ପ୍ରମୂଖ ଖବର
  • ଆଫ୍ରିକାରେ ୩ ଭାରତୀୟଙ୍କୁ ଅପହରଣ କରିନେଲେ ଅଲ୍ କାଏଦା ଆତଙ୍କୀ, ସୁରକ୍ଷିତ ଉଦ୍ଧାର ପାଇଁ ଭାରତର ପ୍ରକ୍ରିୟା
  • ||
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

ସହର ଭିତରେ ଗଞ୍ଜେଇ ଗୋଦାମ : ଜଣେ ଗିରଫ

Published By : Suraj Kumar | January 22, 2025 9:27 PM

ଜୟପୁର, ୨୨।୧ : ସହର ଭିତରେ ଗଂଜେଇ ଗୋଦାମ । ସ୍ବତନ୍ତ୍ର ପ୍ଳାଷ୍ଟିକ ବକ୍ସରେ ପ୍ୟାକିଂ କରି  ବାହାରକୁ ଚାଲାଣ କରାଯାଉଥିଲା ଗଞ୍ଜେଇ । ଖବର ପାଇ ପୋଲିସ ଚଢାଉ କରି ବିପୁଳ ପରିମାଣର ଗଞ୍ଜେଇ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି ।  ଗିରଫ ବ୍ୟକ୍ତି ଜଣକ ହେଲେ ମିଥୁନ ନାଥ । ଏଥି ସହ ଘର ମାଲିକ ଏ.ଦୂର୍ଗାଙ୍କୁ  ଅଟକ ରଖି ଅଧିକ ପଚରାଉଚରା କରୁଛି ପୋଲିସ । 

ମଙ୍ଗଳବାର ରାତିରେ  ପ୍ରସାଦ ରାଓ ପେଟାରେ ରାତ୍ରିକାଳୀନ ପାଟ୍ରୋଲିଂ ପୋଲିସ କରୁଥିଲା। ଏହି  ସମୟରେ ଏ.ଦୂର୍ଗାଙ୍କ ଘରେ ଗଞ୍ଜେଇ ଥିବା  ପୋଲିସ ଜାଣିବାକୁ ପାଇଥିଲା । ପୋଲିସର ସ୍ବତନ୍ତ୍ର ଟିମ ସେହି ଘରେ ଚଢାଉ କରିଥିଲା। ଘର ଭିତରୁ ପ୍ରାୟ ଅଢେ଼ଇ କ୍ବିଣ୍ଟାଲ ଗଞ୍ଜେଇ  ପୋଲିସ ଜବତ କରିଥିଲା। ପୋଲିସକୁ ଚକମା ଦେବା ପାଇଁ ମିଥୁନ ଗଞ୍ଜେଇ  ଏଠାକୁ ଆଣି ସ୍ବତନ୍ତ୍ର ପ୍ଳାଷ୍ଟିକ ବକ୍ସରେ ପ୍ୟାକିଂ କରି ବାହାରକୁ ଚାଲାଣ କରୁଥିଲା । ତେବେ ଏହି କାରବାରରେ  ଘର ମାଲିକଙ୍କ ସଂପୃକ୍ତି ସନ୍ଦେହ କରୁଛି ପୋଲିସ । ତେଣୁ ତାଙ୍କୁ ଅଟକ ରଖି ଅଧିକ ପଚରାଉଚରା କରାଯାଉଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.