ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଗାଜିପୁରରେ କମଲେଶ ବିନ୍ଦଙ୍କ ଏନକାଉଣ୍ଟର ଘଟଣାରେ ନୂଆ ମୋଡ । ପୁଲିସ ବିରୋଧରେ ଗମ୍ଭୀର ଅଭିଯୋଗ ଆଣି ନ୍ୟାୟ ମାଗିଛନ୍ତି ମୃତକଙ୍କ ପରିବାର । ମୃତକଙ୍କ ନବବିବିହିତା ପତ୍ନୀ ପୁଲିସ ଉପରେ ଆଣିଛନ୍ତି ସାଙ୍ଘାତିକ ଅଭିଯୋଗ । ସେ କହିଛନ୍ତି କି, ମୋ ସ୍ବାମୀ ନିର୍ଦେ୍ଦାଷ ତାଙ୍କୁ ପୁଲିସ ମାରିଦେଇଛି ।
କହି ରଖୁଛୁ କି, ୩୮ ଦିନ ପୂର୍ବେ ଧୁମଧାମରେ ବିବାହ ହୋଇଥିଲା । ସ୍ବାମୀଙ୍କ ସହ ଏକାଠି ରହିବା ପାଇଁ କଥା ଦେଇଥିଲେ । ହେଲେ ବାହାଘରକୁ ୨ ମାସ ପୂରିନି ସ୍ବାମୀଙ୍କୁ ଏନକାଉଣ୍ଟର କରାଯାଇଛି । ଏଥିରେ ଭାଙ୍ଗ ପଡ଼ିଛନ୍ତି ନବବିବାହିତା । ହୋଟେଲ ବ୍ୟବସାୟୀ ବିନୀତ ରାୟଙ୍କ ହତ୍ୟା ମାମଲାରେ କମଲେଶଙ୍କ ଉପରେ ଲକ୍ଷେ ଟଙ୍କାର ପୁରଷ୍କାର ରାଶି ରହିଥିଲା । ମାତ୍ର ପୁଲିସ ତାଙ୍କୁ ଏନକାଉଣ୍ଟର କରିଛି । ତେବେ ପୁଲିସ ଦୋଷୀ କହି ଏନକାଉଣ୍ଟର କରିଛି ସତ ଏହି ଏହି ଘଟଣାସ୍ଥଳ ରହିଛି ଭାବପ୍ରବଣତା ।
କାହି କାନ୍ଦି ନବବିବାହିତା ଜଣକ କହିଛନ୍ତି କି, ବିନୀତ ହତ୍ୟାକାଣ୍ଡ ଦିନ ମୋ ସ୍ବାମୀ ମୋ ପାଖରେ ଥିଲେ । ପରେ ସେ ବିହାର ଚାଲିଯାଇଥିଲେ । କିନ୍ତୁ ପୁଲିସ ତାଙ୍କୁ ମେ ୩୦ ତାରିଖରେ ମୋ ସ୍ବାମୀ ଏବଂ ନଣନ୍ଦଙ୍କୁ ଉଠାଇ ନେଇଥିଲା । ଥାନାରେ ଘଣ୍ଟା ଘଣ୍ଟା ପଚରାଉଚରା କରିବା ପରେ ମାଡ଼ ମାରିଥିଲେ । ଆଉ ଜଙ୍ଗଲକୁ ନେଇ ଗୁଳି କରିଥିଲେ । ବିନୀତ ହତ୍ୟାକାଣ୍ଡ ଘଟଣାରେ ତାଙ୍କର କୌଣସି ସମ୍ପୃକ୍ତି ନାହିଁ ବୋଲି ସେ ପ୍ରକାଶ କରିଛନ୍ତି ।
ଏହାସହ ପଢ଼ନ୍ତୁ : ଆଇପିଏଲରେ ହିରୋ: ଟିମ୍ ଇଣ୍ଡିଆରେ ମିଳିଲାନି ସ୍ଥାନ, ୟୁଜର୍ସ କହିଲେ...