ଭୁବନେଶ୍ୱର ୧୫/୧୨: ଚାଷୀଙ୍କଠୁ ନିର୍ଦ୍ଧାରିତ ଧାନ ଉଠାଇବେ ସରକାର। ବଳକା ଧାନ ଖୋଲା ବଜାରରେ ବିକି ପାରିବେ ଚାଷୀ । ଟୋକନ ପାଇନଥିବା ଚାଷୀଙ୍କୁ ଟୋକନ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ରାଜ୍ୟରେ ଧାନ ସଂଗ୍ରହ ପ୍ରକ୍ରିୟା ସୁରୁଖୁରୁରେ ଚାଲିଛି । ଏବେ ଯାଏଁ ୬ଟି ଜିଲ୍ଲାର ରିପୋର୍ଟ ଆସିଛି । ବରଗଡ଼ରେ ସର୍ବାଧିକ ୫୩ ହଜାର ୮୩୮ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ ହୋଇଛି । ସେହିଭଳି ବଲାଙ୍ଗୀର ୯୬ ହଜାର, କଳାହାଣ୍ଡି ୭ ହଜାର ୩୮୭, ନୂଆପଡ଼ା ୩ ହଜାର ୮୪୭ ମେଟ୍ରିକ୍ ଟନ୍, ସମ୍ବଲପୁର ୬୦ ହଜାର ୨୫୬ ମେଟ୍ରିକ୍ ଟନ୍ ଏବଂ ସୁବର୍ଣ୍ଣପୁରରେ୧୫ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ ହୋଇଛି । ଏଯାବତ୍ ମୋଟ୍ ୧ ଲକ୍ଷ ୨୫ ହଜାର ୪୩୯ମେଟ୍ରିକ୍ ଟନ୍ ଧାନ କିଣା ସରିଛି । ଧାନ କିଣା ପ୍ରକ୍ରିୟା କେବେ ଆରମ୍ଭ ହେବ ତାହା ଜିଲ୍ଲାୱାରୀ DLPC କମିଟିରେ ନିଷ୍ପତ୍ତି ହୋଉଛି ।

 

 

ମନ୍ତ୍ରୀଙ୍କ କହିବା ଅନୁଯାୟୀ, ଗତକାଲି ଏକ ଉଚ୍ଚସ୍ତରୀୟ କମିଟି ବୈଠକ ବସିଥିଲା। ଟୋକନ ସମସ୍ୟା ଦୂର କରିବାକୁ ସରକାର୍ ଚେଷ୍ଟା କରୁଛନ୍ତି। ସମସ୍ତଙ୍କ ଧାନ କିଣା ଯିବ କେହି ଅସୁବିଧାରେ ପଡ଼ିବେନି। ବଳକା ଧାନ ଚାଷୀ ଖୋଲା ବଜାରରେ ବିକ୍ରି କରିପାରିବେ। ଧାନ ଅମଳ ଅଭରେଜ୍ ଅନୁସାରେ ଜଳସେଚିତ ଜମିରେ ଏକର ପିଛା ୧୯ କ୍ୱିଣ୍ଟାଲ ଏବଂ ଅଣ ଜଳସେଚିତ ଜମିରେ ଏକର ପିଛା ୧୩ କ୍ୟୁଣ୍ଟାଲ ଧାନ ସରକାର୍ ସଂଗ୍ରହ କରିବେ। ମିଲରଙ୍କ ପାଖେ ସଂଗ୍ରହ ଧାନ ରଖିବାକୁ ପର୍ଯ୍ୟାପ୍ତ ଜାଗା ରହିଛି। ବଳକା ଚାଉଳକୁ ସରକାର୍ ଅକ୍ସନ୍ କରି ଖାଲି କରାଇବାକୁ ଯୋଜନା କରିଛନ୍ତି। ତାହା ସମସ୍ୟା ହେବ ନାହିଁ । ଯେଉଁମାନେ ଟୋକନ ପାଇନାହାନ୍ତି ସେମାନଙ୍କୁ ମଧ୍ୟ ଟୋକେନ ଦେବାକୁ କୁହାଯାଇଛି। ଟୋକନ ବାଦ ଯେଉଁ ଧାନ ବଳିବ ତାହା ଖାଇବା ପାଇଁ ରଖିବେ ଏବଂ ମାର୍କେଟରେ ବିକି ପାରିବେ। ସରକାରି ନିର୍ଦ୍ଧାରିତ ହିସାବରେ ଧାନ କିଣା ଯିବ।