ସାରଙ୍ଗଡ଼,୨୦/୩  :କ. ନୂଆଗାଁ ବ୍ଲକ ଅନ୍ତର୍ଗତ ସାରଙ୍ଗଡ଼  ପଞ୍ଚାୟତର ସଲାଗୁଡା ଘାଇରୁ ଜଣେ ନାବାଳିକାଙ୍କ ମୃତଦେହ ଉଦ୍ଧାର କରାଯାଇଛି l ମୃତ ନାବାଳିକା ଜଣକ ଜିରିଡିକିଆ ପଂଚାୟତ ତାଣ୍ଡିପାଙ୍ଗା ସାହିର ଧାନୁଆ ବେହେରାଙ୍କ ଝିଅ ବଝିଙ୍କି ବେହେରା(୧୭) । 

ଗୁରୁବାର ସକାଳେ ସ୍ଥାନୀୟ କିଛି ଯୁବକ ଘାଇକୁ ଗାଧୋଇବା ପାଇଁ ଯାଇଥିଲେ। ପାଣିରେ ଏକ ମୃତଦେହ  ଭାସୁଥିବା ଦେଖିପାରି  ସାରଙ୍ଗଡ଼ ଥାନାକୁ ଖବର ଦେଇଥିଲେ l ଖବର ପାଇ ଥାନା ଅଧିକାରୀ ବଧୂଲିକା ବିଶ୍ୱାଳ, ଏଏସଆଇ ଦେବାଶୀଷ ମହାପାତ୍ର, ଚତୁର୍ଭୁଜ ମଲିକ, ଆଲୋକ କୁମାର ମନସେଠ ପ୍ରମୂଖ ଘଟଣା ସ୍ଥଳରେ ପହଞ୍ଚିଥିଲେ।  ଦମକଳ ବାହିନୀ ସହାୟତାରେ  ମୃତଦେହ ଉଦ୍ଧାର କରିଥିଲେ । ଶବ ଚି଼ହ୍ନଟ ପରେ ନାବାଳିକାଙ୍କ ପରିବାର ଲୋକଙ୍କୁ ଖବର ଦିଆଯାଇଥିଲା l ପୁଲିସ ମୃତଦେହ ଜବତ କରି  ବ୍ୟବଚ୍ଛେଦ ପାଇଁ ବାଲିଗୁଡା ମେଡିକାଲକୁ ପଠାଇଛି l  ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ଥାନା ଅଧିକାରୀ କହିଛନ୍ତି l