ଫିରିଙ୍ଗିଆ,୨୭/୦୫: କନ୍ଧମାଳ ଜିଲ୍ଲା ଅଧୀନରେ ଥିବା ଗୋଛାପଡା ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର ପରିସରରେ ଥିବା ପାଣି ପ୍ରକଳ୍ପ ଖରାପ ହୋଇଯାଇଥିବାରୁ ମେଡିକାଲ ପରିସରରେ ରହୁଥିବା ଡାକ୍ତରଙ୍କ ଠାରୁ ଆରମ୍ଭ କରି ସାଧାରଣ ରୋଗୀମାନଙ୍କ ପର୍ଯ୍ୟନ୍ତ ପାଣି ପାଇଁ ନାହିନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି I
ସୂଚନା ମୁତାବକ, ଗତ ଶନିବାର ଦିନ ସନ୍ଧ୍ୟା ସମୟରେ କାଳବୈଶାଖୀ ପ୍ରଭାବରେ ହୋଇଥିବା ବର୍ଷା ସହ ଘଡଘଡିରେ ମେଡିକାଲ ପରିସରରେ ଥିବା ପାଣି ପମ୍ପଟି ପୋଡି ଯାଇଛି I ଏହାସହ ଏହି ଘଡଘଡି ଯୋଗୁଁ ମେଡିକାଲର ଅନେକ କ୍ଷୟକ୍ଷତି ହେବା ସହ ଲେବର ରୁମର ସମସ୍ତ ବୈଦ୍ୟୁତିକ ଉପକରଣ ପୋଡି ଯାଇଛି I ତେବେ ଦୁଇଦିନ ହେଲା ଏହି ଅସୁବିଧା ଲାଗି ରହିଥିବା ବେଳେ ଘଟଣା ବିଷୟରେ ଫିରିଙ୍ଗିଆ ବିଡ଼ିଓ ଅନୁପ ଅଭିଷେକ ବେହେରାଙ୍କୁ ଜଣାଯାଇଛି ବୋଲି କହିଛନ୍ତି ଗୋଛାପଡା ମେଡିକାଲର ସ୍ୱାସ୍ଥ୍ୟ ଅଧିକାରୀଣୀ ଡାକ୍ତର ସାହିସ୍ଥା ପରବିନI ସେପଟେ ତୁରନ୍ତ ଏହି ମେଡିକାଲ ପରିସରରେ ଥିବା ଜଳଯୋଗାଣ ପ୍ରକଳ୍ପ ମରାମତି କରିବା ପାଇଁ ସ୍ଥାନୀୟ ଅଂଚଳବାସୀ ଦାବି କରିଛନ୍ତିI