ନୂଆଦିଲ୍ଲୀ : ଗୁପଚୁପ୍ ଚଟାପଟ ଖାଉଥିବା ଲୋକଙ୍କ ପାଇଁ ଏହି ଖବର ଭୟ ସୃଷ୍ଟି କରିପାରେ। ଉତ୍ତର ପ୍ରଦେଶର ଔରେୟା ଜିଲ୍ଲାରେ ଏକ ଆଶ୍ଚର୍ଯ୍ୟକର ଘଟଣା ଘଟିଛି। ଜଣେ ମହିଳା ଗୁପ୍‌ଚୁପ୍ ଖାଇବା ପାଇଁ ମୁହଁ ଖୋଲିବାରୁ ତାଙ୍କ ମୁହଁ ସେମିତି ହିଁ ଖୋଲା ରହି ଗଲା। ପାଟି ଆଉ ବନ୍ଦ ହେଲା ନାହିଁ। ମହିଳାଙ୍କ ସ୍ଥିତି ଗୁରୁତର ହୋଇଥିଲା। ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ।

ଜିଲ୍ଲାର ଦିବିୟାପୁର ଅଞ୍ଚଳର ଗାଁ ଗୌରୀ କିଶନପୁରରେ ରହୁ ଥିବା ବିରେନ୍ଦ୍ର ସିଂହଙ୍କ ପତ୍ନୀ ଇଙ୍କିଲା ( ୪୨) କୌଣସି କାମରେ ଔରେୟା ଆସି ଥିଲେ। ଇଟାୱା ରୋଡ୍ ସ୍ଥିତ ସରକାରୀ ହସ୍ପିଟାଲ ନିକଟରେ ଶନିବାର ଦ୍ୱିପ୍ରହରରେ ଏକ ଚାଟ୍ ଠେଲାଗାଡ଼ିରୁ ଗୁପଚୁପ୍ ଖାଉଥିଲେ , ସେତେବେଳେ ସେ ଖାଇବା ବେଳେ ପାଟି ଖୋଲି ଥିଲା ଏବଂ ତାଙ୍କର ଦାନ୍ତ ମାଢି ବାହାରକୁ ରହିଗଲା, ଆଉ ପାଟି ବନ୍ଦ ହେଲା ନାହିଁ। ମହିଳାଙ୍କ ସହ ଆସି ଥିବା ଅନ୍ୟ ଜଣେ ମହିଳା ତାଙ୍କୁ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇ ଥିଲେ। ଏଠାରେ ଡାକ୍ତରମାନେ ପ୍ରଥମେ ମହିଳାଙ୍କର ଦାନ୍ତ ମାଢିକୁ ଠିକ୍ କରିବାକୁ ଚେଷ୍ଟା କଲେ , କିନ୍ତୁ ସେ ସଫଳ ହୋଇ ପାରିଲେ ନାହିଁ , ଏହାପରେ ତାଙ୍କୁ ମେଡିକାଲ କଲେଜ୍ ଚିଚୌଲି ସ୍ଥାନାନ୍ତର କରି ଦେଲେ।

ଡାକ୍ତରଙ୍କ କହିବାନୁସାରେ , ଅନେକ ସମୟରେ ଜୋରରେ ହାଇ ମାରିବା ,ପାଟିକୁ ଅଧିକ ଖୋଲି ଦେବା କିମ୍ୱା କୌଣସି ଆଘାତ କାରଣରୁ ମାଢି ବାହାରି ଯାଇଥାଏ। ସୂଚନା ଆଧାରରେ ସଂପୃକ୍ତ ମହିଳାଙ୍କୁ ମେଡିକାଲ କଲେଜ ଚିଚୌଲିକୁ ଦନ୍ତ ଚିକିତ୍ସକଙ୍କ ପାଖକୁ ରେଫର କରାଯାଇଛି। କହି ରଖୁଛୁ କି, ପଲକ୍କଡ ଷ୍ଟେସନର ଏକ ଏମିତି ହିଁ ଭିଡ଼ିଓ ଭାଇରାଲ ହୋଇଥିଲା। ଏଠାରେ ଜଣେ ଯାତ୍ରୀଙ୍କର Jaw ତାର ସ୍ଥାନରୁ ବାହାରି ଯାଇଥିଲା, ୧୧ ଅକ୍ଟୋବରରେ ରେଲୱେ ହସ୍ପିଟାଲର ଚିକିତ୍ସା ଅଧିକାରୀ ଭିଡ଼ିଓ ଜାରି କରି କହିଥିଲେ ଯେ, ଚିକିତ୍ସା ପରେ ଯାତ୍ରୀଙ୍କ Jaw ଠିକ୍ ହୋଇଗଲା।