ମନମୁଣ୍ଡା,୧୭/୧୨ : ବୌଦ୍ଧ ବ୍ଲକ କସୁରବନ୍ଧ ଗ୍ରାମରେ ରାମ କ୍ରିକେଟ କ୍ଲବ ଦ୍ୱାରା ପ୍ରଥମ ମାହେଶ୍ୱରୀ କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ ୧୬ଟି ଦଳ ଅଂଶ ଗ୍ରହଣ କରିଥିଲେ । ମଙ୍ଗଳବାର ଫାଇନାଲ ମ୍ୟାଚ ଜିସିସି ସମ୍ବଲପୁର ଓ ଅନସ ୧୧ ବୀରମହାରାଜପୁର ମଧ୍ୟରେ ହୋଇଥିଲା । ଏଥିରେ ସମ୍ବଲପୁର ପ୍ରଥମେ ବ୍ୟାଟିଂ କରି ୬ଓଭର ରେ ୬0 ରନ କରିଥିଲା.। ୬0 ରନର ପିଛା କରି ବୀରମହାରାଜପୁର ଦଳ ୭ ୱିକେଟ ହରାଇ ୬ଓଭରରେ ମାତ୍ର ୪୩ରନ କରିଥିଲା ।
ସମ୍ବଲପୁର ଦଳ ୧୩ରନରେ ଜିତି ପ୍ରଥମ ମାହେଶ୍ୱରୀ କପର ବିଜୟ ମୁକୁଟ ପିନ୍ଧିଥିଲା । ସ୍ବାଧିନ ସାମଲ ମ୍ୟାନ ଅଫ ଦି ମ୍ୟାଚ ଓ ସିରିଜ ହୋଇଥିଲେ । ମୁଖ୍ୟ ଅତିଥି କସୁରବନ୍ଧ ସରପଞ୍ଚ ସରୋଜ କର୍ଣ୍ଣ ଚାମ୍ପିୟନ ଦଳକୁ ଟ୍ରଫି ସହ ୩୦୦୦୦ଟଙ୍କାର ରାଶି ପୁରସ୍କୃତ କରିଥିଲେ ଏବଂ ସ୍ବତନ୍ତ୍ର ନିମନ୍ତ୍ରିତ ଅତିଥି ସମିତି ସଭ୍ୟ ଚାମ୍ପେଶ୍ୱର ମେହର ରନର୍ସ ଦଳକୁ ଟ୍ରଫି ସହ ୨୦୦୦୦ଟଙ୍କା ର ରାଶି ପ୍ରଦାନ କରିଥିଲେ । ଏହି ଖେଳରେ ଶ୍ରୀବନ୍ତ କୁମାର ନାୟକ, ଜିତେଶ ବେହେରା, ପାର୍ଥ ସାରଥୀ ଦାସ ଖେଳ ପରିଚାଳନା କରିଥିଲେ । ସମ୍ମାନିତ ଅତିଥି ଆଶାଡୁ ଜାଲ, ଜଗନ୍ନାଥ କୁମ୍ଭାର, ମଗଶିରା ପାତ୍ର, ହିମାଂଶୁ କର୍ଣ୍ଣ ପ୍ରମୁଖ ଉପସ୍ଥିତ ରହି ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । କମିଟିର ସଭାପତି ମୋତିଲାଲ କୁମ୍ଭାର(ସିଲୁ ) ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଟୁର୍ଣ୍ଣାମେଣ୍ଟରେ ଅମନ ପ୍ରଧାନ, ସୁମନ୍ତ ପ୍ରଧାନ, ତହସିଲ କର୍ଣ୍ଣ, ପପୁ କୁମ୍ଭାର, ପବନ କୁମ୍ଭାର, ବିଭୁ କୁମ୍ଭାର, ଗଗନ ନାଏକ, ଅଜୟ ଜାଲ, ଅଜିତ କର୍ଣ୍ଣ, ଶ୍ରୀକାନ୍ତ ବେହେରା ଏବଂ କସୁରବନ୍ଧ ଜନସାଧାରଣ ସାହାଯ୍ୟ ସହଯୋଗ କରିଥିଲେ ।