ପ୍ରମୂଖ ଖବର
  • ଗୁଜରାଟ ପୋଲ ଦୁର୍ଘଟଣା, ମିଳିଲାଣି ୧୭ ମୃତଦେହ, ୩ ନିଖୋଜ, ୪ ଅଧିକାରୀଙ୍କ ଉପରେ ଆକ୍ସନ
  • ||
  • ୧୫ ପରେ କମିବ ବର୍ଷା ପରିମାଣ, ୨୦ରୁ ୨୨ ଯାଏ ଖରା ଆଶଙ୍କା, ୨୩ରେ ଲଘୁଚାପ ସମ୍ଭାବନା
  • ||
  • ୪ ଦିନ ବଢିଲା ଆକ୍ସିଓମ୍‌-୪ ମିଶନ୍ ଅବଧି , ଜୁଲାଇ୧୪ରେ ମହାକାଶରୁ ଫେରିବେ ଶୁଭାଂଶୁ ଶୁକ୍ଳା
  • ||

ଗିରଫ ଭୟରେ ଦୁର୍ଘଟଣା ଘଟାଇ ଫେରାର୍ ମାଫିଆ : ଗଞ୍ଜେଇ ସହ ଗାଡ଼ି ଜବତ କଲା ପୁଲିସ୍

Published By : Rasmita Pradhan | July 1, 2025 11:38 AM

ମନମୁଣ୍ଡା, ୦୧/୦୭ : ଗଞ୍ଜେଇ ଚାଲାଣ ବେଳେ ମାଡ଼ି ବସିଲା ପୁଲିସ। ଗାଡ଼ି ଛାଡ଼ି ମାଫିଆ ଫେରାର୍। ବୌଦ୍ଧ ଜିଲ୍ଲା ମନମୁଣ୍ଡା ପୁଲିସ ଏକ ଗଞ୍ଜେଇ ଭର୍ତ୍ତି କାର୍ ଜବତ କରିଛି। ମାଫିଆମାନେ ଫେରାର୍ ହେବାକୁ ଉଦ୍ୟମ କରି ଦୁର୍ଘଟଣା ଘଟାଇଛନ୍ତି। 

ସୂଚନାନୁଯାୟୀ, ସୋମବାର କଣ୍ଟାମାଳରୁ ଏକ ଗଞ୍ଜେଇ ଭର୍ତ୍ତି ଧଳା କାର୍ ଆସୁଥିବା ନେଇ ମନମୁଣ୍ଡା ଆଇଆଇସି ଅଞ୍ଜଳି ବିଶ୍ଵାଳ ବିଶେଷ ସୂତ୍ରରୁ ଖବର ପାଇଥିଲେ। ସେ ଏକ ଟିମ୍ ଗଠନ କରି ମନମୁଣ୍ଡାର ବିଭିନ୍ନ ଛକରେ ନାକାବନ୍ଦୀ କରିଥିଲେ। ମନମୁଣ୍ଡା ମୁଖ୍ୟ ଗାନ୍ଧୀ ଛକ ଠାରେ ପୁଲିସ ରାସ୍ତାରେ ଡ୍ରମ୍ ରଖି ଜଗି ରହିଥିଲା। ରାତି ପ୍ରାୟ ସାଢେ ୮ଟା ବେଳେ କାର୍‌ଟି ଦ୍ରୁତ ଗତିରେ ଆସି ବୌଦ୍ଧ ଆଡ଼କୁ ଚାଲିଯାଇଥିଲା। କାର୍ ପଛରେ ଦୁଇଟି ପୁଲିସ ଗାଡି ଗୋଡାଇଥିଲା। କାର୍‌ଟି ଦ୍ରୁତ ଗତିରେ ଯାଇ ୫୭ ନଂ ଜାତୀୟ ରାଜପଥ ବାସୁଦେବପାଲି ଓମ୍ ଶାନ୍ତି ପେଟ୍ରୋଲ ପମ୍ପ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଗଞ୍ଜେଇ ମାଫିଆମାନେ ଫେରାର୍ ହୋଇଯାଇଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗଞ୍ଜେଇ ଜବତ କରିଥିଲା। ତେବେ ଜବତ ହୋଇଥିବା ଗଞ୍ଜେଇ ଗୁଡ଼ିକ ଓଜନ କରାଯାଇ ନାହିଁ। ମାଫିଆଙ୍କୁ ଧରିବା ପାଇଁ ପୁଲିସ ତଦନ୍ତ ଚଳାଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.