ନୂଆଦିଲ୍ଲୀ: ନିକଟରେ ଶେଷ ହୋଇଛି ଆଇପିଏଲ ୨୦୨୬ । ଗୁଜୁରାଟକୁ ହରାଇ RCB ଟ୍ରଫି ହାତେଇଛି । ରଜତ ପଟିଦାରଙ୍କ ଅଧିନାୟକତ୍ବରେ ଦ୍ବିତୀୟଥର ପାଇଁ ଟ୍ରଫି ହାତେଇଛି । ଦଳ ସହ ବ୍ୟକ୍ତିଗତ ଦମଦାର ପ୍ରଦର୍ଶନ କରିଛନ୍ତି ରଜତ । କ୍ବାଲିଫାୟର ୧ ମୁକାବିଲାରେ ଦଳକୁ ବିଜୟ କରାଇବାରେ ତାଙ୍କର ଭୂମିକା ବେଶ ଗୁରୁତ୍ବପୂର୍ଣ୍ଣ ରହିଥିଲା । ଏହାସହ ସମ୍ପୂର୍ଣ୍ଣ ସିଜିନରେ ମଧ୍ୟ ବ୍ୟାଟିଂରେ କମାଲ କରିଥିଲେ । ତଥାପି ଟିମ୍ ଇଣ୍ଡିଆରେ ମିଳିଲାନି ସୁଯୋଗ । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।
Presenting #TeamIndia's T20I squads for the tours of England & Ireland 2026 🇮🇳#ENGvIND | #IREvIND pic.twitter.com/f84kSSAIDf
— BCCI (@BCCI) June 6, 2026
ଶନିବାର ଇଂଲଣ୍ଡ ଏବଂ ଆୟାରଲ୍ୟାଣ୍ଡ ବିପକ୍ଷ ଟି-୨୦ ସିରିଜ ପାଇଁ ଘୋଷଣା ହୋଇଛି ଭାରତୀୟ ଦଳ । ଶ୍ରେୟସ ଆୟାରଙ୍କ ଅଧିନାୟକତ୍ବରେ ଦଳ ଏହି ଦୁଇ ସିରିଜ୍ ଖେଳିବାକୁ ଯାଉଛି । ଯୁବ ପ୍ରତିଭାବାନ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ ଦଳରେ ଖେଳିବାର ସୁଯୋଗ ମିଳିଛି । ତଥାପି ରଜତ ପଟିଦାରଙ୍କୁ ଦଳରେ ନିଆଯାଇନାହିଁ ।
ସେପଟେ ପଟିଦାରଙ୍କ ଦମଦାର ପ୍ରଦର୍ଶନ ପରେ କାହିଁକି ବାଦ୍ ପଡ଼ିଲେ ଏହାକୁ ନେଇ ସାମ୍ବାଦିକମାନେ ପ୍ରଶ୍ନ କରିଥିଲେ । ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ଏହା ଉତ୍ତର ରଖିଥିଲେ । ସେ କହିଥିଲେ କି, ଭାରତୀୟ କ୍ରିକେଟରେ ପ୍ରତିଭାର ଅଭାବ ନାହିଁ । ଚୟନ ବୈଠକରେ ଅନେକ ପ୍ରତିଭାବାନ ଖେଳାଳିଙ୍କ ନାମ ଆଲୋଚନା ହୋଇଥିଲା । ମାତ୍ର ସୀମିତ ସ୍ଥାନ ପାଇଁ ଅନେକଙ୍କୁ ବାଦ୍ ଦିଆଯାଇଛି । ମନୋନୀତ ଦଳକୁ ଶୃଙ୍ଖଳିତ ଏବଂ ଭବିଷ୍ୟତକୁ ଦୃଷ୍ଟିରେ ରଖି ଦଳ ଚୟନ କରାଯାଇଛି । ସମସ୍ତ ଖେଳାଳିଙ୍କୁ ସୁଯୋଗ ଦେବା ସମ୍ଭବ ନୁହେଁ । ଏଣୁ ଦିଆଯାଇନାହିଁ ।
କହି ରଖୁଛୁ କି, ଚଳିତ ଆଇପିଏଲରେ ରଜତ ପଟିଦାର ୧୫ ମ୍ୟାଚରେ ୧୯୨.୬୯ ଷ୍ଟ୍ରାଇକ୍ ରେଟରେ ୫୦୧ ରନ୍ କରିଥିଲେ । ଏହାସହ ୪୨ ଛକା ମଧ୍ୟ ମାରିଥିଲେ । ଯେଉଁ କାରଣରୁ ଟିମ୍ ଇଣ୍ଡିଆରେ ପଟିଦାରଙ୍କୁ ସୁଯୋଗ ମିଳିବ ବୋଲି ଆଶା କରାଯାଉଥିଲା । କିନ୍ତୁ ଏହା ସମ୍ଭବ ହୋଇନାହିଁ ।
ଏହାସହ ପଢ଼ନ୍ତୁ : ଗିରଫ ଭୟରେ କମାଇଲେ କି ପୁତୁରାଙ୍କ ପାଓ୍ବାର, ଆଗକୁ କ’ଣ କରିବେ ଦିଦି ?