ପ୍ରମୂଖ ଖବର
  • ବାରିପାଦ: ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲି ମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜି ଶରଧାବାଲିରେ ରଥ ଦକ୍ଷିଣ ମୋଡ଼, ତାଳଧ୍ୱଜରେ ପ୍ଲେଟ୍‌ ଓ ନନ୍ଦିଘୋଷରେ କ୍ଲାମ୍ପ ଲାଗିଲା
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ଏନ୍‌ଏସ୍‌ଓର ଦ୍ୱିତୀୟ ଅଗ୍ରିମ ଆକଳନ: ୨୦୨୪-୨୫ରେ ୬.୫% ଅଭିବୃଦ୍ଧି, ତୃତୀୟ ତ୍ରୟମାସରେ ୬.୨% ବିକାଶ ହାର

Published By : Prameya | March 1, 2025 1:15 PM

Image source: India.com

ନୂଆଦିଲ୍ଲୀ, ୧/୦୩: ଚଳିତ  ଆର୍ଥିକବର୍ଷ ଭାରତୀୟ ଅର୍ଥନୀତି ୬.୫% ହାରରେ ବଢ଼ିବ । ଜାତୀୟ ପରିସଂଖ୍ୟାନ  କାର୍ଯ୍ୟାଳୟ(ଏନ୍‌ଏସ୍‌ଓ)ର ଦ୍ୱିତୀୟ ଅଗ୍ରିମ  ଆକଳନରେ ଏହା କୁହାଯାଇଛି । ତେବେ  ଏହା ହେବ ୪ ବର୍ଷର ସର୍ବନିମ୍ନ ସ୍ତର ।  ପ୍ରଥମ ଅଗ୍ରିମ ଆକଳନରେ ୬.୪% ଅଭିବୃଦ୍ଧି ଅନୁମାନ କରିଥିଲା ଏନ୍‌ଏସ୍‌ଓ ।  ଅର୍ଥନୀତିଜ୍ଞଙ୍କ ମତରେ, ୬.୫% ଅଭିବୃଦ୍ଧି  ହାସଲରେ ବଡ଼ ଯୋଗଦାନ ଦେବ  କୁମ୍ଭମେଳା ।  

ଏନ୍‌ଏସ୍‌ଓ ପକ୍ଷରୁ ଜାରି  ତଥ୍ୟ ଅନୁସାରେ ଚଳିତ ଆର୍ଥିକବର୍ଷର  ଅକ୍ଟୋବର-ଡିସେମ୍ବର ଅର୍ଥାତ୍‌ ତୃତୀୟ  ତ୍ରୟମାସରେ ଜିଡିପି ଅଭିବୃଦ୍ଧି ୬.୨%  ରହିଛି, ଯାହାକି ପୂର୍ବ ତ୍ରୟମାସରେ  ୫.୬% ଥିଲା । ଉତ୍ତମ ମୌସୁମୀ ଏବଂ  ସରକାରୀ ଖର୍ଚ୍ଚରେ ବୃଦ୍ଧି କାରଣରୁ ତୃତୀୟ  ତ୍ରୟମାସ ଅଭିବୃଦ୍ଧିରେ ସୁଧାର ଆସିଛି । ସେହଭିଳି ଗ୍ରାମାଞ୍ଚଳରେ ଚାହିଦା ବୃଦ୍ଧି ବି  ଅର୍ଥନୀତିକୁ ତ୍ୱରାନ୍ୱିତ କରିଛି । ନିକଟରେ  ଶେଷ ହୋଇଥିବା ମହାକୁମ୍ଭ ୨୦୨୪-୨୫  ଆର୍ଥିକବର୍ଷରେ ଭାରତର ୬.୫% ଅଭିବୃଦ୍ଧି  ଲକ୍ଷ୍ୟ ହାସଲରେ ସହାୟକ ହେବ ବୋଲି  ମୁଖ୍ୟ ଅର୍ଥନୈତିକ ଉପଦେଷ୍ଟା(ସିଇଏ)  ଭି. ଅନନ୍ତ ନାଗେଶ୍ୱରନ ପ୍ରକାଶ କରିଛନ୍ତି । 

ସିଇଏ କହିଛନ୍ତି ଯେ,  କୁମ୍ଭମେଳାରେ ଲୋକଙ୍କ ଦ୍ୱାରା  ହୋଇଥିବା ଖର୍ଚ୍ଚ ଅର୍ଥନୀତିକୁ ତ୍ୱରାନ୍ୱିତ  କରିବ । ଉତ୍ତର ପ୍ରଦେଶ ସରକାରଙ୍କ  ଦ୍ୱାରା ପ୍ରୟାଗରାଜରେ ଆୟୋଜିତ  ମହାକୁମ୍ଭ ମେଳାରେ କେନ୍ଦ୍ର ଏବଂ ରାଜ୍ୟ  ସରକାରଙ୍କ ପକ୍ଷରୁ ପ୍ରାୟ ୧୨,୬୭୦  କୋଟି ଟଙ୍କା ଖର୍ଚ୍ଚ କରିବାକୁ ଲକ୍ଷ୍ୟ  ରଖାଯାଇଥିଲା । କୁମ୍ଭମେଳାରେ ପ୍ରାୟ  ୩ ଲକ୍ଷ କୋଟିର କାରବାର ହୋଇଥିବା  ରିପୋର୍ଟରୁ ଜଣାପଡ଼ିଛି । ଏହା ଦେଶର ଅର୍ଥନୈତିକ ଅଭିବୃଦ୍ଧିରେ ବଡ଼ ଯୋଗଦାନ  ଦେବ ବୋଲି ସିଇଏ ଶ୍ରୀ ନାଗେଶ୍ୱରନ  କହିଛନ୍ତି । ତେବେ ଟ୍ରମ୍ପଙ୍କ ଶୁଳ୍କନୀତିକୁ  ନେଇ ଚିନ୍ତା ରହିଥିବା ବିଶେଷଜ୍ଞମାନେ  ପ୍ରକାଶ କରିଛନ୍ତି । 

ଏନ୍‌ଏସ୍‌ଓ ତଥ୍ୟ  ଅନୁସାରେ, ତୃତୀୟ ତ୍ରୟମାସରେ କୃଷି  ବିକାଶ ହାର ୫.୬% ରହିଛି, ଯାହାକି  ପୂର୍ବ ଆର୍ଥିକବର୍ଷ ତୃତୀୟ ତ୍ରୟମାସରେ ୧.୫% ଥିଲା । ବିନିର୍ମାଣ କ୍ଷେତ୍ର ମନ୍ଥର  ରହିଛି । ଏହା ପୂର୍ବ ଆର୍ଥିକବର୍ଷ ତୃତୀୟ  ତ୍ରୟମାସରେ ୧୪% ବଢ଼ିଥିବାବେଳେ  ଏ ବର୍ଷ ମାତ୍ର ୩.୫% ବଢ଼ିଛି । ନିର୍ମାଣ  କ୍ଷେତ୍ର ପୂର୍ବ ବର୍ଷର ୧୦% ତୁଳନାରେ  ୭% ବଢ଼ିଛି । ସେହିଭଳି ଔଦ୍ୟୋଗିକ  ବିକାଶ ପୂର୍ବବର୍ଷର ୧୧.୮%ରୁ ଖସି  ୪.୫% ରହିଛି । ସେବା କ୍ଷେତ୍ର ୭.୪%  ବଢ଼ିଛି, ଯାହାକି ପୂର୍ବ ଆର୍ଥିକବର୍ଷ ସମାନ  ସମୟରେ ୮.୩% ଅଭିବୃଦ୍ଧି କରିଥିଲା

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.