ଭୁବନେଶ୍ୱର, ୨୧।୧୧: ସୁନା ଦରରେ ଆଜି ପୁଣି ହ୍ରାସ ଦେଖିବାକୁ ମିଳିଛି । ୨୨ କ୍ୟାରେଟ୍‌ ସୁନା ଦର ୭୧,୦୦୦ ଟଙ୍କା ତଳକୁ ଖସିଆସିଛି । ବଜାରରୁ ମିଳିଥିବା ତଥ୍ୟ ଅନୁସାରେ, ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ୧୦ ଗ୍ରାମ ପିଛା ୨୨ କ୍ୟାରେଟ୍‌ ସୁନା ଦର ୧,୨୦୦ ଟଙ୍କା ସଂକୁଚିତ ହୋଇ ୭୦,୮୦୦ ଟଙ୍କାକୁ ଖସିଆସିଛି । 

ଅନ୍ୟପକ୍ଷରେ, ୨୪ କ୍ୟାରେଟ୍‌ ସୁନା ଦର ୧,୩୧୦ ଟଙ୍କା ହ୍ରାସ ପାଇ ୭୭,୨୪୦ ଟଙ୍କା ହୋଇଛି । କିଲୋଗ୍ରାମ ପିଛା ରୁପା ଦର ୨୫୦୦ ଟଙ୍କା ଶସ୍ତା ହୋଇଛି । ଏହା ୯୮,୦୦୦ ଟଙ୍କାକୁ ଖସିଆସିଥିବା ଜଣାପଡ଼ିଛି । କେଡିଆ ଆଡ୍‌ଭାଇଜରୀର ନିର୍ଦ୍ଦେଶକ ଅଜୟ କେଡିଆ କହିଛନ୍ତି ଯେ, ଆମେରିକା ପରେ ବ୍ରିଟେନ ବି ସୁଧହାରରେ ହ୍ରାସ କରିଛି । ଏହାଦ୍ୱାରା ଗୋଲ୍ଡ ଇଟିଏଫ୍‌ର ଚାହିଦା ବଢ଼ିବ । ଏଭଳି କ୍ଷେତ୍ରରେ ଆଗାମୀ ବର୍ଷ ଜୁନ୍‌ ୩୦ ସୁଦ୍ଧା ୧୦ ଗ୍ରାମ ପିଛା ୨୪ କ୍ୟାରେଟ୍‌ ସୁନା ଦର ୮୫,୦୦୦ ଟଙ୍କା ପର୍ଯ୍ୟନ୍ତ ଯାଇପାରେ ।