ଜୟପୁର- ଜୟପୁରର ଗୋପାଳପୁରା ଅଞ୍ଚଳରରେ ଏକ କୋଚିଂ ସେଣ୍ଟରରେ ବିଷାକ୍ତ ଗ୍ୟାସ୍ ବ୍ୟାପିବାରୁ ୧୨ଜଣ ଛାତ୍ରଛାତ୍ରୀ ବେହୋସ୍ ହୋଇ ଯାଇଛନ୍ତି। ସୋମାନୀ ହସ୍ପିଟାଲରେ ୭ଜଣ ଛାତ୍ରଛାତ୍ରୀଙ୍କୁ ଭର୍ତ୍ତି କରାଯାଇଛି, ଯେଉଁଥିରେ ଦୁଇଜଣ ଆଇସିୟୁରେ ଗୁରୁତର ସ୍ଥିତିରେ ଅଛନ୍ତି। ମହେଶ ନଗର ଥାନା ଏସଏଚଓ କବିତା ଶର୍ମାଙ୍କ ଅନୁସାରେ , କୋଚିଂ ସେଣ୍ଟରରେ ଗ୍ୟାସର କୌଣସି ଉତ୍ସ ନାହିଁ। ଘଟଣାର ଯାଞ୍ଚ ଜାରି ରହିଛି।
ଉଲ୍ଲେଖନୀୟ ଯେ , ଜୟପୁରର କୋଚିଂ କ୍ଷେତ୍ରରେ ଉତ୍କର୍ଷ କୋଚିଂରେ ଦୁର୍ଗନ୍ଧଯୁକ୍ତ ଗ୍ୟାସ୍ ବ୍ୟାପିବାରୁ ପାଖାପାଖି ୧୨ଜଣ ଛାତ୍ରଛାତ୍ରୀ ବେହୋସ ହୋଇ ଯାଇଛନ୍ତି, ଯାହାଙ୍କୁ ସେହି ସ୍ଥିତିରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା ଅନୁସାରେ, ପଛ ନାଳରୁ ବିଷାକ୍ତ ଗ୍ୟାସ୍ ବ୍ୟାପିବାର ଖବର ଆସିଛି। ୭ଜଣ ଛାତ୍ରଛାତ୍ରୀଙ୍କୁ ସୋମାନୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି , ଯେଉଁଠି ଡାକ୍ତର କହିଛନ୍ତି କି ଦୁଇ ଜଣ ଛାତ୍ର ଆଇସିୟୁରେ ଅଛନ୍ତି।
ମହେଶ ନଗର ଥାନାର ଏସଏଚଓ କବିତା ଶର୍ମା କହିଛନ୍ତି କି , କୋଚିଂର ସବୁ ଝରକା ବନ୍ଦ ଥିଲା । କ୍ଲାସ୍ ବେଳେ ଡୋର ମଧ୍ୟ ବନ୍ଦ ଥିଲା। କୋଚିଂରେ ବିଷାକ୍ତ ଗ୍ୟାସର କୌଣସି ଉପକରଣ ନଥିଲା ଏବଂ ଗ୍ୟାସ୍ ପାଇପ୍ଲାଇନ୍ ମଧ୍ୟ ନାହିଁ । ଏଥିରେ ଏହି ତୀବ୍ର ଦୁର୍ଗନ୍ଧ କୁଆଡ଼ୁ ଆସିଲା , ଏହାର ଯାଞ୍ଚ କରାଯାଉଛି। ଘଟଣା ପରେ ସେଠାରେ ପହଞ୍ଚି ଥିବା ଛାତ୍ର ନେତା ନିର୍ମଳ ଚୌଧୁରୀ ଓ କୋଚିଂ ସଂଚାଳକଙ୍କ ମଧ୍ୟରେ ଉତ୍ତେଜନା ବଢି ଥିଲା , ଏହାକୁ ଦେଖି ପୁଲିସ ଫୋର୍ସ ମୁତୟନ କରି ଦିଆ ଯାଇଛି। ହେଲେ କୁହାଯାଉଛି କି, ସବୁ ଛାତ୍ରଛାତ୍ରୀ ବିପଦ ମୁକ୍ତ ଅଛନ୍ତି।