ନୂଆଦିଲ୍ଲୀ ୨୪/୦୩: ଗାଜିଆବାଦ ଥାନା ଟ୍ରୋନିକା ସିଟି ଅଞ୍ଚଳରେ ଏକ ଡବଲ୍ ମର୍ଡର ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଜଣେ ବ୍ୟକ୍ତି ତାର ସ୍ତ୍ରୀ ଏବଂ ସ୍ତ୍ରୀର ପ୍ରେମିକକୁ ଗୁଳି କରି ହତ୍ୟା କରିଛି। ହତ୍ୟା ପରେ ଅଭିଯୁକ୍ତ ଖସି ପଳାଇଛି।
ପୁଲିସ ରିପୋର୍ଟ ଅନୁଯାୟୀ, ଗାଜିଆବାଦ ଥାନା ଟ୍ରୋନିକା ସିଟିର ବୁଧ ବଜାର କଲୋନିରେ ରସିଦ, ପତ୍ନୀ ଶବନମ (୩୬) ଏବଂ ସାତ ପିଲାଙ୍କ ସହିତ ରହୁଥିଲା। ରସିଦ ବାଉଁଶ ପୋଲ କାମ କରେ ଏବଂ ତା ସହ ବନ୍ଧୁ ଫହିମ (୩୨) ମଧ୍ୟ କାମ କରେ। କିନ୍ତୁ ଫହିମ ସହିତ ଶବନମଙ୍କର ପ୍ରେମ ସମ୍ପର୍କ ରହିଥିଲା। ଯାହାକୁ ରସିଦ ବିରୋଧ କରୁଥିଲା। ହତ୍ୟା କରିଥିବା ଦିନ ରସିଦ, ଫହିମଙ୍କୁ ରାତ୍ରୀଭୋଜନ ପାଇଁ ନିମନ୍ତ୍ରଣ କରିଥିଲା। ରାତ୍ରୀଭୋଜନ ପରେ ରସିଦ, ଶବନମ ଏବଂ ଫହିମ ଏକ କୋଠରୀରେ ବସିଥିଲେ। ସେମାନଙ୍କ ମଧ୍ୟରେ ଝଗଡା ହୋଇଥିଲା। ଯାହାଫଳରେ ରସିଦ ଦୁଇ ଜଣଙ୍କୁ ଗୁଳି କରି ଫେରାର ହୋଇଯାଇଥିଲା।
ତେବେ ପୁଲିସ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବନମ ଏବଂ ଫହିମଙ୍କ ମୃତଦେହ ଉଦ୍ଧାର କରିଥିଲା। ଉଭୟ ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି । ରସିଦଙ୍କୁ ଗିରଫ କରିବା ପାଇଁ ତିନୋଟି ଦଳ ଗଠନ କରିଛି।
ଆହୁରି ପଢ଼ନ୍ତୁ...ପୁଅର ଖଣ୍ଡା ଚୋଟରେ ବାପା ଗୁରୁତର, ଅଭିଯୁକ୍ତଙ୍କୁ ଧରିବାକୁ ପୁଲିସର ଉଦ୍ୟମ