ଦେବଗଡ, ୩୦।୧୦ :  ଯୁବତୀଙ୍କୁ ନିର୍ମମ ଭାବେ ଟାଙ୍ଗିଆରେ ହାଣି ହତ୍ୟା। ଦେବଗଡ ଜିଲ୍ଲା ରିଆମାଳ ଥାନା ଦୁଧିଆନାଳୀ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଖଳିନାନୀ ଗ୍ରାମରେ ଘଟିଛି ହତ୍ୟାକାଣ୍ଡ।   ମୃତ ଯୁବତୀ  ଜଣକ ହେଲେ ସେହି ଗ୍ରାମର ସୁଇଟି ବେହେରା (୧୯)। 

ବୁଧବାର ସନ୍ଧ୍ୟାରେ ସୁଇଟି ନିଜ ଘର ବାଡି ପଟେ ଥିବା ସମୟରେ ସେହି ଗ୍ରାମର ଓମପ୍ରକାଶ ବେହେରା ଆସି ତାଙ୍କୁ ଟାଙ୍ଗିଆରେ ଆକ୍ରମଣ କରିଥିଲା। ଘଟଣାସ୍ଥଳରେ ସୁଇଟିଙ୍କ ମୃତ୍ୟୁ ଘଟିଥିଲା। ଖବର ପାଇ ରିଆମାଳ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ  ଅଭିଯୁକ୍ତ ଓମପ୍ରକାଶ ବେହେରାକୁ ଅଟକ ରଖିଛି। ମୃତଦେହ ଘଟଣାସ୍ଥଳରେ ପଡିଥିବା ବେଳେ ଆସନ୍ତା କାଲି ଫୋରେନସିକ ଟିମ ଆସିବା ପରେ ଶବ ବ୍ଯବଚ୍ଛେଦ ପାଇଁ ପଠାଯିବ। ଅଟକ ଯୁବକ ବିବାହିତ ଓ ତାଙ୍କର ସ୍ତ୍ରୀ ସହ ଚାରି ବର୍ଷର ଏକ ସନ୍ତାନ ରହିଥିବା ଜଣାପଡିଛି। କେଉଁ କାରଣ ପାଇଁ ଏଭଳି ନିର୍ମମ ହତ୍ୟାକାଣ୍ଡ ଘଟିଛି ସେ ନେଇ ରିଆମାଳ ଥାନା ପୋଲିସ ତଦନ୍ତ କରୁଛନ୍ତି।