ନୂଆଦିଲ୍ଲୀ : ଗୁଗଲର ମାଗଣା ଖାଦ୍ୟ ଅର୍ଥାତ୍‌ କର୍ମଚାରୀଙ୍କୁ ମାଗଣାରେ ଖାଦ୍ୟ ଦେବାର ପଲିସି ଇଣ୍ଡଷ୍ଟ୍ରୀରେ ଖୁବ୍‌ ଲୋକପ୍ରିୟ ସାଜିଛି। କମ୍ପାନୀ ନିଜର କର୍ମଚାରୀଙ୍କୁ ଭଲ ଖାଦ୍ୟ ଦେବା ପାଇଁ ଖୁବ୍‌ ଅର୍ଥ ଖର୍ଚ୍ଚ କରିଥାଏ। ବହୁତ ଲୋକଙ୍କ ମନରେ ପ୍ରଶ୍ନ ଥିବ କି, ଗୁଗଲ ଖାଇବା ଉପରେ ଏତେ ଅର୍ଥ କାହିଁକି ଖର୍ଚ୍ଚ କରିଥାଏ। 

ଗୁଗଲର ସିଇଓ ସୁନ୍ଦର ପିଚାଇ ଏହି ପ୍ରଶ୍ନର ଜବାବ ଦେଇଛନ୍ତି। ସେ କହିଛନ୍ତି ଯେ, ମାଗଣା ମିଲ୍‌ ଜବ୍‌ ସହ ଅଫର କରାଯିବା ଏକମାତ୍ର ବେନିଫିଟ୍‌ ନୁହେଁ। ପିଚାଇ କହିଛନ୍ତି ମାଗଣା ମିଲ୍‌ ଉପରେ ହେବାକୁ ଥିବା ଖୁବ୍‌ ଖର୍ଚ୍ଚର ଉଦ୍ଦେଶ୍ୟ ଖୁବ୍‌ ମହତପୂର୍ଣ୍ଣ। 

ବ୍ଲୁମବର୍ଗର ଦ ଡେଭିଡ୍‌ ରୁବେନଷ୍ଟାଇନ୍‌ ଶୋ’ରେ ଦେଇ ଥିବା ଇଣ୍ଟରଭ୍ୟୁରେ ପିଚାଇ କହିଛନ୍ତି, ମୋର ଅନେକ ସମୟରେ ମନେପଡ଼େ କି, ଯେବେ ମୁଁ ଆରମ୍ଭରେ ଗୁଗଲରେ କାମ କରୁଥିଲି , ତ କାଫେରେ ରହିବା , କାହାକୁ ଭେଟିବା , କଥା ହେବା ବା କୌଣସି ଜିନିଷ ବିଷୟରେ ଉତ୍ସାହିତ ହେବାରେ ନିଜ ଭିତରେ କ୍ରିଏଟିଭିଟି ସୃଷ୍ଟି ହେଉ ଥିଲା। ପିଚାଇ ଆହୁରି କହିଛନ୍ତି ଯେ, ଅନେକ ସୁନ୍ଦର ଆଇଡିଆ ଏହି କମ୍ୟୁନଲ ମିଲ୍ସ ବେଳେ ହିଁ ଆସିଥାଏ। ପିଚାଇ କହିଛନ୍ତି କି , ଯେଉଁଠି କର୍ମଚାରୀମାନେ ଖାଇବା ପାଇଁ ଏକାଠି ହୋଇଥାନ୍ତି , ସେଠାରେ ପରସ୍ପରକୁ ସପୋର୍ଟ କରୁଥିବା  ମାହୋଲ ହୋଇଯାଏ  ଏବଂ ଏହା ଇନୋଭେସନରେ ମଧ୍ୟ ଖୁବ୍‌ ସାହାଯ୍ୟ କରିଥାଏ। 

ପିଚାଇଙ୍କ ଅନୁସାରେ , ଏଥିରେ କମ୍ପାନୀକୁ ଯେଉଁ ଫାଇଦା ହୋଇଥାଏ , ତାହା ଖର୍ଚ୍ଚକୁ ଖୁବ୍‌ କମ୍ କରି ଦେଇ ଥାଏ। ସେ କହିଛନ୍ତି କି ମାଗଣା ଖାଇବା କୌଣସି ଆର୍ଥିକ ବୋଝ ନୁହେଁ , ବରଂ କ୍ରିଏଟିଭିଟି ଓ କମ୍ପ୍ୟୁନିଟି ବିଲ୍ଡିଂ ପାଇଁ ଲଙ୍ଗ-ଟର୍ମ ଇନଭେଷ୍ଟମେଣ୍ଟ। ମାଗଣା ମିଲ୍‌ ବ୍ୟତୀତ କମ୍ପାନୀ ନିଜର କର୍ମଚାରୀଙ୍କୁ ହେଲଥ୍‌ ଇନ୍ସ୍ୟୁରାନ୍ସ , ଫ୍ଲେକ୍ସିବଲ ରିମୋଟ ୱାର୍କ ଅପସନ , ପେଡ୍‌ ଟାଇମ୍‌ ଅଫ୍‌ ଓ ୱେଲନେସ୍‌ ପ୍ରୋଗ୍ରାମ୍‌ ମଧ୍ୟ ଦେଇଥାଏ । ଏହି ସବୁ ବେନିଫିଟ୍ସ ସହ ଗୁଗଲ ଇଣ୍ଡଷ୍ଟ୍ରୀର ସବୁଠୁ ଆକର୍ଷଣୀୟ ୱାର୍କପ୍ଲେସ୍‌ ହୋଇଯାଏ। 

ଅନେକ ଗୁଡ଼ିଏ ବେନିଫିଟ୍ସ ଥିବା ସତ୍ତ୍ୱେ ମଧ୍ୟ ସୁନ୍ଦର ପିଚାଇ ଭାବିଛନ୍ତି, ଗତ କିଛିଦିନରେ ଗୁଗଲର ବେନିଫିଟ୍ସରେ ଖୁବ୍‌ ପରିବର୍ତ୍ତନ ହୋଇଛି। ୨୦୨୩ରେ କମ୍ପାନୀ ନିଜର ଆଫେରିଙ୍ଗସକୁ ଷ୍ଟ୍ରିମଲାଇନ୍‌ ଅର୍ଥାତ୍‌ ସୁବ୍ୟବସ୍ଥିତ କରିବାର ଘୋଷଣା କରିଥିଲେ। ଏଥିରେ କିଛି ଅଫିସ୍ କାଫେର ସମୟକୁ ହ୍ରାସ କରିବା ଏବଂ ମାଇକ୍ରୋ ରୋଷେଇକୁ ମଜବୁତ କରିବା ସାମିଲ ଅଛି। ହେଲେ , ପିଚାଇ ଏହା ମଧ୍ୟ କହିଛନ୍ତି ଗୁଗଲର ବେନିଫିଟ୍ସ ଏବେ ବି ସିଲିକନ୍‌ ଭ୍ୟାଲିରେ ସବୁଠୁ ଭଲ ଏବଂ ଏହା ଅନ୍ୟ କମ୍ପାନୀ ଗୁଡ଼ିକୁ ମଧ୍ୟ ଏହି ପ୍ରକାରର ଉପାୟ ଆପଣାଇବା ପାଇଁ ପ୍ରଭାବିତ କରିଥାଏ ।