ମାଲକାନଗିରି, ୨୫/୧୨ : ପୁଲିସ ପକ୍ଷରୁ ଗଞ୍ଜେଇ ଚାଷ ଉପରେ ଚଢ଼ଉ କରି ୬୦ଲକ୍ଷ ଟଙ୍କାର ଗଞ୍ଜେଇ ଗଛ କାଟି ପୋଡି ନଷ୍ଟ କରିଦେଇଛି । ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ସଦର ପୁଲିସ ଦ୍ବାରା ବେଆଇନ ଭାବେ ଚାଷ ହେଉଥିବା ଗଞ୍ଜେଇ ଚାଷ ଉପରେ ଚଢଉ ଆରମ୍ଭ କରାଯାଇଛି।
ମାଲକାନଗିରି ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ କାଲିମେଳା ତହସିଲଦାର ରାମ କୃଷ୍ଣ ସତ୍ୟରାଜ ଗୁରୁ ଉପସ୍ଥିତରେ କୋରୁକୋଣ୍ଡା ସଦର ଥାନା ପକ୍ଷରୁ ଆଜି କୋରୁକୋଣ୍ଡା ଥାନା ଅଧିକାରୀ ହିମାଂଶୁ ଶେଖର ବାରିକଙ୍କ ନେତୃତ୍ୱରେ ଏଏସଆଇ ପ୍ରଶାନ୍ତି ଖୋଲ, ଏଏସଆଇ ନରେନ୍ଦ୍ର ଭତ୍ରାଙ୍କ ସମେତ ବହୁ ପୋଲିସ ଚିନ୍ହଲୱାଡା ପଞ୍ଚାୟତ ଅଧିନସ୍ଥ କର୍କଟପାଲ୍ଲୀ ଓ ପରାଜାଗୁଡା ଗ୍ରାମ ନିକଟ ପାହାଡ଼ରେ ଚଢ଼ଉ କରାଯିବା ସହ ଉକ୍ତ ଅଞ୍ଚଳରେ ବେଆଇନ ଭାବେ ପ୍ରାୟ ୫ଏକରରୁ ଅଧିକ ଜମିରେ ଚାଷ ହୋଇଥିବା ପ୍ରାୟ ୬ହଜାରରୁ ଊର୍ଦ୍ଧ୍ବ ଗଞ୍ଜେଇ ଗଛକୁ କାଟିବା ପରେ ପୋଡି ସମ୍ପୂର୍ଣ୍ଣ ଭାବେ ନଷ୍ଟ କରି ଦିଆଯାଇଛି । ଏହି ଗଞ୍ଜେଇ ଗଛର ମୂଲ୍ୟ ପ୍ରାୟ.୬୦ ଲକ୍ଷ ଟଙ୍କା ହେବ ବୋଲି ପୁଲିସ କହିଛି।