ଭୁବନେଶ୍ବର,୦୪/୦୧: ଗୋବରରେ ପ୍ରସ୍ତୁତ କାଠକୁ ବହୁଳ ଭାବେ ବ୍ୟବହାର କରିବାକୁ ସରକାର ଯୋଜନା କରୁଛନ୍ତି। ଶବଦାହ ପାଇଁ ଗୋବର ବ୍ୟବହାର କରାଯାଉଛି। ନୂଆପଡା, ଚୌଦ୍ୱାର, ଅନୁଗୁଳ ଓ ସତୀଚଉରା ସ୍ମଶାନରେ ଗୋବରରେ ଶବଦାହ କରାଯାଉଛି। ପୁରୀ ସ୍ୱର୍ଗଦ୍ୱାରରେ ଗୋବର କାଠ ବ୍ୟବହାର ନେଇ ଆଲୋଚନା ହୋଇଛି। ଏହା ଦ୍ୱାରା ପ୍ରଦୂଷଣ ରୋକାଯାଇ ପାରିବ। ସେପଟେ ବୃକ୍ଷ ବି କାଟିବା ଦରବାର ପଡ଼ିବ ନାହିଁ। ସାଧାରଣତଃ ଶବଦାହ ପାଇଁ ଗଛ କାଟି କାଠ ବ୍ୟବହାର କରୁଥିବା ବେଳେ ଗୋବର କାଠର ବ୍ୟବହାର ଦ୍ବାରା କଛ କାଟିବା ବନ୍ଦ ହେବା ସହିତ ଜଙ୍ଗଲ ସଂରକ୍ଷଣ ମଧ୍ୟ ହେବ। ଗୋବର ପୂର୍ବରୁ ଆମର ଧାର୍ମିକ ଭାବନା ସହିତ ଜଡ଼ିତ। କମ ବ୍ୟୟରେ ଏହାକୁ ଉପଯୋଗ କରିହେବ। ଆଗକୁ ଏହାର ଆହୁରି ପ୍ରଚାର ପ୍ରସାର ହେବ। ଏମଏସଏମଇରେ ଦୁଇ ଜଣ ଉଦ୍ୟୋଗୀ ଗୋବରରୁ ରଙ୍ଗ ତିଆରି କରୁଛନ୍ତି ବୋଲି ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ।