ପ୍ରମୂଖ ଖବର
  • କାମାକ୍ଷାନଗର : ଟାଙ୍ଗିଆରେ ସ୍ତ୍ରୀକୁ ହାଣି ଦେଲା ପାଗଳ ସ୍ୱାମୀ, କାରଣ ଅସ୍ପଷ୍ଟ
  • ||
  • ସୁନ୍ଦରଗଡ଼ : ପଡିଆରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କଟକ: ଛତ୍ରବଜାରରେ ଯୋଗାଣ ବିଭାଗର ରେଡ୍ ଦର ନିୟନ୍ତ୍ରଣ ପାଇଁ ବେପାରିଙ୍କୁ ତାଗିଦ୍
  • ||
  • ପାଟଣାରେ ପୁଣି ଶୂନ୍ୟରୁ ଶୁଭିଲା ପ୍ରଚଣ୍ଡ ଶବ୍ଦ, ଥରି ଉଠିଲା ଘରଦ୍ଵାର
  • ||
  • ମାଲକାନଗିିରି: ଲାଲବାହିନୀର ବର୍ବରକାଣ୍ଡ, ମୋବାଇଲ୍ ଟାୱାର ଉଡାଇଦେଲେ ମାଓବାଦୀ
  • ||
  • କଟକ: ମହାନଦୀକୁ ଡେଇଁ ଆତ୍ମହତ୍ୟା, ମୃତଦେହ ଜବତ କରିବ ପରିଚୟ ଖୋଜୁଛି ପୋଲିସ
  • ||
  • ନଭେମ୍ବରରେ ୧.୮୨ ଲକ୍ଷ କୋଟିର ଜିଏସ୍‌ଟି ସଂଗ୍ରହ
  • ||
  • ପାଟଣା : ଶୋଇବା ଘରୁ ଇଞ୍ଜିନିୟରିଂ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଭଦ୍ରକ : ଗୋରୁ ବୋଝେଇ ଗାଡ଼ିକୁ ଗୋଡେଇ ଗୋଡେଇ ଧରିଲା ପୋଲିସ, ଡ୍ରାଇଭର ଫେରାର
  • ||
  • ବୈପାରିଗୁଡା : ବିପୁଳ ପରିମାଣର ନକଲି ବିଦେଶୀ ମଦ ଜବତ, ୫ ଗିରଫ
  • ||
  • ଏମ୍‌କେସିଜିରେ ପୁଣି ଜୁନିୟର୍‌ଙ୍କୁ ରାଗିଂ ଅଭିଯୋଗ, ଆଜି ଆଣ୍ଟି ରାଗିଂ ସେଲ୍‌ର ବୈଠକ
  • ||
  • ଆନନ୍ଦପୁର : ଖଣି ବିଭାଗ ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ ଉପରେ ଆକ୍ରମଣ, ୪ ଆହତ
  • ||
  • ବଙ୍ଗୋପସାଗରରେ ପୁଣି ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ, ୪ ଯାଏ ଦକ୍ଷିଣ ଓଡ଼ିଶାରେ ବର୍ଷା ସମ୍ଭାବନା
  • ||

ପୋଖରୀରେ ବୁଡିଗଲେ ୪ ଭାଇ ଭଉଣୀ : ଗ୍ରାମବାସୀଙ୍କ ଦ୍ୱାରା ୩ ଉଦ୍ଧାର, ବଡ଼ ଭଉଣୀ ମୃତ

ଖଲ୍ଲିକୋଟ, ୧୩।୧୧:  ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ଚିକିଲି ଗ୍ରାମରେ ଅଘଟଣ। ଗାଧୋଉଥିବା ବେଳେ  ୪ ଭାଇ ଭଉଣୀ ଗ୍ରାମର ରଗିଆ ପୋଖରୀରେ ବୁଡି ଯାଉଥିଲେ।  ୩ ଜଣଙ୍କୁ ଗ୍ରାମବାସୀ ଉଦ୍ଧାର କରିଥିବା ବେଳେ ବଡ଼ ଭଉଣୀର ମୃତ୍ୟୁ ଘଟିଛି।

ମିଳିଥିବା ସୂଚନା ଅନୁଯାୟୀ, ବ୍ରହ୍ମପୁର ବ୍ରହ୍ମାନଗର ଅଞ୍ଚଳର ରବିରାମ ପ୍ରଧାନଙ୍କ ତିନି ଝିଅ ଜେଲିନା ପ୍ରଧାନ (୧୭),ସେଲିନା ପ୍ରଧାନ (୧୨) ଓ ଏଲିନା ପ୍ରଧାନ (୮) ଚିକିଲି ଗ୍ରାମରେ ରହୁଥିବା ସେମାନଙ୍କ ମଉସା ଜୟ ରାମ ଖୁଣ୍ଟିଆଙ୍କ ଘରକୁ ଯାତ୍ରା ଦେଖିବା ପାଇଁ ଆସିଥିଲେ। ତେବେ ଆଜି ପୂର୍ବାହ୍ନରେ ତିନି ଭଉଣୀ ଗାଧୋଇବା ପାଇଁ ମଉସା ଜୟରାମ ଖୁଣ୍ଟିଆଙ୍କ ପୁଅ ଶ୍ରୀହରି ଖୁଣ୍ଟିଆ (୯) ସହ ଚିକିଲି ଗ୍ରାମର ରଗିଆ ପୋଖରୀକୁ ଯାଇଥିଲେ। କିନ୍ତୁ ଗାଧୋଉ ଥିବା ବେଳେ ଅସାବଧାନତା ବଶତଃ ଗୋଡ଼ ଖସି ଯିବାରୁ ହାତ ଧରାଧରି ହୋଇ ସମସ୍ତେ ପାଣିରେ ବୁଡି ଯାଇଥିଲେ। ଚିତ୍କାର ଶୁଣି ନିକଟରେ ଥିବା କେତେକ ଗ୍ରାମବାସୀ ଦୌଡ଼ି ଯାଇ ସେମାନଙ୍କୁ ପାଣିରୁ ଉଦ୍ଧାର କରି ବାହାରକୁ ଆଣିଥିଲେ। ତେବେ ବଡ଼ ଭଉଣୀ ଜେଲିନାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡାକ୍ତର ଏଠାରେ ବଡ଼ ଭଉଣୀ ଜେଲିନାଙ୍କୁ ମୃତ ଘୋଷଣା କରିଥିଲେ। ଗୁରୁତର ଅବସ୍ଥାରେ ଅନ୍ୟ ୩ ଜଣଙ୍କୁ ଚିକିଲି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା।ତେବେ ସେମାନେ ବିପଦମୁକ୍ତ ଥିବା ଜଣାପଡ଼ିଛି। ଖବର ପାଇ ଖଲ୍ଲିକୋଟ ପୁଲିସ ମେଡିକାଲରେ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠେଇଥିଲା। ଏ ସମ୍ପର୍କରେ ଖଲ୍ଲିକୋଟ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.