ଭଦ୍ରକ,୫।୧୦ : ଜାତୀୟ ରାଜପଥରେ ଅଘଟଣ । ଫ୍ଲାଏ ଓଭର ବ୍ରିଜର ପ୍ରୋଟେକ୍ସନ୍ ସ୍ଲାବ ଖସି ନାବାଳିକା ମୃତ । ୧୬ ନମ୍ୱର୍ ଜାତୀୟ ରାଜପଥ ଭଦ୍ରକ ଜିଲ୍ଲା ଧାମନଗର ଥାନା ଅଧୀନ ବିଷ୍ଣୁପୂର୍ ଛକ ରେ ଅଘଟଣ ଘଟିଛି । ନାବାଳିକା ଜଣକ ରାସ୍ତା ଅତିକ୍ରମ କରୁଥିବା ବେଳେ ନିର୍ମାଣାଧୀନ ଫ୍ଲାଏ ଓଭର ବ୍ରିଜ ଓ ପ୍ରୋଟେକ୍ସନ ୱାଲ୍ ନାବାଳିକା ଉପରେ ଖସି ପଡିଥିଲା । ନାବାଳିକା ଜଣକ ସ୍ଥାନୀୟ ଅଞ୍ଚଳ ର ହୋଇଥିବାରୁ ଉତ୍ତେଜନା ଦେଖା ଦେଇଛି । ତେବେ ଉତ୍ତ୍ୟକ୍ତ ଲୋକେ ଜେସିବି ଜାଲି ଦେଇଥିବା ସୂଚନା ମିଳିଛି । ତେବେ ଏହି ରାସ୍ତା ରେ ଦୀର୍ଘ ଦିନ ନିର୍ମାଣାଧୀନ ଥିବାରୁ ଉତ୍ତେଜନା ଦେଖା ଦେଇଛି ।