ପ୍ରମୂଖ ଖବର
  • ସୁନ୍ଦରଗଡ଼ : ବ୍ରାହ୍ମଣୀ ନଦୀରେ ବୁଡ଼ି ନାବାଳକ ନିଖୋଜ, ସର୍ଚ୍ଚ ଅପରେସନ୍‌ ଜାରି
  • ||
  • ଇଂଲଣ୍ଡ ଗସ୍ତ ପୂର୍ବରୁ ଭାରତକୁ ଲାଗିପାରେ ବଡ଼ ଝଟକା; ସାମି-ବୁମରାଙ୍କ ଖେଳିବାକୁ ନେଇ ସନ୍ଦେହ
  • ||
  • ସମ୍ୱଲପୁର : କଫ୍‌ ସିରପ୍‌ ଭର୍ତ୍ତି ବକ୍ସ ଚୋରି କରିବା ପଡ଼ିଲା ମହଙ୍ଗା, ସମ୍ବଲପୁର ଟାଉନ୍ ଥାନା ଏଏସ୍‌ଆଇ ନିଲମ୍ବିତ
  • ||
  • ରେକର୍ଡ ଭାଙ୍ଗିଲା ଶ୍ରୀନଗର ତାତି ; ୫୪ ବର୍ଷ ପରେ ୩୪ ଡିଗ୍ରୀ ପାର୍‌, ୧୩୩ ବର୍ଷ ପରେ ଜଳିଲା ମେ'
  • ||
  • ଭୁବନେଶ୍ୱର : ବିଦେଶରେ ଚାକିରି ଲୋଭ ଦେଖାଇ କୋଟି କୋଟି ଟଙ୍କା ଠକେଇ, ଅଭିଯୁକ୍ତ ଗିରଫ
  • ||
  • ମେ ୨୭ ନୁହେଁ, ୨୬ରେ ସାବିତ୍ରୀ ଛୁଟି ଘୋଷଣା କଲେ ସରକାର, ୨୭ରେ ଖୋଲା ରହିବ ସରକାରୀ ଅଫିସ୍
  • ||
  • ବିଳିବିଳଉଛି ପାକିସ୍ତାନ; 'ପାଣି ବନ୍ଦ କଲେ ଆମେ ତୁମ ନିଶ୍ୱାସ ବନ୍ଦ କରିଦେବୁ', ପୁରୁଣା ଡଇଲଗ ଦୋହରାଇଲେ ପାକ୍‌ ଜେନେରାଲ
  • ||
  • ସମ୍ବଲପୁର: ମାଲଖାନାରୁ କଫ୍‌ ସିରପ୍ ଚୋରି କରିଟାଉନ୍‌ ଥାନାରେ କାର୍ଯ୍ୟରତ ASI ବିଦ୍ୟୁତ୍ ପଣ୍ଡା ନିଲମ୍ବିତ
  • ||
  • ଭିଜିଲାନ୍ସ ଜାଲରେ R&B ଡିଭିଜନ୍‌ର କନିଷ୍ଠ ଯନ୍ତ୍ରୀ ସୁଶାନ୍ତ ସେଠୀ, ଏକକାଳୀନ ୮ ଟି ସ୍ଥାନରେ ଭିଜିଲାନ୍ସ ଟିମ୍‌ର ଚଢ଼ାଉ
  • ||
  • ୨୭ ଯାଏ ଘୁଞ୍ଚିଲା ସ୍ପେସାଲ୍‌ ଓଟିଇଟି ଆବେଦନ, ଫର୍ମ ପୂରଣର ଅବଧିକୁ ବଢ଼ାଇଲା ବୋର୍ଡ
  • ||
  • କେନ୍ଦୁଝର : ବେଆଇନ ବାଲି ଚୋରା ଚାଲାଣ ବେଳେ ୩ ହାଇୱା ଜବତ, ୬ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଜରିମାନା ଆଦାୟ
  • ||
  • ଏବେ ୭୮୮ ଭାରତୀୟ ଛାତ୍ରଙ୍କର କଣ ହେବ ? ହାର୍ଭାର୍ଡରେ ବିଦେଶୀ ଛାତ୍ରଙ୍କ ନାମଲେଖା ଉପରେ ରୋକ୍ ଲଗାଇଲେ ଟ୍ରମ୍ପ
  • ||
  • ବାଂଲାଦେଶରେ କିଛି ଠିକ୍ ନାହିଁ ; ବିପଦରେ ୟୁନୁସଙ୍କ ଗାଦି, ସେନାମୁଖ୍ୟ ଦେଲେ ଅଲଟିମେଟ୍
  • ||
  • ନେପାଳରେ ଭୂକମ୍ପ ଝଟକା,ରିକ୍ଟର ସ୍କେଲରେ ତୀବ୍ରତା ୪.୭ ରେକର୍ଡ
  • ||
  • ରାଜ୍ୟ ସରକାରଙ୍କ ବର୍ଷ ପୂର୍ତ୍ତି : ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଚର୍ଚ୍ଚା, ୬ ମନ୍ତ୍ରୀ ପଦ ପାଇଁ ଆଶାୟୀଙ୍କ ଲବି ଭୁବନେଶ୍ୱରରୁ ଦିଲ୍ଲୀ
  • ||
  • ସୁବର୍ଣ୍ଣପୁର : ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିଲା ବାଜା ଗାଡ଼ି: ୨ ମୃତ, ୨୫ ଆହତ
  • ||
  • ଦେଶ ସମ୍ଭାଳିପାରୁ ନାହାନ୍ତି ବାଂଲାଦେଶ ଅନ୍ତରୀଣ ସରକାର ମହମ୍ମଦ ୟୁନୁସ, ଇସ୍ତଫା ଦେବାକୁ ବଳାଇଲେ ମନ
  • ||
  • ରାଜ୍ୟରେ ବଦଳିଲା ପାଗର ମିଜାଜ୍, ଖସିଲା ତାତି : ଏ ମାସ ଶେଷ ସୁଦ୍ଧା ମୌସୁମୀ, ୨୭ରେ ଲଘୁଚାପ ସମ୍ଭାବନା
  • ||

Gold Rate: ଲକ୍ଷେ ଟଙ୍କାର ଅତି ନିକଟତର ହେଲା ସୁନା ଦାମ୍‌, ଟାରିଫ୍‌ ଯୁଦ୍ଧ-ଦୁର୍ବଳ ଡଲାର ବଢ଼ାଇଛି ଚିନ୍ତା

Published By : Tapas Panda | April 21, 2025 6:53 PM

ନୂଆଦିଲ୍ଲୀ: ସୁନା କେବଳ ଶରୀରକୁ ସଜାଇବା ପାଇଁ ତାହା ନୁହେଁ  ବରଂ ପରମ୍ପରା ସହ ମଧ୍ୟ ଜଡ଼ିତ । ସୁନା କିଣିବା ତ ଦୂର କଥା, ଭାବିଲେ ଡର ମାଡ଼ୁଛି । ବିବାହ ଋତୁରେ ସୁନା ଦର ଅଣାୟତ୍ତ ହୋଇପଡ଼ି ଥିବାରୁ ଅନେକ ଘରେ ଏବେ ଭାଳେଣି ପଡ଼ିଛି । ସେପଟେ ସୁନା ଦର ଖସିବ କ’ଣ ଲକ୍ଷେ ଛୁଇଁଲାଣି । ଆଜି (ସୋମାବର) ଦିଲ୍ଲୀରେ ୧୦ ଗ୍ରାମର ସୁନାର ଦାମ ୯୯ ହଜାର ୮୦୦ ଟଙ୍କା ରହିଛି । ଲକ୍ଷେ ଟଙ୍କାରୁ ମାତ୍ର ୨୦୦ ଟଙ୍କା ଦୂରରେ ରହିଛି ୧୦ ଗ୍ରାମ ସୁନାର ମୂଲ୍ୟ । ଦୁର୍ବଳ ଡଲାର ଏବଂ ଆମେରିକା ସହ ବିଭିନ୍ନ ମହାଶକ୍ତିଙ୍କ ବାଣିଜ୍ୟିକ ଯୁଦ୍ଧର ପ୍ରଭାବ ସହିତ ସୁନାର ଚାହିଦା ଏହି ଦାମ ପାଇଁ ଦାୟୀ ବୋଲି କୁହାଯାଉଛି ।  

ସାଧାରଣ ଲୋକଙ୍କ ପରମ୍ପରା ସହ ଜଡ଼ିତ ସୁନା ଏବେ ସାତ ସପନ ପାଲଟିଛି । ୯୯.୯ ପ୍ରତିଶତ ଶୁଦ୍ଧତା ବିଶିଷ୍ଟ ହଳଦିଆ ଧାତୁ (ସୁନା) ସୋମବାର ୧୦ ଗ୍ରାମ ପ୍ରତି ୯୯,୮୦୦ ଟଙ୍କାରେ ପହଞ୍ଚିଛି। ଶୁକ୍ରବାର ଏହାର ମୂଲ୍ୟ ୨୦ ଟଙ୍କା ହ୍ରାସ ପାଇ ୯୮,୧୫୦ ଟଙ୍କାରେ ଥିଲା। ସ୍ଥାନୀୟ ବଜାରରେ ୯୯.୫ ପ୍ରତିଶତ ଶୁଦ୍ଧତା ବିଶିଷ୍ଟ ସୁନା ୧,୬୦୦ ଟଙ୍କା ବୃଦ୍ଧି ପାଇ ୧୦ ଗ୍ରାମ ପ୍ରତି ୯୯,୩୦୦ ଟଙ୍କାରେ ପହଞ୍ଚିଥିଲା। ପୂର୍ବ ବଜାର ବନ୍ଦ ହେବା ସମୟରେ ଏହା ସାମାନ୍ୟ ହ୍ରାସ ପାଇ ୯୭,୭୦୦ ଟଙ୍କାରେ ସ୍ଥିର ହୋଇଥିଲା। ଗତ ବର୍ଷ ଡିସେମ୍ବର ୩୧ ଠାରୁ ଏପର୍ଯ୍ୟନ୍ତ ପ୍ରତି ୧୦ ଗ୍ରାମ ସୁନାର ମୂଲ୍ୟ ୨୦,୮୫୦ ଟଙ୍କା ବା ୨୬.୪୧ ପ୍ରତିଶତ ବୃଦ୍ଧି ପାଇଛି । ସେପଟେ ସୁନା ସହ ତାଳ ଦେଇ ବଢ଼ିଚାଲିଛି ରୂପା ମୂଲ୍ୟ । ରୂପା ମୂଲ୍ୟ ମଧ୍ୟ ୫୦୦ ଟଙ୍କା ବୃଦ୍ଧି ପାଇ ୯୮,୫୦୦ ଟଙ୍କା ପ୍ରତି କିଲୋଗ୍ରାମରେ ପହଞ୍ଚିଛି । ଶୁକ୍ରବାର ଦିନ ରୂପା କିଲୋ ୯୮,୦୦୦ ଟଙ୍କା ଥିଲା। 

ବାଣିଜ୍ୟିକ ଉତ୍ତେଜନା, ଦର ହ୍ରାସ ଆଶା, ଭୂରାଜନୈତିକ ଅନିଶ୍ଚିତତା ଏବଂ ଡଲାର ଦୁର୍ବଳ ହେବା ଯୋଗୁଁ ସୁନା ଏବଂ ରୂପା ମୂଲ୍ୟରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଘଟିଛି। ଏପର୍ଯ୍ୟନ୍ତ, ସୁନା ଦାମ ୨୫ ପ୍ରତିଶତରୁ ଅଧିକ ବୃଦ୍ଧି ପାଇଛି ।  ଏଥିରେ ଆମେରିକା ପ୍ରଶାସନ ଦ୍ୱାରା ଏପ୍ରିଲ ୨ରେ ଶୁଳ୍କ ଘୋଷଣା ପରଠାରୁ ଅତିରିକ୍ତ ୬ ପ୍ରତିଶତ ବୃଦ୍ଧି ମଧ୍ୟ ଅନ୍ତର୍ଭୁକ୍ତ ବୋଲି କୋଟାକ୍ ମହିନ୍ଦ୍ରା ଏଏମସିର ଫଣ୍ଡ ମ୍ୟାନେଜର ସତୀଶ ଡୋଣ୍ଡାପତି କହିଛନ୍ତି ।  

ଅନ୍ତର୍ଜାତୀୟ ବଜାରରେ ସୁନା ଆଉନ୍ସ ପ୍ରତି ୩,୩୯୭.୧୮ ଆମେରିକୀୟ ଡଲାର ସହ ଶୀର୍ଷରେ ପହଞ୍ଚିଛି । ପରେ ଏହି ଦାମରେ ସାମନ୍ୟ ଉନ୍ନତ୍ତି ଆସି ଆଉନ୍ସ ପ୍ରତି ଦାମ ୩,୩୯୩.୪୯ ଆମେରିକୀୟ ଡଲାରରେ କାରବାର କରିଛି । ବିଶ୍ୱ ସ୍ତରରେ, ଗୋଲ୍ଡ ଫ୍ୟୁଚର୍ସ ପ୍ରଥମ ଥର ପାଇଁ ୩,୪୦୦ ଡଲାର ସ୍ତରକୁ ଅତିକ୍ରମ କରିଛି । ସେପଟେ ଏସିଆ ବଜାରରେ ରୂପା ଦାମ ପ୍ରାୟ ୧ ପ୍ରତିଶତ ବୃଦ୍ଧି ପାଇ ପ୍ରତି ଆଉନ୍ସ ୩୨.୮୫ ଡଲାରରେ ପହଞ୍ଚିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.