ଘଟଗାଁ,୨୪/୦୧: ଟାଙ୍ଗିରିଆପାଳ ରେଲୱେ ଷ୍ଟେସନ ନିକଟରେ ଚଳନ୍ତା ଟ୍ରେନରୁ ପଡ଼ି ଜଣେ ଯୁବତୀଙ୍କର ମୃତ ଘଟିଛି । ଯୁବତୀ ଜଣଙ୍କର ପରିଚୟ ମିଳିପାରିନାହିଁ । କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅଧୀନସ୍ଥ ଟାଙ୍ଗିରିଆପାଳ ରେଲୱେ ଷ୍ଟେସନ ନିକଟରେ ଏଭଳି ଘଟଣା ଘଟିଥିବାର ଖବର ସାମ୍ନାକୁ ଆସିଛି । 

ସୂଚନା ମୁତାବକ, ଯୁବତୀ ଜଣକ ଶୁକ୍ରବାର ସକାଳୁ ପୁରୀରୁ ବଡ଼ବିଲ ଯାଉଥିବା ଟ୍ରେନ୍‌ରେ ଯାତ୍ରା କରୁଥିଲେ । କୌଣସି କାରଣରୁ ଟାଙ୍ଗିରିଆପାଳ ଷ୍ଟେସନଠାରୁ କିଛି କିଲୋମିଟର ଦୂରରେ ଚଳନ୍ତା ଟ୍ରେନ୍‌ରୁ କିଲୋମିଟର ଦୂରରେ ଚଳନ୍ତା ଟ୍ରେନ୍‌ରୁ ଯୁବତୀ ଜଣକ ଖସିପଡ଼ିଥିଲେ । ଟ୍ରେନ୍‌ରୁ ପଡ଼ିଯିବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ଜଣେ ଟ୍ରାକ୍‌ ମ୍ୟାନ୍‌ କର୍ମଚାରୀ ଯୁବତୀ ଜଣକ ଟ୍ରେନ୍‌ରୁ ପଡୁଥିବାର ଦେଖିଥିଲେ । ଏହା ଦେଖି ସଙ୍ଗେ ସଙ୍ଗେ ଟାଙ୍ଗିରିଆପାଳ ଷ୍ଟେସନକୁ ଖବର ଦେଇଥିଲେ । ଖବର ପାଇ ଘଟଣା ସ୍ଥଳରେ ରେଲୱେ ପୋଲିସ ଏବଂ ହରିଚନ୍ଦନପୁର ଥାନା ପୋଲିସ ପହଞ୍ଚି ଯୁବତୀଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।