ଫିରିଙ୍ଗିଆ,୨୫/୧୧ : ଇଛା ଥିଲେ ଉପାୟ ବଳେ ଆସିଯାଏ । ଏଭଳି ଜଣେ ଶିକ୍ଷିତ ଯୁବକ ପରିବାର ଚଳାଇବା ପାଇଁ ବିଭିନ୍ନ ପନ୍ଥା ଆପଣାଇ ପ୍ରଥମେ ଚାଷ କାମ ଏବଂ ପରେ କିରାନି ଦୋକାନ କରି ରୋଜଗାର କ୍ଷମ ପରିବର୍ତ୍ତେ ବାକିରେ ବୁଡି ଅସହାୟ ହେବା ପରେ ନିଜ ସ୍ତ୍ରୀ ସଇନ୍ଦ୍ରିଙ୍କ ପ୍ରେରଣାରେ ଛେଳି ଚାଷ କରି ବର୍ତ୍ତମାନ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି । ଆର୍ଥିକ ସ୍ୱାବଲମ୍ବୀ ହେବା ସହ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି l କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ପବିଙ୍ଗିଆ ପଞ୍ଚାୟତ ପବିଙ୍ଗିଆ ଗାଁର ଜିତେନ୍ଦ୍ର କହଁର(୪୬) ଏବଂ ସ୍ତ୍ରୀ ସଇନ୍ଦ୍ରି କହଁର ଏବଂ ୨ ଝିଅଙ୍କୁ ନେଇ ପରିବାର ।
ଜିତେନ୍ଦ୍ର ଜଣେ ଶିକ୍ଷିତ ଯୁବକ । ବାହାଘର ପରେ ବାହାରକୁ ନ ଯାଇ ପ୍ରଥମେ ଘରର ଚାଷ କାମ କରିବା ସହ ଛୋଟ ଏକ କିରାନି ଦୋକାନ କରି ପରିବାର ପ୍ରତିପୋଷଣ କରୁଥିଲେ l କିରାନି ଦୋକାନ କରି ଯାହା ରୋଜଗାର ହେଉଥିଲା ସେଥିରେ ପରିବାର ଚଳୁଥିଲା । କିନ୍ତୁ ଦୋକାନଟି ବାକିରେ ବୁଡ଼ିଯିବା ପରେ ଅସହାୟ ହୋଇ ପଡ଼ିଥିଲେ l ନିଜେ ଭାଙ୍ଗି ପଡ଼ିଥିବାବେଳେ ସ୍ତ୍ରୀ ସଇନ୍ଦ୍ରି କହଁରଙ୍କ ପ୍ରେରଣାରେ ଗତ ୨୦୧୮ମସିହାରେ ପ୍ରଥମେ ଗୋଟିଏ ଛେଳି ଗୋଟେ ଗାଁରୁ କିଣିଥିଲେ । ତିନି ହଜାର ଟଙ୍କାରେ ଦୁଇଟି ଛେଳି କିଣି ଛେଳି ଚାଷ କରିବାକୁ ମନ ବଳାଇଥିଲେ ଓ କିଛି ଛେଳି ଭାଗରେ ଆଣି ଚାଷ ଆରମ୍ଭ କରିଥିଲେ l ନିଜେ ଜଣେ ଶିକ୍ଷିତ ହୋଇଥିବାରୁ ମାତ୍ର ଗୋଟେରୁ ଦୁଇଟିରୁ ତିନୋଟି ଛେଳିରୁ ବର୍ତ୍ତମାନ ସହ ସହ ଛେଳି ପାଳନ କରିଛନ୍ତି ଜିତେନ୍ଦ୍ର l ଛେଳି ଚାଷରେ ସ୍ତ୍ରୀ ସଇନ୍ଦ୍ରି ସମ୍ପୂର୍ଣ୍ଣ ସହଯୋଗ କରୁଥିବା କହିଛନ୍ତି ଜିତେନ୍ଦ୍ର । ଦୈନିକ ଜଙ୍ଗଲକୁ ଛେଳି ଚରାଇବାକୁ ଯିବା ସହ ଛେଳିମାନଙ୍କ ଯତ୍ନ ନେବା ସହ ଛେଳିମାନଙ୍କ ବିଭିନ୍ନ ରୋଗରୁ ସୁରକ୍ଷିତ ରଖିବା ପାଇଁ ନିଜେ ହିଁ ବିଭିନ୍ନ ତୀଜା ଦେଉଛନ୍ତି ଜିତେନ୍ଦ୍ର l ଦୈନିକ ଦାନା, ପାଣି, ଦେବା ସହ ରକ୍ଷଣା ବେକ୍ଷଣ କରି ଛେଳି ବିକ୍ରି କରି ବାର୍ଷିକ ୩ଲକ୍ଷରୁ ଅଧିକ ରୋଜଗାର କରୁଥିବାବେଳେ ସେହି ଟଙ୍କାରେ ବଡ଼ ଝିଅକୁ ଜିଏନଏମ ପାଠ ପଢାଇଥିଲେ । ଫୁଲବାଣୀରେ ଥିବାବେଳେ ସାନ ଝିଅ ଦଶମ ପଢ଼ୁଥିବା କହିଛନ୍ତି ଜିତେନ୍ଦ୍ରଙ୍କ ସ୍ତ୍ରୀ ସଇନ୍ଦ୍ରି କହଁର l
ଛେଳି ପ୍ରତି ଓଜନ ଅନୁସାରେ କିଲୋ ପ୍ରତି ୫ଶହରେ ବିକ୍ରି କରୁଥିବାବେଳେ ଗୋଟାଏ ଛେଳି ପ୍ରାୟ ୪୦ରୁ ୫୦କେଜି ଆସୁଥିବା କହିଛନ୍ତି ଜିତେନ୍ଦ୍ର l ବର୍ତ୍ତମାନ ଦେଶୀ ଛେଳି ସହ ବିଭିନ୍ନ ବ୍ରିଡ଼ର ୮0ରୁ ଊର୍ଦ୍ଧ୍ବ ବଡ଼ ଛେଳି ଥିବାବେଳେ ୨୫ରୁ ଊର୍ଦ୍ଧ୍ବ ଛେଳି ଛୁଆ ଅଛନ୍ତି l ଛେଳିମାନଙ୍କ ପାଇଁ ୩ପ୍ରକାର ଘାସ ଚାଷ ମଧ୍ୟ କରିଛନ୍ତି ଜିତେନ୍ଦ୍ର l ନିଜର ଛେଳି ରଖିବା ପାଇଁ ଘର ଟିଏ ବି ନାହିଁ କିମ୍ବା ସରକାରଙ୍କ ତରଫରୁ ତାଙ୍କ ଘରକୁ ବିଦ୍ୟୁତ ଟିଏ ସଂଯୋଗ ହୋଇ ନାହିଁ । ଯାହାଦ୍ୱାରା ଛୋଟ ଘରେ ଶହ ଶହ ଛେଳିକୁ ଜରି ପାଲ ଘୋଡ଼ାଇ ରଖୁଥିବାବେଳେ ନିଜ ଖର୍ଚରେ ଚୋରି ଭୟ ସହ ଜଙ୍ଗଲ ବିଲୁଆ ଭୟରେ ସୋଲାର ସଂଯୋଗ କରି ଘର ଚାରିପଟେ ଏବଂ ଛେଳି ରଖିଥିବାବେଳେ ଘରେ ବଲ ଲଗାଇ ଆଲୁଅ କରୁଛନ୍ତି l ଛେଳିମାନଙ୍କ ରୋଗରୁ ସ୍ଥାନୀୟ ପ୍ରାଣୀ ସମ୍ପଦ ଅଧିକାରୀଙ୍କ ସହ ଆଲୋଚନା କରି ନିଜେ ରୋଗରୁ ରକ୍ଷା କରିବାକୁ ଟିକା ଓ ଔଷଧ ଦେଉଥିବାବେଳେ ବର୍ତ୍ତମାନ କୁଡ଼ିଆ ଘରେ ଛେଳି ରଖି ବାହାରେ ଅସୁରକ୍ଷିତ ତାର ବାଡ଼ ଦେଇ ଛେଳି ଚାଷ କରିଥିବାରୁ ଅସୁବିଧା ଦୃଷ୍ଟିରୁ ସରକାରଙ୍କ ତରଫରୁ ସହାୟତା ଯୋଗାଇ ଦେଲେ ଅଧିକ ରୋଜଗାର କ୍ଷେମ ହୋଇପାରିବେ ବୋଲି କହିଛନ୍ତି ଜିତେନ୍ଦ୍ର । କନ୍ଧମାଳ ଜିଲ୍ଲାରୁ ଲୋକମାନେ ଆସି ଛେଳି କିଣି ନେଇକି ଯାଉଛନ୍ତି l ଅନ୍ୟପଟେ ଜିତେନ୍ଦ୍ର ଚାରି ଜଣ ପରିବାର ଅଛନ୍ତି କନ୍ଧମାଳ ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଜଣେ ଆଦିବାସୀ ଯୁବକ ଛେଳି ଚାଷ କରି ରୋଜଗାର କ୍ଷମ ହେବା ଏ ନେଇ ସରପଞ୍ଚ ଲାଲମୋହନ କହଁରକୁ ପଚାରିବାରୁ ତାକୁ ସରକାରୀ ସୁବିଧା ସୁଯୋଗ ଦେଲେ ଆଉ କିଛି ଚାଷ କରି ଭଲରେ ରହିପାରନ୍ତା । ଏହାସହ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଥିବାରୁ ବିଭିନ୍ନ ମହଲରୁ ପ୍ରଶଂସା ମିଳୁଥିବା ଦେଖିବାକୁ ମିଳିଛି l