ପ୍ରମୂଖ ଖବର
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ସେଲିବ୍ରିଟି ମାଷ୍ଟରସେଫ୍ ବିଜେତା ଗୌରବ ଖାନ୍ନା, ଜାଣନ୍ତୁ ଟ୍ରଫି ସହ କେତେ ମିଳିଲା ପୁରସ୍କାର ରାଶି ?

Published By : Ankita S | April 12, 2025 7:58 AM

ନୂଆଦିଲ୍ଲୀ,୧୨/୦୪: କୁକିଙ୍ଗ୍ ରିୟାଲିଟି ଶୋ' 'ସେଲିବ୍ରିଟି ମାଷ୍ଟରସେଫ୍‌ର ପ୍ରଥମ ସଂସ୍କରଣକୁ ତାର ବିଜେତା ମିଳିଛି । ଫାଇନାଲରେ ତେଜସ୍ୱୀ ଯାଦବ ଓ ନିକି ତମ୍ବୋଲିକୁ ପଛରେ ପକାଇ ବାଜି ମାରି ନେଇଛନ୍ତି ଗୌରବ ଖାନ୍ନା । ସେଲିବ୍ରିଟି ମାଷ୍ଟରସେଫ୍ ଟ୍ରଫି ନିଜ ନାମରେ କରିଛନ୍ତି ଗୌରବ । ଏହି ବିଜୟ ନେଇ ଗୌରବଙ୍କ ଫ୍ୟାନ୍ସ ତାଙ୍କୁ ସୋସିଆଲ ମଡ଼ିଆରେ ଶୁଭେଚ୍ଛା ଜଣାଇଛନ୍ତି ।

ଗୌରବ ଜିତିଲେ ସେଲିବ୍ରିଟି ମାଷ୍ଟରସେଫ୍- ଦମ୍‌ଦାର ଅଭିନୟ ସହିତ ରୋଷେଇ କରିବାରେ ବି ଗୌରବ ଖାନ୍ନା ଏକ୍ସପର୍ଟ ବୋଲି ପ୍ରମାଣ କରିଛନ୍ତି । ସେଲିବ୍ରିଟି ମାଷ୍ଟରସେଫ୍‌ର ଫାଇନାଲରେ ଗୌରବ ଖାନ୍ନା କରିଥିବା ଡିସ୍ ବିଚାରକଙ୍କ ମନକୁ ଛୁଇଁଥିଲା । ଫାଇନାଲରେ ୪ ଜଣଙ୍କୁ ପଛରେ ପକାଇ ଟ୍ରଫି ଜିତିଛନ୍ତି ଗୌରବ ଖାନ୍ନା । ଟ୍ରଫି ସହ ୨୦ ଲକ୍ଷ ଟଙ୍କାର କ୍ୟାସ୍ ପ୍ରାଇଜ୍ ଜିତିଛନ୍ତି ଗୌରବ । ନିକି ତମ୍ବୋଲି ଦ୍ବିତୀୟ ସ୍ଥାନରେ ରହିଥିବା ବେଳେ ତେଜସ୍ୱୀ ଯାଦବ ତୃତୀୟ ସ୍ଥାନରେ ରହିଥିଲେ । ଟିଭି ସିରିୟଲ 'ଅନୁପମା'ରେ ଅନୁଜ ଚରିତ୍ରରେ ଅଭିନୟ କରି ଦର୍ଶକଙ୍କ ହୃଦୟରେ ଘର କରିଥିଲେ ଗୌରବ ଖାନ୍ନା । ମାଷ୍ଟରସେଫ୍ ବିଜେତା ହେବାରେ ଗୌରବଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି ।

ଅଧିକ ପଢନ୍ତୁ...‘ଇଣ୍ଡିଆନ୍‌ ଆଇଡଲ୍‌-୧୫’ ବିଜେତା ମାନସୀ ଘୋଷ, ଟ୍ରଫି ସହ ମିଳିଲା ୨୫ ଲକ୍ଷ ଟଙ୍କା, କାର୍‌

ଜାନୁଆରୀ ୨୭ରୁ ସେଲିବ୍ରିଟି ମାଷ୍ଟରସେଫ୍‌ର ପ୍ରଥମ ସିଜିନ୍ ଆରମ୍ଭ ହୋଇଥିଲା । ପାଖାପାଖି ୨ ମାସରୁ ଅଧିକ ଦିନ ଧରି ଶୋ' ଚାଲିଥିଲା । ଫାଇନାଲରେ ୫ଜଣ ପ୍ରତିଯୋଗୀ ପହଞ୍ଚିଥିଲେ । ସେମାନେ ହେଲେ ଟିଭି ସିରିୟଲ 'ଅନୁପମା' ଷ୍ଟାର ଗୌରବ ଖାନ୍ନା, ତେଜସ୍ୱୀ ଯାଦବ, ନିକି ତମ୍ବୋଲି, ମିଷ୍ଟର ଫେଜୁ ଓ ରାଜିବ ଉଦାତିଆ । ସେଫ୍ ବିକାଶ ଖାନ୍ନା, କୋରିଓଗ୍ରାଫର ଫରା ଖାନ୍ ଓ ସେଫ୍ ରଣବୀର ବରାର୍ ବିଚାରକ ଦାୟିତ୍ୱ ତୁଲାଇଥିଲେ । ଫାଇନାଲରେ ସେଫ୍ ସଞୀବ କପୁର ଯୋଗ ଦେଇଥିଲେ । ତେଜସ୍ୱୀଙ୍କୁ ଚିୟରଅଫ୍ କରିବାକୁ କରଣ କୁନ୍ଦ୍ରା ମଧ୍ୟ ଫାଇନାଲରେ ସାମିଲ ହୋଇଥିଲେ ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.