ମନମୁଣ୍ଡା,୧୪/୧୨ : ବୌଦ୍ଧ ଜିଲ୍ଲା ମନମୁଣ୍ଡା ନିକଟସ୍ଥ ଭାଲିଆପଦର ମାହେଶ୍ୱରୀ ମନ୍ଦିର ପ୍ରାଙ୍ଗଣରେ ବୌଦ୍ଧ ଓ ସୁବର୍ଣ୍ଣପୁର ଜିଲ୍ଲା ବୈଦ୍ୟ (ଚିକିତ୍ସକ)ମାନଙ୍କ ମିଳିତ ବୈଠକ ରବିବାର ଅନୁଷ୍ଠିତ ହୋଇଯାଇଛି l ଏହି ସଭାରେ ବୌଦ୍ଧ ଜିଲ୍ଲା ବୈଦ୍ୟ ସଙ୍ଘ ସଭାପତି ସନ୍ତୋଷ କୁମାର ବାରିକ ସଭାପତିତ୍ୱ ଓ ସମ୍ପାଦକ କୃତ୍ତିବାସ ପଲିଆ ସଭାକୁ ସଂଯୋଜନା କରିଥିଲେ l ସୁବର୍ଣ୍ଣପୁର ଜିଲ୍ଲା ଆୟୁର୍ବେଦିକ ସଙ୍ଘ ସଭାପତି ଉପେନ୍ଦ୍ର ମେହେର ମୁଖ୍ୟ ଅତିଥି ଭାବେ ଯୋଗଦେଇ ବୈଦ୍ୟ ସଙ୍ଘକୁ ପଶ୍ଚିମ ଓଡ଼ିଶା ଓ ରାଜ୍ୟସ୍ତରରେ ସଂଗଠନ କରିବା ପାଇଁ ସଭାରେ ପ୍ରସ୍ତାବ ଆଗତ କରିଥିଲେ l ସମ୍ମାନିତ ଅତିଥି ଭାବେ ସମ୍ବଲପୁର ଜିଲ୍ଲାର ବୈଦ୍ୟ ଦେବରାଜ ବେହେରା, ସୁବର୍ଣ୍ଣପୁର ଜିଲ୍ଲା କମ୍ଭୁପାଣି ସାହୁ ଯୋଗଦେଇ ଉଦବୋଧନ ଦେଇଥିଲେ l

ହରଭଙ୍ଗା ବ୍ଲକ ସଭାପତି ଶୁଶାନ୍ତ ପ୍ରଧାନ, ସମ୍ପାଦକ ନିର୍ଗୁଣ ମହାକୁଡ଼, କଣ୍ଟାମାଳ ବ୍ଲକ ସଭାପତି ବାମଦେବ ମହାନ୍ତି, ଡୁମୁରିପାଲୀ ବ୍ଲକ ପୂର୍ଣ୍ଣନନ୍ଦ ସାହୁ, ଉଚ୍ଛବ ଯାନୀ, ରଜତ ମହାକୁଡ଼, କୃଷ୍ଣ ସା, ନିଶାନ୍ତର ସାହୁ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ l ବିଭିନ୍ନ ପ୍ରସ୍ତାବ ପ୍ରକାରେ ଆସନ୍ତା ଡିସେମ୍ବର ୨୫ ରୁ ୨୮ତାରିଖରେ ବୌଦ୍ଧ ଗାୟତ୍ରୀ ଯଜ୍ଞ ଓ ଜାନୁୟାରୀ ୨ ରୁ ୬ତାରିଖ ବୌଦ୍ଧ ମହୋତ୍ସବରେ ବୈଦ୍ୟଶାଳା, ଆଲୋଚନାଚକ୍ର ଆୟୋଜନ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା l ଉକ୍ତ ବୈଠକରେ କଣ୍ଟାମାଳ ବ୍ଲକ ସଭାପତି ଭାବେ ବାମଦେବ ମହାନ୍ତିଙ୍କୁ ଚୟନ କରାଯାଇ ଆସନ୍ତା ୨୧ ତାରିଖ ରବିବାର ଦିନ ସୌରୀପାଲି ସିଦ୍ଧବାବା ମଠରେ ବ୍ଲକସ୍ତରୀୟ ବୈଠକ ଆୟୋଜନ କରିବା ପାଇଁ ସ୍ଥିର କରାଗଲା l