ଉଦଳା,୩୧/୦୮: ଚାକିରି କରାଇବାକୁ କହି ଯୁବତୀଙ୍କୁ ଉଦଳା-ବାଲେଶ୍ୱର ରାଜ୍ୟ ରାଜପଥ କଡ଼ରେ ଗଣଦୁଷ୍କର୍ମ ହୋଇଛି । ଘଟଣାସ୍ଥଳୁ ସମସ୍ତ ଯୁବକ ଫେରାର ଥିବା ବେଳେ ପୀଡ଼ିତା ଉଦଳା ଥାନାରେ ଦ୍ୱାରସ୍ଥ ହୋଇଛନ୍ତି । ଏଭଳି ସମ୍ବେଦନଶୀଳ ଘଟଣାମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଅଞ୍ଚଳରେ ଘଟିଛି ।
ସୁଦୂର ବାଙ୍ଗିରିପୋଷି ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ଜନୈକ କମ୍ପାନୀରେ ଚାକିରି କରାଇ ଦେବାକୁ କହି ଘରୁ ଏକ କାରରେ ଦୁଇ ଯୁବକ ଡାକି ଆଣିଥିଲେ । ପରେ ରାସ୍ତାରୁ ଆଉ ୩ ଜଣ ଉକ୍ତ ଗାଡ଼ିରେ ବସିଥିଲେ । ବାଙ୍ଗିରିପୋଷିରୁ ୮୦ କିଲୋମିଟର ଦୂର ଉଦଳା ଆଣି ରାସ୍ତା କଡରେ ଗାଡ଼ି ଛିଡା କରି ଗାଡି ଭିତରେ ୬ ଯୁବକ କରିଥିଲେ ଯୁବତୀଙ୍କୁ ଦୁଷ୍କର୍ମ । ଘଟଣାସ୍ଥଳେ ଯୁବତୀ ଚିତ୍କାର କରିବାରୁ ଭୟରେ ଯୁବକମାନେ ଗାଡି ବାହାରକୁ ଯୁବତୀଙ୍କୁ ଠେଲି ଦେଇ କାର ନେଇ ଫେରାର ହୋଇଯାଇଥିଲେ । ପରେ ଯୁବତୀଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିବା ପରେ ଯୁବତୀ ଜଣଙ୍କ ନିଜ ଘରକୁ ଯାଇ ସବୁ ଘଟଣା ବୟାନ କରିଥିଲେ । ଶନିବାର ବାଙ୍ଗିରିପୋଷୀ ପୁଲିସ ସହାୟତାରେ ପୀଡ଼ିତା ଉଦଳା ଥାନାରେ ଏତଲା ଦେଇଛନ୍ତି । ଏନେଇ ୩୫୬/୨୫ରେ ମାମଲା ରୁଜୁ କରିବା ସହ ପୁଲିସ ତଦନ୍ତ ଜାରି ରଖିଛି ।