ନୂଆଦିଲ୍ଲୀ,୨୭।୧୧: ଘରୋଇ ମାଟି ଭାରତୀୟ କ୍ରିକେଟ ପାଇଁ ଅଭେଦ୍ୟ ଦୁର୍ଗ ବୋଲି ବିବେଚନା କରାଯାଉଥିଲା, କିନ୍ତୁ ବର୍ତ୍ତମାନ ସେହି ଦୁର୍ଗରେ ଫାଟ ପଡ଼ିଛି। ୬୬ ବର୍ଷ ପରେ ପ୍ରଥମ ଥର ପାଇଁ ଭାରତ ସାତଟି ଘରୋଇ ଟେଷ୍ଟ ମ୍ୟାଚ୍ରୁ ୫ଟିରେ ହାରିଛି। ଏହି ପରାଜୟ କେବଳ ସ୍କୋର ବୋର୍ଡରେ ସୀମିତ ନୁହେଁ, ବରଂ ଦଶନ୍ଧି ଧରି ଟିମ୍ ଇଣ୍ଡିଆକୁ ବିଶ୍ୱ ସ୍ତରରେ ସମ୍ମାନ ଦେଇଥିବା ଆତ୍ମବିଶ୍ୱାସର କ୍ଷୟ। ବୁଧବାର ଦ୍ୱିତୀୟ ଏବଂ ଶେଷ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ଭାରତକୁ ୪୦୮ ରନରେ ପରାସ୍ତ କରିଛି, ଯାହା ଭାରତୀୟ କ୍ରିକେଟ ଇତିହାସରେ ସବୁଠାରୁ ବଡ଼ ପରାଜୟ। ଏହା ସହିତ, ଦକ୍ଷିଣ ଆଫ୍ରିକା ୨-୦ରେ ସିରିଜ ଜିତିଛି, ଯାହା ୨୫ ବର୍ଷ ମଧ୍ୟରେ ଭାରତରେ ପ୍ରଥମ ଟେଷ୍ଟ ସିରିଜ ବିଜୟ।ତେବେ ଏହି ପରାଜୟ ପରେ ବି ରୋହିତଙ୍କୁ ହେଡ୍ କୋଚ୍ ପଦବୀରୁ ବାହାର କରାଯିବନି। ସେ ୨୦୨୭ ପର୍ଯ୍ୟନ୍ତ ଏହି ପଦବୀରେ ରହିବେ ବୋଲି ଭାରତୀୟ କ୍ରିକେଟ କନଟ୍ରୋଲ ବୋ ବା ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ ସ୍ପଷ୍ଟ କରିଛନ୍ତି।
ଭାରତୀୟ କ୍ରିକେଟ୍ ଯେଉଁ ପରିସ୍ଥିତି ଦେଇ ଗତି କରୁଛି ତାହା ବିଷୟରେ ଆଶଙ୍କା ଏବେ ବାସ୍ତବତାରେ ପରିଣତ ହୋଇଛି। ଯେଉଁ ପିଚ୍ ରେ ଭାରତୀୟ ସ୍ପିନରମାନେ ବର୍ଷ ବର୍ଷ ଧରି ଯାଦୁ କରି ଆସିଛନ୍ତି, ସେଠାରେ ଦକ୍ଷିଣ ଆଫ୍ରିକାର ବୋଲରମାନେ ବିପର୍ଯ୍ୟୟ ଘଟାଇଛନ୍ତି। ଏହା ହେଉଛି ଭାରତ, ଯାହାର ବ୍ୟାଟିଂ ପରମ୍ପରା ବିଶ୍ୱକୁ ସ୍ପିନ୍କୁ କିପରି ଖେଳିବା ଦରକାର ଶିଖାଇଛି, କିନ୍ତୁ ଏଥର, ନିଜ ଘରେ କାହାଣୀ ଓଲଟା ହୋଇଯାଇଛି। ଏହି ଲଜ୍ଜାଜନକ ପରାଜୟକୁ କେବଳ ଏକ ପରାଜୟ କହିବା ଠିକ୍ ହେବ ନାହିଁ। ଏହା ଆତ୍ମସମର୍ପଣ ଥିଳା। ଫିଲ୍ଡରେ ପ୍ଲାନିଂ, ଟେକ୍ନୋଲୋଜି ଏବଂ ଆତ୍ମବିଶ୍ବାସର ଅଭାବ। ପ୍ରତ୍ୟେକ ଦିଗ ଟିମ୍ର ଦୁର୍ବଳତାକୁ ସ୍ପଷ୍ଟ ଭାବରେ ଦେଖାଉଛି। ଟିମ୍ର ମେରୁଦଣ୍ଡ ହଠାତ ଦୁର୍ବଳ ହୋଇପଡିଥିଲା, ଯାହାଫଳରେ ଘରୋଇ ଦୁର୍ଗ ଭୁଶୁଡି ପଡିଥିଲା। ବିରାଟ କୋହଲି, ରୋହିତ ଶର୍ମା ଏବଂ ଚେତେଶ୍ୱର ପୂଜାରାଙ୍କ ପରି ଖେଳାଳି ଯିବା ଦଳ ଲଜ୍ଜାଜନକ ପରାଜରୟ ସମ୍ମୁଖୀନ ହୋଇଥିଲା। ଅଭିଜ୍ଞ ଖେଳାଳିଙ୍କ ମାର୍ଗଦର୍ଶନ ବିନା ଯୁବ ଖେଳାଳିମାନେ ସଂଘର୍ଷ କରିଥିଲେ ଏବଂ ପ୍ରତିପକ୍ଷ ଦଳ ଏହି ଦୁର୍ବଳତାର ଲାଭ ଉଠାଇଥିଲେ।
ଏହି ପରାଜୟ ଗୌତମ ଗମ୍ଭୀରଙ୍କ କାର୍ଯ୍ୟକାଳରେ ସଙ୍କଟକୁ ଆହୁରି ଘନିଷ୍ଠ କରିଥାଏ। ଭାରତ ଏବେ ଘରୋଇ ସ୍ତରରେ ଲଗାତାର ଦୁଇଟି କ୍ଲିନ୍ ସୁଇପ୍ ପାଇଛି ୨୦୨୪ ରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ୦-୩ ଏବଂ ବର୍ତ୍ତମାନ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୦-୨ ରେ ପରାଜୟ। ଛଅ ଦଶନ୍ଧି ମଧ୍ୟରେ ଏହା ପ୍ରଥମ ଥର ଯେ ଭାରତ ଘରୋଇ ସ୍ତରରେ ଏହାର ସାତଟି ଟେଷ୍ଟ ମଧ୍ୟରୁ ପାଞ୍ଚଟିରେ ହାରିଛି। ଏହା କେବଳ ଖରାପ ଫର୍ମକୁ ନୁହେଁ, ବରଂ ଆତ୍ମବିଶ୍ୱାସ ଏବଂ ମାନସିକ ଶକ୍ତିର ଗଭୀର ସଙ୍କଟକୁ ଇଙ୍ଗିତ କରେ। ଭାରତୀୟ କ୍ରିକେଟ୍ ପ୍ରଶଂସକଙ୍କ ପାଇଁ, ଏହା କେବଳ ଚିନ୍ତା ଏବଂ ହତାଶାର ସମୟ ନୁହେଁ, ବରଂ ଚେତାବନୀ ଏବଂ ପରିବର୍ତ୍ତନ ପାଇଁ ଆହ୍ୱାନର ସମୟ। ରଣନୀତି, କୌଶଳ ଏବଂ ଆତ୍ମବିଶ୍ୱାସ ବ୍ୟବହାର କରି ଅଭିଜ୍ଞତା ଏବଂ ଯୁବଶକ୍ତିକୁ ସନ୍ତୁଳିତ କରି ଦଳକୁ ଘରୋଇ ଏବଂ ଅନ୍ତର୍ଜାତୀୟ ସ୍ତରରେ ନିଜର ପ୍ରାଧାନ୍ୟ ପୁନଃସ୍ଥାପିତ କରିବାକୁ ପଡିବ। ଏହାପରେ ଭାରତର ଘରୋଇ ଦୁର୍ଗ ପୁଣି ଥରେ ଅଭେଦ୍ୟ ହେବ। ଗମ୍ଭୀର କୋଚିଂରେ ଭାରତ ଏପର୍ଯ୍ୟନ୍ତ ୧୯ଟି ଟେଷ୍ଟ ମ୍ୟାଚ୍ ଖେଳିଛି। ଯେଉଁଥିରୁ ୭ଟି ଜିତିଥିବା ବେଳେ୧୦ଟି ହାରିଛି ଏବଂ ୨ଟି ଡ୍ର’ ରହିଛି। ବିଜୟର ପ୍ରତିଶତ କେବଳ ମାତ୍ର ୩୬.୮୨% ରହିଛି, ଯାହାକି ସ୍ପଷ୍ଟ କରୁଛି ଯେ, ଟିମ୍ ସଠିକ୍ ଦିଗ ପାଇବାରେ ବିଫଳ ହୋଇଛି। କେବଳ ସେତିକି ନୁହେଁ ଖେଳାଳିଙ୍କ ବ୍ୟକ୍ତିଗତ କ୍ଷମତା ଏବଂ ଟିମ୍ର ପ୍ରଦର୍ଶନ ପର୍ଯ୍ୟାପ୍ତ ନୁହେଁ। ପିଚ୍ର ସ୍ଥିତି, ରଣନୀତିର ଅଭାବନ ଓ ମାନସିକ ଚାପ ଘରୋଇ ଦୁର୍ଗକୁ ଦୁର୍ବଳ କରିଦେଇଛି। ଗମ୍ଭୀରଙ୍କ କୋଚିଂ ରେକର୍ଡ ହ୍ବାଇଟ୍ ବଲ୍ ଓ ରେଡ୍ ବଲ୍ ଉଭୟରେ ଭିନ୍ନ ରହିଛି। ହ୍ବାଇଟ୍ ବଲ୍ କ୍ରିକେଟରେ ଗମ୍ଭୀରଙ୍କ କୋଚିଂ ପ୍ରଭାବଶାଳୀ ରହିଛି। କିନ୍ତୁ ଟେଷ୍ଟରେ ତାଙ୍କ ପ୍ରଦର୍ଶନ ଖରାପ ରହିଛି। ତେବେ ଏହି ପରାଜୟ ପରେ ବି ରୋହିତଙ୍କୁ ହେଡ୍ କୋଚ୍ ପଦବୀରୁ ବାହାର କରାଯିବନି। ସେ ୨୦୨୭ ପର୍ଯ୍ୟନ୍ତ ଏହି ପଦବୀରେ ରହିବେ ବୋଲି ଭାରତୀୟ କ୍ରିକେଟ କନଟ୍ରୋଲ ବୋଡ ବା ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ ସ୍ପଷ୍ଟ କରିଛନ୍ତି।
ରୋହିତ ଶର୍ମା ଏବଂ ବିରାଟ କୋହଲି ଟି-୨୦ରୁ ସନ୍ୟାସ ପରେ ଗମ୍ଭୀର ଶ୍ରୀଲଙ୍କାରେ ତାଙ୍କର କାର୍ଯ୍ୟକାଳ ଆରମ୍ଭ କରିଥିଲେ, ଏହା ପ୍ରଥମ ଟି-୨୦ ସିରିଜ ଥିଲା। ସେ ତାଙ୍କର ପ୍ରଥମ କାର୍ଯ୍ୟରେ ଚମତ୍କାର ପ୍ରଦର୍ଶନ କରିଥିଲେ ଏବଂ ଭାରତ ସମସ୍ତ ତିନୋଟି ମ୍ୟାଚ୍ ଜିତିଥିଲା। ପରବର୍ତ୍ତୀ ୧୯ ମ୍ୟାଚ୍ରେ ଗମ୍ଭୀରଙ୍କ ଦଳ କେବଳ ଦୁଇଟି ମ୍ୟାଚ୍ ହାରିଥିଲା। ୨୨ ମ୍ୟାଚ୍ରୁ ୨୦ ବିଜୟ ଏବଂ ଦୁଇଟି ପରାଜୟ ସହିତ, ତାଙ୍କ ବିଜୟ ପ୍ରତିଶତ ୯୦.୯୦ ଥିଲା। ଟେଷ୍ଟ କୋଚ୍ ଭାବରେ ଗମ୍ଭୀରଙ୍କ ରେକର୍ଡ ନିରାଶାଜନକ ରହିଛି। ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଭାରତ ଘରୋଇ ମ୍ୟାଚ୍ରେ କ୍ଲିନ୍ ସୁଇପ୍ କରିଥିଲା। ବର୍ଡର-ଗାଭାସ୍କର ଟ୍ରଫିରେ ଭାରତ ସମସ୍ତ ତିନୋଟି ମ୍ୟାଚ୍ ହାରିଥିଲା। ଇଂଲଣ୍ଡ ବିପକ୍ଷ ସିରିଜ୍ ୨-୨ ଡ୍ରରେ ଶେଷ ହୋଇଥିଲା, ଏବଂ ତା’ପରେ ଭାରତ ଘରୋଇ ମ୍ୟାଚ୍ରେ ୱେଷ୍ଟଇଣ୍ଡିଜ୍କୁ ପରାସ୍ତ କରିଥିଲା। କିନ୍ତୁ ତା’ପରେ ଆଉ ଏକ ଅପମାନଜନକ ପରାଜୟ ସହିବାକୁ ପଡିଛି। ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତ ଘରୋଇ ମ୍ୟାଚ୍ରେ ୦-୨ରେ ପରାସ୍ତ ହୋଇଥିଲା। ମୋଟ ୧୯ ମ୍ୟାଚ୍ରୁ ୭ ବିଜୟ, ୧୦ ପରାଜୟ ଏବଂ ଦୁଇଟି ଡ୍ର ସହ ତାଙ୍କର ବିଜୟ ପ୍ରତିଶତ ୩୬.୮୪ ଥିଲା।