ପ୍ରମୂଖ ଖବର
  • ଗୁଗୁଲ୍-ମେଟାକୁ ଇଡ଼ି ନୋଟିସ୍‌, ଅନ୍‌ଲାଇନ୍ ବେଟିଂ ଆପ୍‌ ମାମଲାରେ ସମନ୍‌
  • ||
  • ପୁରୀ: ବଳଙ୍ଗା ଥାନା ଅଞ୍ଚଳରେ ଅଭାବନୀୟ ଘଟଣା, ନାବାଳିକାଙ୍କୁ ନିଆଁ ଲଗାଇ ପୋଡ଼ି ଦେଲେ ୩ ଦୃର୍ବୃତ୍ତ
  • ||
  • ଢେଙ୍କାନାଳ ଗଉଡ଼କାଟେଣିରେ ଟ୍ରକ୍-‌ହାୱାଇ ମୁହାଁମୁହିଁ ଧକ୍କା, ହାୱାଇ ଡ୍ରାଇଭର ଗୁରୁତର
  • ||
  • ଶିକ୍ଷକ ଅଭାବରୁ ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ, ଧାରଣାରେ ଛାତ୍ରଛାତ୍ରୀ
  • ||
  • ମାଲକାନଗିରି: ଏନ୍‌କାଉଣ୍ଟରରେ ୬ ମାଓବାଦୀ ନିହତ, AK-47, SRL ରାଇଫଲ୍ ସମେତ ବିପୁଳ ବିସ୍ଫୋରକ ଜବତ
  • ||
  • କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ଚେତାବନୀ, ଏନ୍‌ଆଇଏ ମାମଲା ପାଇଁ ସ୍ୱତନ୍ତ୍ର କୋର୍ଟ ବନାଅ...
  • ||
  • ଜଳେଶ୍ବର: ଟ୍ରକ୍‌କୁ ଧକ୍କା ଦେଲା ବସ୍‌; ୩୦ ଜଣ ଯାତ୍ରୀ ଆହତ
  • ||
  • ଶନିବାରଠୁ ଚାଷୀ ପଞ୍ଜୀକରଣ, ଅଗଷ୍ଟ ୨୦ ଯାଏ ଚାଲିବ ପ୍ରକ୍ରିୟା: ନଭେମ୍ବର ପ୍ରଥମ ସପ୍ତାହରୁ ଧାନକିଣା
  • ||
  • ୨୩ରେ ଲଘୁଚାପ, ୨୫ରେ ନେଇପାରେ ଅବପାତ ରୂପ: ଆଜିଠୁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା
  • ||

ଜୟାଙ୍କ ଭଉଣୀ କହିଲେ ରାଗି ଯାଆନ୍ତି ଏହି ଅଭିନେତ୍ରୀ; ୭୦ ଫିଲ୍ମରେ କରିଛନ୍ତି କାମ, ୧୩ ବର୍ଷରେ ଡେବ୍ୟୁ

Published By : Ankita S | July 18, 2025 3:21 PM

ମୁମ୍ବାଇ,୧୮/୦୭: ବଲିଉଡରେ ବହୁତ କମ୍‌ ଅଭିନେତା ଅଛନ୍ତି ଯେଉଁମାନେ ଫିଲ୍ମ ଏବଂ ଟିଭିରେ କାମ କରି ଦର୍ଶକଙ୍କ ହୃଦୟ ଜିତିଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ହେଲେ ରୀତା ଭାଦୁରୀ । କିଛି ବଛା ବଛା କଳାକାରଙ୍କ ମଧ୍ୟରୁ ସେ ଥିଲେ ଜଣେ । ରୀତା କେବଳ ଫିଲ୍ମରେ ନୁହେଁ ବରଂ ଛୋଟ ପରଦାରେ ଦର୍ଶକଙ୍କଠାରୁ ବହୁତ ପ୍ରଶଂସା ପାଇଥିଲେ। ଘରେ ଘରେ ତାଙ୍କ ଅଭିନୟର  ଆଲୋଚନା ଏବେ ବି ହୁଏ । ପ୍ରମାଣ କରେ ଯେ ସେ କେତେ ଚମତ୍କାର ଅଭିନେତ୍ରୀ ଥିଲେ । ଆଜି ସେ ଆମ ଗହଣରେ ନାହାନ୍ତି । ୧୭ ଜୁଲାଇ ୨୦୧୮ରେ, ଏହି ମହାନ ଅଭିନେତ୍ରୀ ଦୁନିଆରୁ ବିଦାୟ ନେଇଥିଲେ । ଅଭିନୟ ଦୁନିଆରେ ତାଙ୍କ ଅବଦାନ ଆଜି ଜୀବିତ ।

୧୯୫୫ ୪ ନଭେମ୍ବରରେ ଜନ୍ମଗ୍ରହଣ କରିଥିବା ଏହି କଳାକାର ଗୋଟିଏ ପରେ ଗୋଟିଏ ଫିଲ୍ମରେ ଚମତ୍କାର ଅଭିନୟ କରି ନାଁ କରିଥିଲେ । ହିନ୍ଦୀ ସିନେମାରେ ନିଜର ପରିଚୟ ସୃଷ୍ଟି କରିଥିଲେ । ସେ ମାତ୍ର ୧୩ ବର୍ଷ ବୟସରେ 'ତେରି ତଲାଶ ମେ' ଫିଲ୍ମରେ କ୍ୟାରିଅର ଆରମ୍ଭ କରିଥିଲେ। ରୀତା ପ୍ରାୟ ୭୦ ଟି ଚଳଚ୍ଚିତ୍ର ଏବଂ ୩୦ରୁ ଅଧିକ ଟେଲିଭିଜନ ସିରିଏଲରେ କାମ କରିଛନ୍ତି । ତାଙ୍କର ପ୍ରମୁଖ ଚଳଚ୍ଚିତ୍ରଗୁଡ଼ିକରେ ଜୁଲି, ସାୱନ୍ କୋ ଆଏନ୍ ଦୋ, ରାଜା, କ୍ୟାୟା କେହନା, ଏବଂ ମେନ୍ ମାଧୁରୀ ଦୀକ୍ଷିତ ବନ୍ନା ଚହତି ହୁନ୍ ପ୍ରମୁଖ ପିଲ୍ମ ରହିଛି । ସାରା ଜୀବନ ଅବିବାହିତ ରହିଥିଲେ ବଲିଉଡରେ ଏହି ଫେବରିଟ୍ ମାଆ । ରୀତାଙ୍କୁ ଜୟା ବଚ୍ଚନଙ୍କ ଉଭଣୀ ବୋଲି କୁହାଯାଏ । ଏହା ଶୁଣି ସେ ରାଗି ଯାଆନ୍ତି ।

କିଡନୀ ରୋଗରେ ପୀଡିତ ଥିଲେ ରୀତା । ନିୟମିତ ଡାଏଲିସିସ୍ ଥିଲେ । ଅସୁସ୍ଥତା ପରେ ବି ସେ କାମ କରିବା ବନ୍ଦ କରିନଥିଲେ। ଏକ ସାକ୍ଷାତକାରରେ ସେ କହିଥିଲେ, "ବାର୍ଦ୍ଧକ୍ୟ ରୋଗର ଭୟରେ ମୁଁ କ'ଣ କାମ କରିବା ବନ୍ଦ କରିଦେବି ? ମୁଁ ବ୍ୟସ୍ତ ରହିବାକୁ ପସନ୍ଦ କରେ ।" ଚଳଚ୍ଚିତ୍ର ଏବଂ ଟିଭିରେ ମାଆ ଭୂମିକାରେ ଅଭିନୟ କରିଥିବା ଏହି ଅଭିନେତ୍ରୀଙ୍କ ଜୀବନ ସହିତ ଜଡିତ ଏକ କଥା, ଯାହା ହୁଏତ ବହୁତ କମ୍ ଲୋକ ଜାଣିଥିବେ ଯେ ରୀତା ଅବିବାହିତ ଥିଲେ। ତଥାପି, ତାଙ୍କ ଜୀବନ କଳା ଏବଂ ପ୍ରଶଂସକଙ୍କ ଭଲ ପାଇବାରେ ପରିପୂର୍ଣ୍ଣ ଥିଲା । ୧୭ ଜୁଲାଇ ୨୦୧୮ରେ ୬୨ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.