ବୀରମହାରାଜପୁର,୧୭/୧୦:ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ପୁଲିସକୁ ବଡ଼ ସଫଳତା । ଗଞ୍ଜେଇ ଭର୍ତ୍ତି କାରକୁ ଜବତ କଲା ପୁଲିସ। ଏଥିସହ ୪ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଜଣେ ଅଭିଯୁକ୍ତ ଫେରାର ଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ବିଶ୍ଵସ୍ତ ସୁତ୍ରରୁ ଖବର ପାଇ ସୁବର୍ଣ୍ଣପୁର ଏସପି ନାରାୟଣ ନାୟକ ନିଜେ ଗଞ୍ଜେଇ ଭର୍ତ୍ତି କାରକୁ ପିଛା କରି ବୀରମହାରାଜପୁର ବସଷ୍ଟାଣ୍ଡ ନିକଟକୁ ଯାଇଥିଲେ। ହେଲେ କାରଟି ସେଠାରୁ ଫେରାର ମାରିଥିଲା । ସୁବଳୟା ଥାନା ଓ ବୀରମହାରାଜପୁର ଥାନା ପୁଲିସ ଗୋଡ଼ାଇ ଗୋଡ଼ାଇ ଗାଡ଼ିକୁ ଖଣ୍ଡହଥା ଗାଁ ମୁଣ୍ଡରେ ଧରିବାରେ ସଫଳ ହୋଇଛନ୍ତି । ଗାଡ଼ି ଭିତରେ ମୋଟ ୫ ଜଣ ଥିବାବେଳେ ୪ ଜଣଙ୍କୁ ପୁଲିସ ଧରିବାରେ ସକ୍ଷମ ହୋଇଛି । ଜଣେ ଅଭିଯୁକ୍ତ ସେଠାରୁ ଫେରାର ମାରିଥିବା ସୂଚନା ମିଳିଛି । ତେବେ ଘଟଣାସ୍ଥଳରୁ ଗାଡ଼ିକୁ ଜବତ କରାଯାଇଥିବା ବେଳେ ଥାନାକୁ ଗଞ୍ଜେଇ ଆଣି ଓଜନ କରିବା କେତେ ଗଞ୍ଜେଇ ଓ କେଉଁଠୁ କେଉଁ ଠାକୁ ଯାଉଥିଲା ଜଣା ପଡ଼ିବ ।