ମୋହନା, ୧୯/୧୨ : ୩୨୬ ନମ୍ବର ଜାତୀୟ ରାଜପଥରେ ପଡିଛି କୁଢ଼ କୁଢ଼ ସରକାରୀ ଔଷଧ। ଗଜପତି ଜିଲ୍ଲା ମୋହନା ବଧିର ବିଦ୍ୟାଳୟ ନିକଟରେ ଏହି ଔଷଧ ସବୁ ଫିଙ୍ଗା ଯାଇଛି। ସାଧାରଣ ଲୋକଙ୍କ ପାଇଁ ଆସୁଥିବା ଏହି ଔଷଧକୁ କିଏ ଓ କାହିଁକି ଫିଙ୍ଗିଲା ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସ୍ଥାନୀୟ ଜନ ପ୍ରତିନିଧି ଓ ବୁଦ୍ଧିଜୀବୀ ଏହି ଘଟଣାକୁ ନାପସନ୍ଦ କରିଛନ୍ତି।

ସୂଚନାନୁଯାୟୀ, ମୋହନା ବଧିର ବିଦ୍ୟାଳୟ ନିକଟରେ ଆଜି କୁଢ କୁଢ ଔଷଧ ପଡ଼ିଥିବା ଦେଖିବାକୁ ମିଳିଛି। ଏହି ଔଷଧ ଗୁଡ଼ିକ ମଧ୍ୟରେ ଛୋଟ ପିଲାଙ୍କ ସିରପ୍, ମ୍ୟାଲେରିଆ କିଟ୍ ଓ ସିକିଲିଂ ରୋଗୀଙ୍କ ପାଇଁ ଉଦ୍ଦିଷ୍ଟ ଥିବା କିଛି ଔଷଧ ରହିଛି। ଏହି ମେଡିସନ ଗୁଡ଼ିକର ଏକ୍ସପାଇରି ତାରିଖ ଚଳିତ ମାସ ଶେଷରେ ଅଛି। ଆଉ କିଛି ମେଡିସନ୍ ୨୦୨୬ ଏପ୍ରିଲରେ ଏକ୍ସପାଇରି ହେବ। ତେବେ ସାଧାରଣ ଲୋକଙ୍କ ଉଦ୍ଦେଶ୍ୟରେ ଆସୁଥିବା ଏହି ସରକାରୀ ଔଷଧ ବ୍ୟବହାର ନହୋଇ ଫିଙ୍ଗା ହେବା ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି। ଏହି ଔଷଧ ଗୁଡିକୁ ଏଠାରେ କିଏ ଓ କାହିଁକି ଫିଙ୍ଗିଲା ତାକୁ ନେଇ ପ୍ରଶ୍ନ ଉଠିଛି। ଏନେଇ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି।