ମୁମ୍ବାଇ,୧୪/୦୭; ହିରୋ ନମ୍ବର ୱାନ୍ ଗୋବିନ୍ଦା ପୁଣି ଥରେ ବଡ଼ ପରଦାକୁ ଫେରୁଛନ୍ତି । ଡ୍ୟାନ୍ସ, ,ଆକ୍ଟିଂ, କମେଡି, ଇମୋସନାଲ ସବୁ ଚରିତ୍ରକୁ ଦିଅନ୍ତି ପରଫେକ୍ଟ ଫ୍ରେମ୍ । ସେଥିପାଇଁ ତ ସେ ଏଭରଗ୍ରୀନ ଆକ୍ଟର । ୭ ବର୍ଷ ପରେ ଫିଲ୍ମ 'ରୂପା'ରେ ନଜର ଆସିବେ ଗେବିନ୍ଦା । ସେ ନିଜେ ଏହାର ଘୋଷଣା କରିଛନ୍ତି । ଏହି ଫିଲ୍ମରେ ସେ ନୂଆ ଅଭିନେତ୍ରୀ ରାନୀ ସ୍ବର୍ଣ୍ଣକରଙ୍କ ସହ ନଜର ଆସିବେ । ଫିଲ୍ମଟିକୁ ଗୋବିନ୍ଦା ନିଜେ ପ୍ରଡ୍ୟୁସ୍ କରିଛନ୍ତି ।

ସାମ୍ବାଦିକ ସମ୍ମିଳନୀରେ ଗୋବିନ୍ଦା ନିଜ ବ୍ୟକ୍ତିଗତ ଓ ବୃତ୍ତିଗତ ଜୀବନ ବିଷୟରେ କହିଛନ୍ତି । ଫିଲ୍ମ ପାଇଁ ସେ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ଜଣାଇଛନ୍ତି । ତାଙ୍କ କହିବା ଅନୁସାରେ ଫିଲ୍ମଟି ଯୁବପୀଢିଙ୍କ ପାଇଁ ଉଦ୍ଦିଷ୍ଟ| ଏହା ଏକ ଭିନ୍ନ ଧରଣ ଫିଲ୍ମ । ବହୁ ଆଶା ଓ ଆକାଂକ୍ଷାରେ ଯୁବକଟିଏ କ୍ୟାରିୟର ଆରମ୍ଭ କରେ ହେଲେ କିପରି ସେ ଭିଡ଼ରେ ହଜିଯାଏ ଓ ମାୟାରେ ପଡି ଯାଏ ତାହା ଦର୍ଶାଇଛୁ । ହେଲେ ସେ ନିଜକୁ ଭୁଲି ନଯିବା ଉଚିତ୍ । ସେ ଆହୁରି କହିଛନ୍ତି, '' ମୁଁ ଫିଲ୍ମରେ କାମ କରେ ଲୋକେ ତ ମତେ ଦେଖି ଆଶ୍ଚର୍ଯ୍ୟ ଚକିତ ହୁଅନ୍ତି ମୁଁ ଏଠାରେ କେମିତି । ମତେ କୌଣସି ବି ଜିନିଷରେ ଡର ଲାଗେନି । ମୁଁ ସତ ଠାରୁ ଦୂରକୁ ଯାଏ ନାହିଁ । ଆଗକୁ ହେବାକୁ ଥିବା ପ୍ରତିଟି କାର୍ଯ୍ୟ ମତେ ପୂର୍ବରୁ ଜଣା ପଡ଼ିଯାଏ । ମୁଁ ସତ କହିଦିଏ ତେଣୁ ଲୋକେ ବିଶ୍ବାସ କରନ୍ତିନି କେହି କେହି ତ ମତେ ଗାଳି କରି ଦିଅନ୍ତି । ''

ଏହା ବି ପଢନ୍ତୁ...Why Govinda Stopped Getting Films: ଗୋବିନ୍ଦାଙ୍କୁ ଇଣ୍ଡଷ୍ଟ୍ରିରୁ ବାହାର କରିବା ପାଇଁ ଚାଲିଥିଲା ଷଡ଼ଯନ୍ତ୍ର! 'ପାର୍ଟନର୍' ର ସଫଳତା ପରେ ବି ମିଳିନଥିଲା କାମ

ଗୋବିନ୍ଦା ୨୦୧୯ରେ ଫିଲ୍ମ ରଙ୍ଗିଲା ରାଜାରେ ନଜର ଆସିଥିଲେ । ଏଥିରେ ସେ ୨ଟି ଚରିତ୍ର ନିଭାଇଥିଲେ କିନ୍ତୁ ଫିଲ୍ମ ଟି ଚାଲିନଥିଲା । ଏହା ଛଡ଼ା ୨୦୨୨ରେ ଡକ୍ୟୁମେଣ୍ଟ୍ରୀ ନାମ ଥା କହ୍ନେୟା ଲାଲରେ ବି ଦେଖା ଯାଇଥିଲେ । ଗୋବିନ୍ଦା ଦୀର୍ଘ ୭ ବର୍ଷ ହେବ ପରଦାରୁ ଗାଏବ୍ ଅଛନ୍ତି । ଏହାବ୍ୟତିତ ସେ ଫ୍ରାଇଡେ ଆଗେୟା ହିରୋ,ହେ ବ୍ରୋ,ହାପି ଏଡଣ୍ଡିଂ,କିଲ୍ ଦିଲ୍,ଦିୱାନା ମେଁ ଦିୱାନା ,ଦିଲ୍ଲୀ ସଫାରୀ ଭଳି ଫିଲ୍ମ କରିଛନ୍ତି ।ଏଠାରେ କହି ରଖୁଛୁ ଗୋବିନ୍ଦାଙ୍କ ପତ୍ନୀ ସୁନୀତା ଓ ପୁଅ ୟଶବର୍ଦ୍ଧନ ଆହୁଜା ଫିଲ୍ମରେ ଡେବ୍ୟୁ କରିବାକୁ ଯାଉଛନ୍ତି । ଦୁହେଁ ଏକତା କପୁରଙ୍କ ଫିଲ୍ମରେ ଦେଖାଦେବେ ।