ନୂଆଦିଲ୍ଲୀ,୦୯/୦୩; ଲାଗାତାର ଦ୍ୱିତୀୟ ଥର ବିଶ୍ୱ ବିଜୟୀ ହୋଇଛି ଭାରତ । ପ୍ରଥମ ଦଳ ଭାବେ ୩ଟି ଟି-ଟ୍ୱେଣ୍ଟି ବିଶ୍ୱକପ ଟ୍ରଫି ହାତେଇଛି ଚିମ୍ ଇଣ୍ଡିଆ । ଫାଇନାଲରେ ନ୍ୟୁଜିଲାଣ୍ଡକୁ ୯୬ରନରେ ହରାଇ ବିଶ୍ୱ ବିଜେତା ହୋଇଛି ସୂର୍ଯ୍ୟସେନା । କିୱି ଦଳ ଆଗରେ ୨୫୬ ରନର ଟାର୍ଗେଟ ରଖିଥିଲା ଟିମ୍ ଇଣ୍ଡିଆ । ଲକ୍ଷ୍ୟ ପିଛା କରି କିୱି ଦଳ ୧୯ ଓଭରରେ ୧୫୯ କରିଥିଲା । ଏହି ଐତିହାସିକ ବିଜୟ ପରେ ଭାରତୀୟ କ୍ରିକେଟ ଦଳର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ସମାଲୋଚକଙ୍କ ଉପରେ ବର୍ଷିଛନ୍ତି ।
ପୋଷ୍ଟ ମ୍ୟାଚରେ ପ୍ରତିକ୍ରିୟା ରଖି କହିଛନ୍ତି, ଡ୍ରେସିଂ ରୁମରେ ଥିବା ଲୋକଙ୍କ ପ୍ରତି ମୁଁ ଉତ୍ତରଦାୟୀ । ମୋର ଦାୟିତ୍ୱ କେବଳ ଦଳ ଏବଂ ସମର୍ଥନ କର୍ମଚାରୀଙ୍କ ପାଇଁ । ଡ୍ରେସିଂ ରୁମରେ ଥିଲେ ସେହି ୩୦ ଜଣ ଖେଳାଳିଙ୍କ ପାଇଁ । ସୋସିଆଲ ମିଡିଆ ସାମାଲୋଚନା ମୋତେ ପ୍ରଭାବିତ କରେନାହିଁ । ମୋର ଦାୟିତ୍ୱ ସୋସିଆଲ ମିଡିଆ ଲୋକଙ୍କ ପ୍ରତି ନୁହେଁ । '' ଏହା ସହିତ ବିଶ୍ୱକପ ବିଜୟକୁ ପୂର୍ବ କୋଚ୍ ତଥା କିମ୍ବଦନ୍ତୀ ଖେଳାଳି ରାହୁଲ ଦ୍ରାବିଡ ଏବଂ ଭିଭିଏସ ଲକ୍ଷ୍ମଣକୁ ଉତ୍ସର୍ଗ କରିଛନ୍ତି । ଗମ୍ଭୀର ୨୦୦୭ ମସିହା ଟି-ଟ୍ୱେଣ୍ଟି ବିଶ୍ୱକପ ଟିମର ଅଂଶ ଥିଲେ । ଏବେ ୨୦୨୬ରେ ପ୍ରଶିକ୍ଷଣ ଭାବରେ ସେ ଟ୍ରଫି ଜିତିଛନ୍ତି ।
ଗୌତମ ଗମ୍ଭୀର ଆହୁରି କହିଛନ୍ତି, ଜଣେ ପ୍ରଶିକ୍ଷକ ତାଙ୍କ ଦଳ ପରି ଭଲ । ଖେଳାଳିମାନେ ହିଁ ପ୍ରଶିକ୍ଷକ କରନ୍ତି । ଭାରତୀୟ କ୍ରିକେଟ ଏବେ ବ୍ୟକ୍ତିଗତ ରେକର୍ଡ ନୁହେଁ ଟ୍ରଫିକୁ ପ୍ରାଥମିକତା ଦେବା ଉଚିତ୍ । ବହୁତ ଦିନ ଧରି ଆମେ ମାଇଲଖୁଣ୍ଟ ସେଟ୍ କରି ଆସିଛୁ । ଏବେ ମାଇଲଖୁଣ୍ଟ ନୁହେଁ ଟ୍ରଫି ଗୁରୁତ୍ୱପୂର୍ଣ୍ଣ । ରାହୁଲ ଭାଇ କ୍ରିକେଟ ପାଇଁ ଯାହା କରିଛନ୍ତି ସେ ନେଇ ମୁଁ ତାଙ୍କୁ ଏହି ଟ୍ରଫି ଉତ୍ସର୍ଗ କରୁଛି । ଭିଭିଏସ ଲକ୍ଷ୍ମଣ ସେଣ୍ଟର ଅଫ୍ ଏକ୍ସଲେନ୍ସିରେ ଯେଉଁଭଳି ନେତୃତ୍ୱ ନେଇଛନ୍ତି ତାଙ୍କୁ ଏଧ୍ୟ ଏ ବିଜୟ ଉତ୍ସର୍ଗ କରୁଛି ।''
ଗମ୍ଭୀରଙ୍କ ଗୌରବ- ଭାରତୀୟ ମୁଖ୍ୟ କୋଚ ତଥା ପୂର୍ବତନ ବିଶ୍ୱ ଚାମ୍ପିଅନ ଗୌତମ ଗମ୍ଭୀର ଦଳ ପରିଚାଳନାର ବିଭିନ୍ନ ନିଷ୍ପତ୍ତିକୁ ନେଇ ତୀବ୍ର ସମାଲୋଚିତ ହୁଅନ୍ତି । କିନ୍ତୁ ସେ ତାହାକୁ ଭ୍ରୁକ୍ଷେପ କରନ୍ତି ନାହିଁ । ଏହା ମାନିବାକୁ ହେବ ଯେ, ସେ ଯାହାବି ନିଷ୍ପତ୍ତି ନିଅନ୍ତି ତାହା ଦଳର ହିତ ପାଇଁ । ଯାହାକୁ ସେ ପ୍ରମାଣିତ କରି ଦେଖାଇ ଦେଇଛି । ଗମ୍ଭୀର କୋଚ ହେବା ପରେ ଭାରତୀୟ ଦଳ ଆଇସିସି ଚାମ୍ପିଅନ୍ସ ଟ୍ରଫି-୨୦୨୫, ଏସିଆ କପ୍୨୦୨୫ ଏବଂ ଚଳିତ ଟି-ଟ୍ୱେଣ୍ଟି ବିଶ୍ୱକପ୍ରେ ଚାମ୍ପିଅନ ହୋଇପାରିଛି । ଯାହା ତାଙ୍କୁ ଜଣେ ଶ୍ରେଷ୍ଠ କୋଚର ମାନ୍ୟତା ଦେଇଛି । ଆଇସିସି ଚାମ୍ପିଅନ୍ସ ଟ୍ରଫି ଫାଇନାଲରେ ଭାରତ ୪ ୱିକେଟ୍ରେ ନ୍ୟୁଜିଲାଣ୍ଡକୁ ହରାଇଥିଲା । ଏସିଆ କପ୍ରେ ପାକିସ୍ତାନକୁ ୫ ୱିକେଟ୍ରେ ଏବଂ ଆଜି ଟି-ଟ୍ୱେଣ୍ଟି ବିଶ୍ୱକପ୍ ୯୬ ରନ୍ରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଥିଲା । ଜଣେ ଖେଳାଳି ଭାବରେ ଗମ୍ଭୀର ଜିତିଥିଲେ ଟିଟ୍ୱେଣ୍ଟି ଓ ଦିନିକିଆ ବିଶ୍ୱକପ୍ । ସେମିତି ଏସିଆ କପ୍, ଅଧିନାୟକ ଭାବେ ୨ ଥର ଟେକିଥିଲେ ଆଇପିଏଲ ଟ୍ରଫି ଏବଂ ଥରେ ମେଣ୍ଟର ଭାବରେ ଜିତିଥିଲେ ଆଇପିଏଲ ଟାଇଟଲ ।
ଏହା ବି ପଢନ୍ତୁ...ଜାଣିଶୁଣି ଫିଙ୍ଗିଥିଲେ କି ବଲ୍ ? ମ୍ୟାଚ୍ ପରେ ମିଚେଲଙ୍କୁ କ୍ଷମା ମାଗିଲେ ଅର୍ଶଦୀପ, କହିଲେ ମୁଁ...
ସୂର୍ଯ୍ୟଙ୍କ ଚମକ ଫାଇନାଲରେ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ବ୍ୟାଟର ଚମକ ଦେଖିବାକୁ ମିଳି ନଥିଲା ସତ କିନ୍ତୁ ତାଙ୍କ ନେତୃତ୍ୱରେ ଦଳ ବିଶ୍ୱ ଚାମ୍ପିଅନ ହୋଇଛି । ଏହାପୂର୍ବରୁ ତାଙ୍କ ନେତୃତ୍ୱରେ ଦଳ ଏସିଆ କପ୍ ଜିତିଥିଲା । ୨୦୨୪ ଟି-ଟ୍ୱେଣ୍ଟି ବିଶ୍ୱକପ୍ରେ ତାଙ୍କର ଅବିଶ୍ୱସନୀୟ କ୍ୟାଚ୍ ଭାରତୀୟ ଦଳର ଭାଗ୍ୟ ବଦଳାଇ ଦେଇଥିଲା । ଏଥର ସେ ଦଳକୁ ଦୃଢ଼ ନେତୃତ୍ୱ ଦେଇ ଚାମ୍ପିଅନ କରାଯାଇଛି । ପୂର୍ବରୁ ସୂର୍ଯ୍ୟ ୨ ଥର ଏସିଆ କପ୍ ଟ୍ରଫି ଓ ୩ ଥର ଆଇପିଏଲ ଟ୍ରଫି ହାସଲ କରିଛନ୍ତି । ଟି-ଟ୍ୱେଣ୍ଟି ବିଶ୍ୱକପ୍ ଇତିହାସରେ ସୂର୍ଯ୍ୟକୁମାର ଲକି କ୍ୟାପଟେନ ଏଲିଟ୍ ଗ୍ରୁପ୍ରେ ସାମିଲ ହୋଇଛି । ୨୦୦୭ରେ ମହେନ୍ଦ୍ର ସିଂ ଧୋନି, ୨୦୨୪ରେ ରୋହିତ ଶର୍ମା ଏବଂ ଏଥର ସୂର୍ଯ୍ୟଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ବିଶ୍ୱ ବିଜେତା ହୋଇଛି ।
ମୁଣ୍ଡରେ ଲଗାଇଲେ ଧୂଳି ବିଶ୍ୱ ଚାମ୍ପିଅନ ହେବା ପରେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ପିଚ ଉପରକୁ ଆସିଥିଲେ । ନଇଁ ପଡ଼ି ଡାହାଣ ହାତରେ ଧୂଳି ନେଇ ମୁଣ୍ଡରେ ଲଗାଇଥିଲେ । ଏହା ଥିଲା ବିଜୟର ତିଳକ । ଏହା ଥିଲା ଘରୋଇ ମାଟିରେ ସବୁଠୁ ବଡ଼ ଉପଲବ୍ଧି । ଚାମ୍ପିଅନ ହେବା ପରେ ଖେଳାଳି, ଦର୍ଶକ ଏବଂ ପ୍ରଶଂସକ ଆତ୍ମବିଭୋର ହୋଇଯାଇଥିଲେ ।