ଫିରିଙ୍ଗିଆ, ୧୭/୬ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଗୋଚ୍ଛାପଡ଼ା ପଞ୍ଚାୟତର ଜଳ ଅମଳ ପ୍ରକଳ୍ପ ଅଚଳ ହୋଇ ପଡିଥିବାରୁ ୨ ଦିନ ହେବ ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ଜନସାଧାରଣଙ୍କ ପାଇଁ ପାଣି ଯୋଗାଇବାକୁ ନିର୍ମାଣଧୀନ ଉଚ୍ଚ ସମ୍ପନ୍ନ ଟାଙ୍କିକୁ ପାଣି ଯାଉନଥିବାରୁ ଲୋକେ ପାଣି ପାଇ ପାରୁନାହାନ୍ତି l
ସୂଚନା ଅନୁସାରେ ଏହି ପ୍ରକଳ୍ପରୁ ଜନସାଧାରଣଙ୍କ ପାଇଁ ପାଣି ଯୋଗାଇବାକୁ ଉଚ୍ଚ ସମ୍ପର୍ଣ୍ଣ ପାଣି ଟାଙ୍କି ବ୍ୟବସ୍ଥା କରା ଯାଇଛି । ଏହି ଟାଙ୍କିରୁ ଗୋଚ୍ଛାପଡ଼ା ଅଞ୍ଚଳର ଜାମ୍ବୁ ଘାଟ ସାହି, ଢିପ ସାହି, ଓଡ଼ିଆ ସାହି, ମୁଣ୍ଡା ପଦର, ପଣସ ମୁଣ୍ଡା ଭଳି ଅନେକ ସାହି ବାସିନ୍ଦା ପାଣି ପାଇ ପାରୁଛନ୍ତି l ଗତ ୨ ଦିନ ହେବ କୌଣସି କାରଣରୁ ଏହି ପ୍ରକଳ୍ପ ଅଚଳ ହୋଇପଡିଛି। ୧୦ ନମ୍ବର ୱାର୍ଡ ଏବଂ ୧୧ ନମ୍ବର ୱାର୍ଡ ସହ ପ୍ରାୟ ୧ ହଜାର ରୁ ଅଧିକ ଲୋକେ ଏହି ପାଣି ଉପରେ ନିର୍ଭର କରି ଚଳୁ ଥିବା ବେଳେ ସମୂହ ଅଞ୍ଚଳବାସୀ ପାଣି ଟୋପାଏ ନ ପାଇ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି l
ଗତ ୨ ଦିନ ହେବ ପାଣି ଆସୁନଥିବା ବେଳେ ସ୍ଥାନୀୟ ଅଞ୍ଚଳବାସୀ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ସମ୍ବାରିଆ ବେହେରା ଙ୍କୁ ଯୋଗାଯୋଗ କରିଥିଲେ। ସେ ପ୍ରକଳ୍ପ ଖରାପ ଥିବା କି ଅସୁବିଧା ଥିବା ସମ୍ପର୍କରେ କୌଣସି ଅଭିଯୋଗ ଆସିନାହିଁ ବୋଲି କହିଛନ୍ତି l ବର୍ତ୍ତମାନ ପାଣି ଆସୁନଥିବାରୁ ଅଞ୍ଚଳବାସୀ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ତୁରନ୍ତ ପ୍ରକଳ୍ପକୁ ମରାମତି କରି ସମୂହ ଅଞ୍ଚଳ ବାସୀଙ୍କୁ ପାଣି ଯୋଗାଇ ଦେବାକୁ ଥବିର କହଁର, ଉଦ୍ଧବ କହଁର, ନରୋତ୍ତମ କହଁର, ଚିତ୍ର କହଁର, କୈଳାଶ କହଁର, ମୋହନ ଦିଗାଲ, ଦେବ ରଣାଙ୍କ ସହ ଅଞ୍ଚଳବାସୀ ଦାବୀ କରିଛନ୍ତି l ଏହି ଘଟଣାକୁ ନେଇଁ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ସମ୍ବାରିଆ ବେହେରାଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ଯୋଗାଯୋଗ ହୋଇ ପାରିନାହିଁ l