ଅମୃତସର: ସୀମା ସୁରକ୍ଷା ବଳ (BSF) ପଞ୍ଜାବର ଅମୃତସର ଜିଲ୍ଲାରେ ଭାରତ-ପାକିସ୍ତାନ ସୀମା ନିକଟରେ ପୁଲମୋରନ ଗାଁ ନିକଟରେ ଥିବା ଜମିରୁ ଛଅଟି ପାକିସ୍ତାନୀ ଡ୍ରୋନ୍ ସହିତ ପ୍ରାୟ ୨.୩୪ କିଲୋଗ୍ରାମ ହେରୋଇନ୍ ଜବତ କରିଛି। ଜୁଲାଇ ୧୭ ତାରିଖ ରାତିରେ ବିଏସଏଫ ଜବାନମାନେ ଲଗାତାର ଡ୍ରୋନ୍ ଅନୁପ୍ରବେଶ ଚିହ୍ନଟ କରିବା ସହ ତୁରନ୍ତ ପ୍ରତିକ୍ରିୟା କରିଥିଲେ। ସୀମାରେ ମୁତୟନ କରାଯାଇଥିବା ଟେକ୍ନିକାଲ କାଉଣ୍ଟର ମେଜର୍ସ ସକ୍ରିୟ କରାଯାଇ ପାକିସ୍ତାନ ପଟୁ ଆସୁଥିବା ସମସ୍ତ ନାର୍କୋ(ନିଶାଦ୍ରବ୍ୟ ବହନକାରି) ଡ୍ରୋନ୍ କୁ ନିଷ୍କ୍ରିୟ କରାଯାଇଥିଲା।
ଅନୁସନ୍ଧାନ ସମୟରେ ବିଏସଏଫ ଜବାନମାନେ ପୁଲମୋରନ ଗାଁ ନିକଟରେ ଥିବା ଜମିରୁ ଚାରୋଟି DJI Mavic 3 Classic ଡ୍ରୋନ୍ ସହିତ ତିନୋଟି ହେରୋଇନ୍ ପ୍ୟାକେଟ (ମୋଟ ୧.୭୪୪ କିଲୋଗ୍ରାମ) ଜବତ କରିଥିଲା। ଏହି ମାଦକ ଦ୍ରବ୍ୟ ଡ୍ରୋନ୍ ସହିତ ସଂଲଗ୍ନ ଥିଲା। ଏକ ସମାନ ଅପରେସନରେ ରୋରାଂୱାଲା ଖୁର୍ଦ ଗାଁ ନିକଟରେ ରାତିରେ ବିଏସଏଫ ଜବାନମାନେ ଆଉ ଗୋଟିଏ DJI Mavic 3 Classic ଡ୍ରୋନ୍ ସହ ଏକ ହେରୋଇନ୍ ପ୍ୟାକେଟ (୫୯୬ ଗ୍ରାମ) ଜବତ କରିଥିଲେ। ସୁରକ୍ଷା ପାଇଁ ସୀମା ଅଞ୍ଚଳରେ ବାରମ୍ୱାର କାଉଣ୍ଟର ଡ୍ରୋନ୍ ମେଜର୍ସର ଟେକ୍ନିକାଲ ବ୍ୟବହାର କରାଯାଉଥିବାରୁ ଏହି ଡ୍ରୋନଟି ଦୁର୍ଘଟଣାଗ୍ରସ୍ତ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି। ସେହିଭଳି ସମାନ ଘଟମାରେ ଶୁକ୍ରବାର ସକାଳେ ଧାନୋଏ କଲାନ ଗାଁ ନିକଟ ଆଉ ଗୋଟିଏ DJI Mavic 3 Classic ଡ୍ରୋନ୍ କୁ ଦେଖାଯାଇଥିଲା। ଯାହାକୁ ଜବାନମାନେ ଆକାଶରେ ହିଁ ନଷ୍ଟ କରିଦେଇଥିଲା।
ବିଏସଏଫର ଏହି ଅପରେସନରେ ମୋଟ ଛଅଟି DJI Mavic 3 Classic ଡ୍ରୋନ୍ ଏବଂ ୨.୩୪ କିଲୋଗ୍ରାମ ହେରୋଇନ୍ ଜବତ କରାଯାଇଛି। ବିଏସଏଫର ସତର୍କତା ଓ ସୀମାରେ ମୁତୟନ ଟେକ୍ନିକାଲ କାଉଣ୍ଟର ମେଜର୍ସର ଉଚ୍ଚମାନର କାର୍ଯ୍ୟଦକ୍ଷତା ଯୋଗୁଁ ପାକିସ୍ତାନରୁ ଚାଲିଥିବା ନାର୍କୋ-ଆତଙ୍କବାଦୀ ସିଣ୍ଡିକେଟ୍ ଉପରେ ଏକ ବଡ଼ ସଫଳତା ମିଳିଛି। ଏହି ସଫଳତା ଭାରତୀୟ ସୀମାର ସୁରକ୍ଷା ଓ ମାଦକ ଦ୍ରବ୍ୟ ଚୋରାଚାଲାଣ ରୋକିବାରେ ବିଏସଏଫର କାର୍ଯ୍ୟଦକ୍ଷତାକୁ ପ୍ରମାଣିତ କରିଛି।