ନୂଆଦିଲ୍ଲୀ : ପୁଣି ଗୁଗଲରେ ଛଟେଇ ହେବ। ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ସୁନ୍ଦର ପିଚାଇ ଏନେଇ କରିଛନ୍ତି ଘୋଷଣା। କମ୍ପାନୀର ଡାଇରେକ୍ଟର୍ସ ଓ ଭାଇସ୍‌ ପ୍ରେସିଡେଣ୍ଟଙ୍କ ସମେତ ମ୍ୟାନେଜରିଆଲ ରୋଲ୍ସରେ ୧୦ ପ୍ରତିଶତ ଜବ୍‌ରେ ଛଟେଇ କରାଯିବ। ଓପେନ ଏଆଇ ଭଳି କମ୍ପିଟିଟର୍ସଙ୍କ ଠାରୁ ଏଆଇରେ ବଢୁଥିବା ପ୍ରତିଯୋଗିତା ମଧ୍ୟରେ କମ୍ପାନୀ ନିଜର କର୍ମଚାରୀଙ୍କ ସଂଖ୍ୟାରେ ହ୍ରାସ କରୁଛି। 

ବିଜନେସ ଇନସାଇଡରର ରିପୋର୍ଟ ଅନୁସାରେ, ପିଚାଇ କହିଛନ୍ତି କି, ଗୁଗଲ ଗତ କିଛି ବର୍ଷରେ କମ୍ପାନୀକୁ ଏଫିସିଏଣ୍ଟ କରିବା ଓ ଏହାର ଷ୍ଟ୍ରକଚରକୁ ସରଳ କରିବା ପାଇଁ ପରିବର୍ତ୍ତନ କରୁଛି। ଗୁଗଲ ଏବେ ମ୍ୟାନେଜର, ଡାଇରେକ୍ଟର ଓ ଭାଇସ୍‌ ପ୍ରେସିଡେଣ୍ଟ ଭଳି ପଦର ଚାକିରିରେ ଛଟେଇ କରିବ। 

ଗୁଗଲର ସ୍ପୋକପର୍ସନଙ୍କ ଅନୁସାରେ, ରିପୋର୍ଟରେ କୁହାଯାଇଛି ଯେ, ୧୦ପ୍ରତିଶତ ମଧ୍ୟରୁ କିଛି ଚାକିରିକୁ ଇଣ୍ଡିଭିଜୁଆଲ କଣ୍ଟ୍ରିବ୍ୟୁଟରର ରୋଲ୍ସରେ ବଦଳା ଯାଇଛି, ଯାହାକି କିଛି ରୋଲ୍ସକୁ ବନ୍ଦ କରିଦିଆ ଯାଇଛି।

ଗୁଗଲରେ ହୋଇଥିବା ଏହି ଛଟେଇ ଚଳିତ ବର୍ଷର ୪ର୍ଥ ଛଟେଇ। ଚଳିତ ବର୍ଷ ଜାନୁୟାରୀରେ ବୈଶ୍ୱିକ ବିଜ୍ଞାପନ ଟିମ୍‌ରୁ କିଛି ଶହ ପଦକୁ ବନ୍ଦ କରି ଦେଇ ଥିଲା। ଏହା ପରେ ଜୁନ୍‌ରେ କ୍ଲାଉଡ୍‌ ୟୁନିଟ୍‌ରେ ୧୦୦ ଚାକିରିରେ ତାଲା ପକାଇ ଥିଲା। ଏହା ପୂର୍ବରୁ ଜାନୁୟାରୀ , ୨୦୨୩ରେ କମ୍ପାନୀ ୧୨୦୦୦ କର୍ମଚାରୀଙ୍କୁ ବାହାର କରି ଦେଇ ଥିଲା। ଗୁଗଲ ଏହିସବୁ ନିଜର ପରିଚାଳନାରେ ବଡ଼ ସ୍ତରରେ ପରିବର୍ତ୍ତନକୁ ନେଇ କରୁଛି।