ନୂଆଦିଲ୍ଲୀ, ୧/୨ : ରବିବାର ଉପସ୍ଥାପନ ହୋଇଛି ବଜେଟ୍ । ଯେଉଁଥିରେ ମଧ୍ୟବିତ୍ତଙ୍କୁ ଆଶ୍ବସ୍ତି ମିଳିଥିବାବେଳେ ନିଶାଡିଙ୍କ ଉପରେ ହୋଇଛି ମହଙ୍ଗା ମାଡ଼ । ବଜେଟରେ ମଦ-ସିଗାରେଟ୍ ଏବଂ ପାନ ମସଲା ମହଙ୍ଗା ହୋଇଛି । ଯାହାକି ସିଧାସଳଖ ଏସବୁ ଖାଉଥିବା ଲୋକଙ୍କ ଉପରେ ପଡ଼ିବ । ଏହି ଛୋଟ ଛୋଟ ନିଶା ଏବେ ବଡ଼ ଆକାରରେ ପଟେକ୍ ଖାଲି କରିବ । ନିକଟରେ ଓଡ଼ିଶାରେ ପାନ ମସଲା ସାଙ୍ଗକୁ ଗୁଟଖା ବ୍ୟାନ୍ ହୋଇଥିଲା । ଯେଉଁ କାରଣରୁ ଅସାଧୁ ବ୍ୟବସାୟୀମାନେ ଚଢ଼ା ଦରରେ ଏବେ ମଧ୍ୟ ବିକୁଛନ୍ତି । ଯଦିଓ ଏବେ ବ୍ୟାନ୍ ହଟିଛି ତଥାପି ଉଚ୍ଚା ଦାମରେ ବିକ୍ରି ହେଉଛି । ସେପଟେ ସିଗାରେଟ୍ ଦାମ ମଧ୍ୟ ଏବେ ପୂର୍ବ ଅପେକ୍ଷା ଅଧିକ ଦାମରେ ବିକ୍ରି ହେଉଛି । ବେପାରମାନେ ମନ ଇଚ୍ଛା ବିକୁଥିବାବେଳେ ଏବେ ପୁଣି ବଜେଟରେ ମହଙ୍ଗା ମାଡ଼ ହୋଇଛି । ସିଧାସଳଖ କିଛି ବ୍ୟବସାୟୀ ଆଜିଠାରୁ ମଧ୍ୟ ଦାମ ବଢ଼ାଇ ବଜାରରେ ବିକ୍ରି କରିବେ ବୋଲି କୁହାଯାଉଛି ।

ଏହାସହ ପଢ଼ନ୍ତୁ : ବଜେଟ୍ ୨୦୨୬, ଜାଣନ୍ତୁ କ’ଣ ହେଲା ଶସ୍ତା ଏବଂ କ’ଣ ମହଙ୍ଗା ?

​​​​​​​