ପ୍ରାୟ ଲୋକଙ୍କର ଧାରଣା ରହିଆସିଛି ଯେ ଛାତିରେ ଯନ୍ତ୍ରଣା ହେବାଅର୍ଥାତ୍‌ ଏହା ହୃଦ୍‌ଘାତର ଲକ୍ଷଣ । ହାର୍ଟ ଆଟାକ୍‌ ନାଁଶୁଣିଲେ ଆମ ଆଖି ଆଗରେ ଜଣେ ବ୍ୟକ୍ତି ଛାତି ଯନ୍ତ୍ରଣାସହ୍ୟ କରି ନପାରି ଛାତିକୁ ହାତରେ ଧରି ଟଳି ପଡୁଛି । ହୃଦ୍‌ଘାତକୁନେଇ ଫିଲ୍ମ ଓ ବିଜ୍ଞାପନରେ ଆସୁଥିବା ଏହି ଛବି ଲୋକଙ୍କ ମନରେ ଘର କରିସାରିଛି । କିନ୍ତୁ ଜାଣନ୍ତି କି ଏହିଲକ୍ଷଣ ହୃଦ୍‌ଘାତକୁସେତେଟା କ୍ଲିୟର୍‌ କରି ନଥାଏ । ହୃଦ୍‌ରୋଗୀଙ୍କର କେବଳ ଛାତିରେ ଯନ୍ତ୍ରଣା ହୋଇ ନଥାଏ । ବରଂ ଅନ୍ୟ ଲକ୍ଷଣ ମଧ୍ୟ ଦେଖା ଦେଇଥାଏ । ସମୟରେ ଏହି ଲକ୍ଷଣକୁ ଚିହ୍ନଟ କଲେ ରୋଗୀକୁ ମୃତ୍ୟୁ ମୁଖରୁ ବଞ୍ଚାଇପାରିବେ । 

ନିଶ୍ୱାସ-ପ୍ରଶ୍ୱାସରେ ସମସ୍ୟା- ଯଦି କୌଣସି ଭାରୀ କାମ ନ କରିବା ସତ୍ତେ୍ୱ ମଧ୍ୟ ନିଶ୍ୱାସ- ପ୍ରଶଯବାସ୍‌ ଫୁଲୁଥାଏ, ତେବେ ଏହା ହୃଦ୍‌ଘାତର ଲକ୍ଷଣ ହୋଇପାରେ । ଯେତେବେଳେ ହୃଦୟ ଶରୀରର ଅନ୍ୟ ଅଙ୍ଗକୁ ରକ୍ତ ପହଞ୍ଚାଇପାରି ନଥାଏ, ସେତେବେଳେ ଫୁସ୍‌ଫୁସ୍‌ ଉପରେ ଚାପ ଚାପ ପଡିଥାଏ । ଫଳରେ ପ୍ରଶ୍ୱାସ-ନିଶ୍ୱାସରେ ସମସ୍ୟା ଆସିଥାଏ । 

ଅନ୍ୟ ଅଙ୍ଗରେ ଯନ୍ତ୍ରଣା ସହ ଥକ୍କାପଣ- ହୃଦ୍‌ଘାତର ଯନ୍ତ୍ରଣା କେବଳ ଛାତିରେ ସୀମିତ ନଥାଏ, ବରଂ ଶରୀରର ଅନ୍ୟ ଅଙ୍ଗ ଯେପରିକି କାନ୍ଧ, ବେକ, ମୁହଁ, ପିଠି ବା ହାତରେ ଅନୁଭବ ହୋଇଥାଏ । ଅନେକ ସମୟରେ ମୁହଁର ଯନ୍ତ୍ରଣାକୁ ଲୋକମାନେ ଦାନ୍ତର ଯନ୍ତ୍ରଣା ବୋଲି ଧରି ନେଇଥାନ୍ତି । କିନ୍ତୁ ଏହା ହୃଦ୍‌ଘାତର ଲକ୍ଷଣ । 

ଅଧିକ ଥକ୍କାପଣ ଓ ଦୁର୍ବଳ- ଯଦି କିଛିଦିନ ଧରି ବିନା କାରଣରରେ ଥକ୍କାପଣ ଅନୁଭବ କରୁଥାନ୍ତି । ତେବେ ସାବଧାନ ହୋଇଯାନ୍ତୁ । ବିଶେଷକରି ମହିଳାମାନଙ୍କ କ୍ଷେତ୍ରରେ ହୃଦ୍‌ଘାତର ପ୍ରଥମ ସପ୍ତାହରେ ଅଧିକ ଦୁର୍ବଳ ଅନୁଭବ କରିଥାନ୍ତି । ଏହି ଥକ୍କାପଣ ସମୟରେ ନିୟମିତ କାମ କରିବା ମଧ୍ୟ କଷ୍ଟକର ହୋଇପଡେ । 

ଝାଳ ବାହାରିବା ସହ ମୁଣ୍ଡ ବୁଲାଇବା-ବିନା ଗରମରେ କିଛ କାମ ନ କରିବା ସତ୍ତେ୍ୱ ଶରୀରରୁ ଝାଳ ବାହାରିବା ସବୁଠାରୁ ବଡ଼ ଚେତାବନୀ । ଏହାସହିତ ଯଦି ମୁଣ୍ଡ ବୁଲାଇ ବେହୋସ ହେଉଥାନ୍ତି । ଏହି ସମୟରେ ହୃଦୟକୁ ରକ୍ତ ପ୍ରବାହିତ କମ୍‌ ହୋଇଥାଏ । ଏହାମଧ୍ୟ ହୃଦ୍‌ଘାତର ସଙ୍କେତ ।

ପେଟରେ ଗଡବଡ- ଅନେକ ସମୟରେ ହୃଦ୍‌ଘାତର ଲକ୍ଷଣକୁ ଏସିଡିଟି କିମ୍ବା ବଦ୍‌ହଜମୀ ଭାବିନିଅନ୍ତି । ପେଟର ଉପର ଭାଗରେ ଚାପ ଅନୁଭବ ହେବା କିମ୍ବା ବାନ୍ତି ହେବା ମଧ୍ୟ ହୃଦ୍‌ଘାତର ଲକ୍ଷଣ । ଯଦି ଆପଣ ବାରମ୍ବାର ଏପରି ସମସ୍ୟାର ଶିକାର ହେଉଥାନ୍ତି, ତେବେ ଡାକ୍ତର ପରାମର୍ଶ ନିଶ୍ଚୟ କରନ୍ତୁ । 
ଲକ୍ଷଣ ଅନୁଭବ ହେଲେ କ'ଣ କରିବେ? 
ତୁରନ୍ତ ସାହାଯ୍ୟ ମାଗନ୍ତୁ କିମ୍ବା ଡାକ୍ତରଙ୍କ ପାଖକୁ ଯାଆନ୍ତୁ । ଏହି ସମୟରେ ଶାନ୍ତ ରୁହନ୍ତୁ । ନଚେତ୍‌ ହୃଦୟର ଚାପ ବଢିଯାଇପାରେ ।