ପ୍ରମୂଖ ଖବର
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

୯୨ ହଜାର ପହଞ୍ଚିଲା ସୁନା ଦର, ଜାଣନ୍ତୁ ସୁନା ମୂଲ୍ୟ ଏତେ ଶୀଘ୍ର କାହିଁକି ବଢ଼ୁଛି ?

Published By : Ladu Kishor | March 19, 2025 10:13 PM

ନୂଆଦିଲ୍ଲୀ: ବିବାହ ଋତୁରେ ଅଳଙ୍କାର ଦୋକାନ ଗୁଡିକରେ ଜୋରସୋର୍‌ରେ କାରବାର ଚାଲିଥିବା ବେଳେ ବୁଧବାର ପୁଣିଥରେ ସୁନାଦର ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି। ରାଜଧାନୀ ଦିଲ୍ଲୀରେ ଆଜି (ବୁଧବାର) ୯୯.୯୯ ପ୍ରତିଶତ ଶୁଦ୍ଧତା ବିଶିଷ୍ଠ ସୁନାର ଦର ୧୦ ଗ୍ରାମ ପ୍ରତି ୭୦୦ ଟଙ୍କା ବୃଦ୍ଧି ପାଇ ୯୧,୯୫୦ ରହିଛି, ଯାହାକି ସର୍ବୋଚ୍ଚ ରେକର୍ଡ। ସୂଚନାଥାଉକି, ଗତକାଲି (ମଙ୍ଗଳବାର) ୯୯.୯ ପ୍ରତିଶତ ଶୁଦ୍ଧତା ବିଶିଷ୍ଠ ସୁନା ୧୦ ଗ୍ରାମ ପ୍ରତି ୯୧.୨୫୦ଟଙ୍କାରେ ବନ୍ଦ ଥିଲା । ଏଥି ସହ ୯୯.୫ ପ୍ରତିଶତ ସୁଦ୍ଧତା ବିଶିଷ୍ଟ ସୁନା ୧୦ ଗ୍ରାମ ପ୍ରତି ୯୧,୫୦୦ ଟଙ୍କାରେ ପହଞ୍ଚିଥିଲା । 

ସୁନା ସହିତ, ରୂପା ମୂଲ୍ୟରେ ମଧ୍ୟ ତୀବ୍ର ବୃଦ୍ଧି ଘଟୁଛି। ବୁଧବାର ଦିନ, ଦିଲ୍ଲୀରେ ରୂପା ମଧ୍ୟ ୧୦୦୦ ଟଙ୍କା ବୃଦ୍ଧି ପାଇ ରେକର୍ଡ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି ଯାହା ପ୍ରତି କିଲୋଗ୍ରାମ ୧,୦୩,୫୦୦ ଟଙ୍କା ଥିଲା, ଯେତେବେଳେ ମଙ୍ଗଳବାର ଦିନ ରୂପାର ମୂଲ୍ୟ କିଲୋଗ୍ରାମ ୧,୦୨,୫୦୦ ଟଙ୍କାରେ ବନ୍ଦ ହୋଇଥିଲା।

ସୁନା ମୂଲ୍ୟ ଏତେ ଶୀଘ୍ର କାହିଁକି ବଢ଼ୁଛି?

ପଶ୍ଚିମ ଏସିଆରେ ବଢ଼ୁଥିବା ଉତ୍ତେଜନା ଏବଂ ଆମେରିକାର ଅର୍ଥନୈତିକ ମାନ୍ଦାବସ୍ଥା ନେଇ ଚିନ୍ତା ସୁରକ୍ଷିତ ସୁନା ଚାହିଦାକୁ ବଜାୟ ରଖିଛି, ଯାହା ଫଳରେ ସୁନା ମୂଲ୍ୟରେ ନିରନ୍ତର ବୃଦ୍ଧି ଘଟିଛି। ବିଶେଷଜ୍ଞମାନେ କହିଛନ୍ତି ଯେ ପର୍ବପର୍ବାଣୀ ଏବଂ ବିବାହ ଋତୁରେ ଗ୍ରାହକଙ୍କ ଚାହିଦା ପୂରଣ କରିବା ପାଇଁ ସ୍ଥାନୀୟ ଦୋକାନୀ ମାନେ ପ୍ରଚୁର ପରିମାଣରେ ସୁନା କିଣୁଛନ୍ତି। ଏହା ବ୍ୟତୀତ, ବିଦେଶୀ ବଜାରରେ ଦୃଢ଼ ଧାରା ଯୋଗୁଁ ସୁନା ମୂଲ୍ୟ ଚଳିତ ବର୍ଷ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି।

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.