ପାଟଣା,୩୦।୧ :  ସାଙ୍ଗମାନଙ୍କ ସହ  ଖେଳୁଥିବା ବେଳେ ଅଜାଣତରେ ପୋଖରୀରେ ବୁଡି ୪ ବର୍ଷର ଶିଶୁକନ୍ୟାର ମୃତ୍ୟୁ ଘଟିଛି ।ମୃତ ଶିଶୁ କନ୍ୟା ହେଲେ ଛେଳିଆନାଳ ଗ୍ରାମର ଲୋକନାଥ ନାଏକଙ୍କ ୪ ବର୍ଷର ଝିଅ ଲିତିସା ନାଏକ । 

ଘର ନିକଟରେ ସାଙ୍ଗ ମାନଙ୍କ ସହ   ଶିଶୁ କନ୍ୟା ଟି ଖେଳୁଥିବା ବେଳେ ଘର ପାଖ ପୋଖରୀରେ ବୁଡି ଯାଇଥିଲା।ଘର ଲୋକେ ଖୋଜାଖୋଜି କରିବା ବେଳେ ଝିଅର ଚପଲ ପୋଖରୀରେ ଭାସୁଥିବା ଦେଖିବାକୁ ପାଇଥିଲେ।  ପୋଖରୀରୁ ଶିଶୁକନ୍ୟାର ମୃତ ଦେହ ଉଦ୍ଧାର କରି   ଭଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ସେଠାରେ ଡାକ୍ତର ଶିଶୁ କନ୍ୟାକୁ  ମୃତ ଘୋଷଣା କରିଥିଲେ। ଖବର ପାଇ ବାରିଆ ପୋଲିସ ଡାକ୍ତର ଖାନାରେ ପହଁଞ୍ଚି  ଶବକୁ ଜବତ କରି ଘଟଣାର ତଦନ୍ତ କରୁଛି।