ନୂଆଦିଲ୍ଲୀ,୦୮/ ୧୨; ବିଗ୍ ବସ୍-୧୯ ଫାଇନାଲ ଶେଷ ହୋଇଛି । ସିଜିନ୍କୁ ବିଜେତା ବି ମିଳି ସାରିଛି । ଟିଭି ସୁପରଷ୍ଟାର ତଥା ପ୍ରସିଦ୍ଧି ସିରିୟର 'ଅନୁପମା'ର କପାଡ଼ିୟା ଜୀ ଗୌରବ ଖାନ୍ନା ବିଗ୍ ବସ୍-୧୯ ବିଜେତା ହୋଇଛନ୍ତି । ତାଙ୍କୁ ଟ୍ରଫି ସହ ୫୦ ଲକ୍ଷ ଟଙ୍କାର ପୁରସ୍କାର ମିଳିଛି । ଫାରହାନା ଭଟ୍ଟ ପ୍ରଥମ ରସର-ଅପ୍ ହୋଇଛନ୍ତି । ଅଗଷ୍ଟ ୨୪ରୁ ଆରମ୍ଭ ହୋଇଥିଲା ବିଗ୍ ବସ୍ ୧୯ । ଦର୍ଶକଙ୍କୁ ୧୦୦ ଦିନ ଯାଏ ବାନ୍ଧି ରଖିଥିଲା । ଗତକାଲି (ରବିବାର) ହୋଇଥିବା ଫାଇନାଲରେ ଗୌରବ ଖାନ୍ନା ବାଜି ମାରି ନେଇଛନ୍ତି । ହୋଷ୍ଟ ସଲମାନ୍ ଖାନଙ୍କ ଶୋ' କୁ ନିଜ ନାମରେ କରିଛନ୍ତି ।
ଦୀର୍ଘ ୩ ମାସରୁ ଅଧିକ ଦିନ ଧରି କଲର୍ସ ଟିଭିରେ ପ୍ରସାରିତ ହୋଇ ଆସିଥିବା ଏହି ଟେଲିଭିଜନ ରିୟଲିଟି ଶୋ ରବିବାର ଶେଷ ହୋଇଛି । ଶେଷ ଦିନରେ ବଲିଉଡ ଅଭିନେତା ସଲମାନ୍ ଖାନ ଷ୍ଟେଜ ଉପରେ ବିଜେତାଙ୍କ ନାମ ଘୋଷଣା କରିଥିଲେ । ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ୫ ଜଣଙ୍କ ମଧ୍ୟରୁ ପ୍ରଥମେ ଅମାଲ ମଲିକ ପ୍ରତିଯୋଗିତାରୁ ବାଦ୍ ପଡିଥିଲେ । କିଛି ସମୟ ପରେ ତାନ୍ୟା ମିତ୍ତଲ ମଧ୍ୟ ବିଦା ହୋଇଥିଲେ । ପ୍ରଣିତ ମୋରେ, ଗୌରବ ଖାନ୍ନା ଓ ଫାରହାନା ଭଟ୍ଟ ଫାଇନାଲକୁ ଯାଇଥିଲେ । ପରେ ପରେ ପ୍ରଣିତ ମୋରେ ମଧ୍ୟ ପ୍ରତିଦ୍ୱନ୍ଦ୍ୱିତାରୁ ହଟିଥିଲେ । ଶେଷରେ ଫାରହାନା ଓ ଗୌରବଙ୍କ ମଧ୍ୟରେ ହୋଇଥିଲା କଡା ପ୍ରତିଯୋଗିତା । ଉଭୟଙ୍କ ହାତ ଧରି ସଲମାନ ଷ୍ଟେଜ ଉପରକୁ ଆସିଥିଲେ ଏବଂ ଗୌରବ ବିଗ୍ ବସ୍ ୧୯ ବିଜେତା ବୋଲି ଘୋଷଣା କରିଥିଲେ ।
ଉଦ୍ଯାପନୀ ଦିବସରେ ପୱନ ସିଂହ, ସନ୍ନି ଲିଓନି, କରନ କୁନ୍ଦ୍ରା, କାର୍ତ୍ତିକ ଆର୍ୟନ, ନିଲମ ଗିରି ଓ ଅନନ୍ୟା ପାଣ୍ଡେ ଚିତାକର୍ଷକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଷ୍ଟେଜରେ ସଲମାନ ଦିଗଂଗତ ଅଭିନେତା ଧର୍ମେନ୍ଦ୍ରଙ୍କୁ ମନେପକାଇ ଭାବବିହ୍ୱଳ ହୋଇପଡିଥିଲେ । ଗତ ଅଗଷ୍ଟ ୨୪ରେ ବିଗ୍ବସ୍-୧୯ର ଶୁଭାରମ୍ଭ ହୋଇଥିଲା । ସବୁ ସିଜିନ ଭଳି ଚଳିତ ସିଜିନ୍ରେ ମଧ୍ୟ ସଲମାନ ଖାନ ଏହାର ଉଦ୍ଘାଟନ କରିଥିଲେ ।
କହି ରଖୁଛୁ କି, ଟେଲିଭିଜନ ସିରିଏଲ ସିଆଇଡିରେ ଇନ୍ସପେକ୍ଟର କେଭିନ ଏବଂ ଅନୁପମାରେ ଅନୁଜ କାପାଡିଆ ଭୂମିକାରେ ଅଭିନୟ କରି ଗୌରବ ସମଗ୍ର ଦେଶରେ ବେଶ୍ ଲୋକପ୍ରିୟ ହୋଇ ପାରିଛନ୍ତି । ଏହା ବ୍ୟତୀତ ଗୌରବ ସିଜନର ଜଣେ ଦମଦାର ପ୍ରତିଯୋଗୀ ଭାବେ ଉଭା ହୋଇଥିଲେ । ୯୦ ପ୍ରତିଶତ ସେ ଜିତିବା ଆକଳନ କରାଯାଉଥିଲା