ନରସିଂହପୁର, ୧୯/୦୮ : କଟକ ଜିଲ୍ଲା ନରସିଂହପୁରରେ ମାତିଲେ ଛେଳି ଚୋର । ଗୋଟିଏ ରାତିରେ ଦୁଇଟି ଗାଁରୁ ୨୮ଟି ଛେଳି ଗାଏବ। ସୋମବାର ବିଳମ୍ବିତ ରାତିରେ ନରସିଂହପୁର ବ୍ଲକ୍ ଅନ୍ତର୍ଗତ ଗୁହାଳସାହିର ଗୋପୀନାଥ ବେହେରାଙ୍କର ଗୁହାଳ ତାଲା ଭାଙ୍ଗି କେହି ଦୁର୍ବୃତ୍ତ ୨୦ଟି ଛେଳି ଚୋରି କରି ନେଇଥିବା ଅଭିଯୋଗ ହୋଇଛି। ସେହିପରି ମଥୁରାପୁର ଗ୍ରାମର ବିଜୁଳି ସାହୁଙ୍କର ୫ଟି ଓ ବନମାଳୀ ବେହେରାଙ୍କର ୩ଟି ଛେଳି ଚୋରି କରି ନେଇଥିଲେ। ଏହାକୁ ମିଶାଇ ଦୁଇଟି ଗାଁର ୩ ଜଣଙ୍କ ଘରୁ ୨୮ଟି ଚେଳି ଚୋରି କରି ନେଇଥିବା ଅଭିଯୋଗ ହୋଇଛି।

ଉପରାଷ୍ଟ୍ରପତି ନିର୍ବାଚନରେ ଦକ୍ଷିଣୀ ଲଢେଇ: ରାଧାକ୍ରି...