ନୂଆଦିଲ୍ଲୀ, ୧/୨ : ଦିନକୁ ଦିନ ହୁହୁ ହୋଇ ବଢ଼ିବାରେ ଲାଗିଛି ସୁନା-ରୂପା ଦର । ଯାହାକି ସାଧାରଣ ବର୍ଗଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି । ଏବେ ଯେଭଳି ଦାମ ବଢ଼ିଲାଣି କିଣିବା ସମସ୍ତଙ୍କ ପକ୍ଷେ ସମ୍ଭବ ହେଉନାହିଁ । ରବିବାର ବଜେଟ୍ ଉପସ୍ଥାପନ ହୋଇଥିବାବେଳେ ସମସ୍ତଙ୍କ ନଜର ଥିଲା କି, ସୁନା-ରୂପା ମୂଲ୍ୟ ଉପରେ କଣ ପଡ଼ିବ ପ୍ରଭାବ ? ତେବେ ବଜେଟ୍ ପ୍ରଭାବରେ ଦୁଇଦିନରେ ଖସିଛି ଦାମ । ଯାହାକି ନିବେଶକଙ୍କ ପାଇଁ ଏକ ବଡ଼ ଖବର । ଗତ ୨୯ ତାରିଖରେ ରୂପା ଦାମ କିଲୋ ପ୍ରତି ୪.୧ ଲକ୍ଷ ହୋଇରେକର୍ଡ କରିଥିଲା । ମାତ୍ର ୨ ଦିନରେ ଏହାର ରେକର୍ଡ ମାତ୍ରାରେ ମଧ୍ୟ ହ୍ରାସ ହୋଇଛି । ଦୁଇଦିନରେ ପାଖାପାଖି ଦେଢ଼ ଲକ୍ଷ ଟଙ୍କା ହ୍ରାସ ହୋଇଛି । ଏବେ ବଜାରରେ ରୂପାର ମୂଲ୍ୟ ରହିଛି ୨.୬୬ ଲକ୍ଷ ଟଙ୍କା ।

ସେହିପରି ସୂନାମୂଲ୍ୟରେ ମଧ୍ୟ ପରିବର୍ତ୍ତନ ଘଟିଛି । ୨୯ ତାରିଖରେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ରହିଥିଲା ଏକ ଲକ୍ଷ ୬୯ ହଜାର ଟଙ୍କା । ମାତ୍ର ଏବେ ଏହା ୧.୩୮ ଲକ୍ଷକୁ ଖସି ଆସିଛି । ମାତ୍ର ଦୁଇଦିନ ମଧ୍ୟରେ ପାଖାପାଖି ୩୦ ହଜାର ଟଙ୍କା ହ୍ରାସ ଘଟିଛି । ତେବେ ବଜାରରେ ହଠାତ ଏଭଳି ହ୍ରାସ ପଛରେ ଦୁଇଟି ପ୍ରମୁଖ କାରଣ ରହିଛି । ପ୍ରଥମଟି ହେଉଛି ଅଧିକ ବୁକିଂ । ଦ୍ବିତୀୟରେ ହେଉଛି ଭୌତିକ ଚାହିଦାରେ ହ୍ରାସ ।

ଏହାସହ ପଢ଼ନ୍ତୁ : ବଜେଟ୍ ୨୦୨୬ : ଖାଲି ହେବ ନିଶାଡିଙ୍କ ପକେଟ୍, ବଜେଟରେ ମଦ,ସିଗାରେଟ୍ ଏବଂ ପାନ ମସଲା ମହଙ୍ଗା