ଗାଜିଆବାଦ : ଗାଜିଆବାଦରେ ୩ ଜଣ ନାବାଳିକାଙ୍କ ଆତ୍ମହତ୍ୟା ପରେ ପ୍ରତିଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଦାବି କରାଯାଉଛି ଯେ, ଏହି ତିନି ନାବାଳିକା କୋରିଆନ ଗେମ୍ସ ଓ ଅନଲାଇନ କଣ୍ଟେଟ୍ ନିଶାର ଶିକାର ହୋଇ ଯାଇଥିଲେ ଏବଂ ଯେତେବେଳେ ତାଙ୍କ ଠାରୁ ଏହାକୁ ଜୋରଦବରଦସ୍ତ ବନ୍ଦ କରାଯାଇ ଥିଲା , ସେମାନେ ଏପରି ଏକ ଭୟଙ୍କର କଥା ଚିନ୍ତା କରି ଆପାର୍ଟମେଣ୍ଟର ୯ମ ମହଲାରୁ ଡ଼େଇଁ ପଡ଼ି ଥିଲେ। ଏହା ମଧ୍ୟ ଜାଣିବାକୁ ମିଳିଛି ଯେ, କରଜରେ ବୁଡ଼ି ରହିଥିବା ଏହି ନାବାଳିକାଙ୍କ ବାପା ବିଦ୍ୟୁତ୍ ବିଲ୍ ଦେବା ପାଇଁ ତାଙ୍କର ଦୁଇଟି ମୋବାଇଲ ଫୋନ୍‌କୁ ବିକ୍ରି କରି ଦେଇ ଥିଲେ।

ଗାଜିଆବାଦ ଜିଲ୍ଲାର ସାହିବାବାଦ ଅଞ୍ଚଳ ସ୍ଥିତ ଭାରତ ସିଟି ସୋସାଇଟିରେ ରହୁଥିବା ପରିବାର ସହ ବୁଧବାର ସକାଳ ସମୟ ପାଖାପାଖି ୨ଟାରେ ଏହି ଘଟଣା ଘଟିଥିଲା। ନାବାଳିକାଙ୍କ ବାପା ଚେତନ କୁମାରଙ୍କ ଉପରେ ୨ କୋଟି ଟଙ୍କାର କରଜ ଥିଲା ଏବଂ ବହୁତ ମୁସ୍କିଲରେ ପରିବାରର ଖର୍ଚ୍ଚ ବହନ କରି ପାରୁ ଥିଲେ। ଯାଞ୍ଚରୁ ଜଣାପଡ଼ିଛି ଯେ, ନାବାଳିକାମାନେ କୋରିଆନ ସଂସ୍କୃତିରେ ବହୁତ ଅଧିକ ପ୍ରଭାବିତ ଥିଲେ ଏବଂ କୋରିଆନ ଗେମ୍ସ ,ମ୍ୟୁଜିକ ବହୁତ ପସନ୍ଦ କରୁଥିଲେ। ତାଙ୍କୁ କୋରିଆ ଓ ସେଠାର ଲୋକଙ୍କ ଠାରେ ଏତେ ଅଧିକ ପ୍ରୀତି ହୋଇଥିଲା ଯେ, ବାପାଙ୍କୁ ସେଠାକୁ ନେଇ ଯିବାକୁ କହିଥିଲେ।

ଆହୁରି ମଧ୍ୟ ପଢନ୍ତୁ : ଗାଜିଆବାଦ ସୁଇସାଇଡ୍ ମିଷ୍ଟ୍ରି : ବାପାଙ୍କ ମୁଣ୍ଡ ଉପରେ ଥିଲା ୨ କୋଟିର ଋଣ, ପିଲାଙ୍କ ମୋବାଇଲ୍ ବିକି ଦେଇଥିଲେ ବିଜୁଳି ବିଲ୍

ପୁଲିସ ମୁତାବିକ , ସେହି ରାତିରେ ନାବାଳିକାମାନେ ଡ଼େଇଁବା ପୂର୍ବରୁ ପୂଜା ଘରକୁ ମାଆଙ୍କ ମୋବାଇଲ ଫୋନ୍ ନେଇ ଯାଇଥିଲେ। ହେଲେ ପୁଲିସ ଏହି ଫୋନ୍‌ରେ କୋରିଆନ ଗେମ୍ସ ବିଷୟରେ କିଛି ତଥ୍ୟ ପାଇ ନଥିଲା। କିନ୍ତୁ ଏହା ଜାଣିବାକୁ ଚେଷ୍ଟା କରାଯାଉଛି ଯେ, ତାଙ୍କୁ ଅନଇନଷ୍ଟାଲ କରାଯାଇ ନାହିଁ ତ। ଜଣାପଡ଼ିଛି ଯେ, ଦୁଇଟି ମୋବାଇଲ ଛଡ଼େଇ ନେବା କାରଣରୁ ୧୬ରୁ ୧୨ ବର୍ଷ ବୟସର ଏହି ତିନି ଭଉଣୀ ଅନଲାଇନ୍ ଗେମ୍ସ ଖେଳି ପାରୁ ନଥିଲେ କି କୋରିଆନ ବନ୍ଧୁଙ୍କ ସହ କଥାବାର୍ତ୍ତା ହୋଇ ପାରୁ ନଥିଲେ।

ପୁଲିସ ଯାଞ୍ଚ ବେଳେ ଏହା ମଧ୍ୟ ଜଣାପଡ଼ିଛି ଯେ, ଚେତନ କୁମାରଙ୍କର ତିନି ଜଣ ପତ୍ନୀ ସୁଜାତା , ହିନା ଓ ଟିନା। ଏହି ତିନି ଜଣ ପରସ୍ପରର ଭଉଣୀ। ଚେତନଙ୍କୁ ତିନି ଜଣ ପତ୍ନୀଙ୍କ ଠାରୁ ୫ଜଣ ପିଲା ଅଛନ୍ତି। ଯେଉଁ ତିନି ନାବାଳିକା ଆତ୍ମହତ୍ୟା କରିଛନ୍ତି , ଏଥିରୁ ଜଣେ ସୁଜାତାଙ୍କର ଓ ଦୁଇ ଜଣ ହୀନାଙ୍କ ଝିଅ। ତଦନ୍ତକାରୀଙ୍କ ମୁତାବିକ , ଆତ୍ମହତ୍ୟା କରିଥିବା ଏହି ତିନି ନାବାଳିକା ବାପାଙ୍କୁ ବେଶୀ ଭଲ ପାଉ ଥିଲେ। ଏହା କାରଣ ଯେ, ସେ ସୁସାଇଡ୍ ନୋଟ୍ରେ ପିତାଙ୍କୁ ସମ୍ୱୋଧିତ କରିଥିଲେ। ବାପାଙ୍କୁ କ୍ଷମା ମଧ୍ୟ ମାଗିଛନ୍ତି ଏବଂ ମାଆଙ୍କ କଥା କୌଣସି ଠାରେ କିଛି କହି ନାହାନନ୍ତି।