚଢ଼ଉ କରି ବିପୁଳ ପରିମାଣର ବନ୍ଧୁକ, ଗୁଳି ଜବତ କରିଥିଲା, ସେତେବଳେ ବଲାଙ୍ଗିର ଜେଲରୁ ସୁଷାନ୍ତ ରହୁଥିବା ସେଲ ଫଟୋ ଭାଇରାଲ ହୋଇଥିଲା । ଯେଉଁଥିରେ ତାକୁ ଘର ଭଳି ଦୁଇଟି ସେଲ, ମନଇଚ୍ଛା ଖାଇବା, ସାମଗ୍ରୀ, ପଙ୍ଖା, ସାର୍ଟପେଣ୍ଟ ସବୁ ଉପଲବ୍ଧ ଥିବା ଦେଖିବାକୁ ମିଳିଥିଲା ସେହିପରି ଗତ କିଛିମାସ ତଳେ ବଲାଙ୍ଗିର ଜେଲରେ ଗ୍ୟାଙ୍ଗୱାର ନେଇ ଅଭିଯୋଗ ପରେ ପୁଲିସ ପକ୍ଷରୁ ଜେଲ ଚଢ଼ଉ କରାଯାଇଥିଲା । ଅବଶ୍ୟ ପ୍ରଥମ ପର୍ଯ୍ୟାୟରେ କିଛି କୁହାନଯାଇଥିବା ବେଳେ ପରେ ଧଳସାମନ୍ତର ସେଲ ଭିତରୁ ଏକ ମୋବାଇଲ ଫୋନ ବାହାରି ଥିବା କୁହାଯାଇଥିଲା । ଏହାବାଦ୍ ବିଭିନ୍ନ ସମୟରେ ଆଖି ଚିକିତ୍ସା ଏବଂ ହାଜର ପାଇଁ ତାକୁ କଟକ ନିଆଯାଉଥିଲା